ଚିନ୍ତାରେ କର୍ଣ୍ଣାଟକର ଘରୋଇ ଚାକିରିଆ: ପ୍ରାଇଭେଟ୍ ସଂସ୍ଥାରେ ୭୫% ସଂରକ୍ଷଣ, ନୂଆ ବିଲକୁ ନେଇ ତେଜୁଛି ବିବାଦ
କନକ ବ୍ୟୁରୋ: ଘରୋଇ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ନେଇ କର୍ଣ୍ଣାଟକରେ ସୃଷ୍ଟି ହୋଇଥିବା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ଘରୋଇ ସଂସ୍ଥାରେ ଚାକିରି କ୍ଷେତ୍ରରେ କାନାଡିଆଙ୍କ ପାଇଁ ମ୍ୟାନେଜରିଆଲ ପଦବୀରେ ୫୦ % ଏବଂ ଅଣ ମ୍ୟାନେଜରିଆଲ ୭୫% ସଂରକ୍ଷଣ ଦେବାକୁ ବିଲ ଆଣିଛନ୍ତି କର୍ଣ୍ଣାଟକର କଂଗ୍ରେସ ସରକାର। ଶିଳ୍ପ, ଫାକ୍ଟ୍ରି ଏବଂ ଅନ୍ୟ ଘରୋଇ ସଂସ୍ଥାରେ କର୍ଣ୍ଣାଟକବାସୀଙ୍କ ପାଇଁ ଏଭଳି ସଂରକ୍ଷଣ ବିଲକୁ ବିରୋଧ କରିଛନ୍ତି ଘରୋଇ ସଂସ୍ଥା। ମଙ୍ଗଳବାର କଣ୍ଣାଟକ ବିଧାନସଭାରେ […] The post ଚିନ୍ତାରେ କର୍ଣ୍ଣାଟକର ଘରୋଇ ଚାକିରିଆ: ପ୍ରାଇଭେଟ୍ ସଂସ୍ଥାରେ ୭୫% ସଂରକ୍ଷଣ, ନୂଆ ବିଲକୁ ନେଇ ତେଜୁଛି ବିବାଦ first appeared on Kanak News.

କନକ ବ୍ୟୁରୋ: ଘରୋଇ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ନେଇ କର୍ଣ୍ଣାଟକରେ ସୃଷ୍ଟି ହୋଇଥିବା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ଘରୋଇ ସଂସ୍ଥାରେ ଚାକିରି କ୍ଷେତ୍ରରେ କାନାଡିଆଙ୍କ ପାଇଁ ମ୍ୟାନେଜରିଆଲ ପଦବୀରେ ୫୦ % ଏବଂ ଅଣ ମ୍ୟାନେଜରିଆଲ ୭୫% ସଂରକ୍ଷଣ ଦେବାକୁ ବିଲ ଆଣିଛନ୍ତି କର୍ଣ୍ଣାଟକର କଂଗ୍ରେସ ସରକାର। ଶିଳ୍ପ, ଫାକ୍ଟ୍ରି ଏବଂ ଅନ୍ୟ ଘରୋଇ ସଂସ୍ଥାରେ କର୍ଣ୍ଣାଟକବାସୀଙ୍କ ପାଇଁ ଏଭଳି ସଂରକ୍ଷଣ ବିଲକୁ ବିରୋଧ କରିଛନ୍ତି ଘରୋଇ ସଂସ୍ଥା। ମଙ୍ଗଳବାର କଣ୍ଣାଟକ ବିଧାନସଭାରେ ଏହି ବିଲ ପାସ ହେବା ପରେ ବିବାଦ ବଢିବାରୁ ବିଲକୁ ସ୍ଥଗିତ ରଖଯାଇଛି। କିନ୍ତୁ ଏଥିପାଇଁ ସରକାର ପ୍ରସ୍ତୁତି କରୁଥିବା କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା।
କାହାକୁ ମିଳିବ ସଂରକ୍ଷଣ ସୁବିଧା?
କର୍ଣ୍ଣାଟକରେ ଜନ୍ମ ହେବା ସହ ୧୫ ବର୍ଷ କର୍ଣ୍ଣାଟକରେ ବସବାସ
କନ୍ନଡ଼ ବୁଝିବା ସହ ଲେଖିପଢି ପାରୁଥିବା ଆବଶ୍ୟକ
କାନ୍ନଡ଼ ଭାଷାରେ ସ୍କୁଲ ସାର୍ଟିଫିକେଟ୍ ଥିବା ଦରକାର
ମଙ୍ଗଳବାର ପ୍ରଥମେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଘରୋଇ ସଂସ୍ଥାରେ ଗ୍ରୁପ-ସି ଓ ଗ୍ରୁପ-ଡି ଚାକିରି କ୍ଷେତ୍ରରେ କାନାଡିଆଙ୍କ ୧୦୦% ସଂରକ୍ଷଣ କରିବାକୁ ତାଙ୍କ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଯାହାକୁ ନେଇ ବିବାଦ ବଢିବା ପରେ ପୋଷ୍ଟକୁ ହଟାଇଥିଲେ। ପରେ ବିଲକୁ ସ୍ଥଗିତ ରଖାଯାଇଥିଲେ ମଧ୍ୟ ତାକୁ ନେଇ ବିବାଦ ବଢିବାରେ ଲାଗିଛି। ବିଲକୁ ନେଇ କଂଗ୍ରେସକୁ କଡ଼ା ସମାଲୋଚନା କରିବା ସହ ପ୍ରଶ୍ନ ଉଠାଇଛି ବିଜେପି। ରାଜ୍ୟ ବିଜେପି ସଭାପତି ବି.ୱାଇ ବିଜୟନ୍ଦ୍ର କହିଛନ୍ତି, କାହିଁକି କାନଡିଗାଙ୍କୁ ଚାକିରି ଦେବାକୁ ଏଭଳି ବିଲ ଆଣିଲ ? ଏବଂ କ’ଣ ପାଇଁ ଏହାକୁ ପ୍ରତ୍ୟାହାର କଲ ? ଏହା କାନାଡାବାସୀଙ୍କୁ ଅପମାନ ବୋଲି କହିଛି ବଜେପି। ଯାହାର ଯବାବ ରଖିଛି କଂଗ୍ରେସ।
ପୂର୍ବରୁ ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ପାଇଁ ଏଭଳି ବାହାର ରାଜ୍ୟର ଲୋକଙ୍କୁ ଚାକିରିରୁ ବିଦା କରାଯାଇଥିଲା। ଆଉ ଏବେ କଣ୍ଣାଟକରେ ଏଭଳି ବିଲକୁ ନେଇ ଘରୋଇ ସଂସ୍ଥାଙ୍କ ସହ ସେଠାରେ ଚାକିରି କରିଥିବା ହଜାର ହଜାର ବାହାର ରାଜ୍ୟର ଲୋକେ ଚିନ୍ତାରେ ପଡିଯାଇଛନ୍ତି।
The post ଚିନ୍ତାରେ କର୍ଣ୍ଣାଟକର ଘରୋଇ ଚାକିରିଆ: ପ୍ରାଇଭେଟ୍ ସଂସ୍ଥାରେ ୭୫% ସଂରକ୍ଷଣ, ନୂଆ ବିଲକୁ ନେଇ ତେଜୁଛି ବିବାଦ first appeared on Kanak News.