ଚିଲିକାରେ ପକ୍ଷୀ ଗଣନା ଓ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ
ବାଲୁଗାଁ : ଆଜିଠାରୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଗଣନା ପାଇଁ ୫ଟି ରେଞ୍ଜରେ ୨୧ ଟିମ୍ ନିୟୋଜିତ ହୋଇଛନ୍ତି। ପକ୍ଷୀ ଗଣନା ସହିତ ଭିତରକନିକାରେ ମଧ୍ୟ କୁମ୍ଭୀର ଗଣନା କରାଯିବ I ସେଥିପାଇଁ ୪ ତାରିଖ ଠାରୁ ଆସନ୍ତା ୧୩ ତାରିଖ ଯାଏଁ ୯ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା। ୫ଟି ରେଞ୍ଜରେ ଗଣନା ଚାଲିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । କୁମ୍ଭୀର ଗଣନାରେ […]

ବାଲୁଗାଁ : ଆଜିଠାରୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଗଣନା ପାଇଁ ୫ଟି ରେଞ୍ଜରେ ୨୧ ଟିମ୍ ନିୟୋଜିତ ହୋଇଛନ୍ତି। ପକ୍ଷୀ ଗଣନା ସହିତ ଭିତରକନିକାରେ ମଧ୍ୟ କୁମ୍ଭୀର ଗଣନା କରାଯିବ I ସେଥିପାଇଁ ୪ ତାରିଖ ଠାରୁ ଆସନ୍ତା ୧୩ ତାରିଖ ଯାଏଁ ୯ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା। ୫ଟି ରେଞ୍ଜରେ ଗଣନା ଚାଲିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । କୁମ୍ଭୀର ଗଣନାରେ ବନବିଭାଗ ଟିମ୍ ଓ ବିଶେଷଜ୍ଞ ଦଳ ସାମିଲ ରହିବେ ।
ପକ୍ଷୀ ଗଣନା ପାଇଁ ୧୯ଟି ଟିମ୍ ଜଳ ଭାଗରେ, ୨ଟି ଟିମ୍ ସ୍ଥଳଭାଗରେ ଗଣନା କରୁଛନ୍ତି। ଟାଗିଂ ରେଞ୍ଜରେ ୮ଟି ଟିମ୍,ବାଲୁଗାଁରେ ୫ଟି ଟିମ୍,ସାତପଡ଼ାରେ ୩ଟି ଟିମ୍ ଓ ରମ୍ଭା ଅଞ୍ଚଳରେ ୫ଟିମ୍ ପକ୍ଷୀ ଗଣନା କରୁଛନ୍ତି।
ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ତରଫରୁ ଚିଲିକାରେ ପକ୍ଷୀ ଗଣନା ହୁଏ। ଏହି ଆଧାରରେ ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ। ବନ୍ୟପ୍ରାଣୀ ବିଭାଗ ତରଫରୁ ପକ୍ଷୀ ଗଣନା ନିମନ୍ତେ ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି ଅଧିକାରୀ, ଓୟୁଏଟି ଭୁବନେଶ୍ୱର ବିଶେଷଜ୍ଞ ଛାତ୍ରୀଛାତ୍ର,ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ବିଶାରଦ, ବନ୍ୟପ୍ରାଣୀ ଉପରେ କାମ କରୁଥିବା ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ଚିଲିକାକୁ ବିଭିନ୍ନ ପ୍ରଜାତିର ୧୦,୭୪,୧୭୩ଟି ପକ୍ଷୀ ଆସିଥିବା ଗଣନାରୁ ଜଣାପଡ଼ିଥିଲା।
ସେହିପରି କୁମ୍ଭୀର ଗଣନା ପାଇଁ ମହାକାଳପଡ଼ା, ରାଜନଗର, ଗହିରମଥା, କନିଆ ସମେତ ସଂଲଗ୍ନ ନଦୀନାଳ ମାନଙ୍କରେ ମଧ୍ୟ ଗଣନା କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।
ଏନେଇ ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି, ୯ ତାରିଖରେ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି। ଏହାପରେ ୧୦, ୧୧ ଓ ୧୨ ତାରିଖରେ ଗଣନା କରାଯିବ । ସବୁଜାଗାରେ ଥିବା କୁମ୍ଭୀର ଗଣନା କରିବାକୁ ଯଥାସାଧ୍ୟ ଚେଷ୍ଟା କରାଯିବ ।