ସୁନୀତାଙ୍କ ମହାକାଶ ମାରାଥନ୍‌ ଶେଷ, ୨୮୬ ଦିନ ପରେ ଘରକୁ ଫେରିଲେ

ୱାସିଂଟନ୍: ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍‌ ୱିଲମୋର ଦୀର୍ଘ ୯ ମାସରୁ ଅଧିକ ସମୟ ମହାକାଶ କେନ୍ଦ୍ରରେ ରହିବାପରେ ଆଜି ଘରକୁ ଫେରିଛନ୍ତି। ବୋଇଂର ଷ୍ଟାରଲା‌ଇନର ମହାକାଶ ଯାନରେ ୮ ଦିନ ପାଇଁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ୨୦୨୪ ଜୁନ୍‌ ୫ ତାରିଖରେ ଯାତ୍ରା କରିଥିବା ମହାକାଶଚାରୀ ଦୀର୍ଘ ୯ ମାସରୁ ଊର୍ଦ୍ଧ୍ବ ସମୟ ପରେ ବୂଧବାର ବଡ଼ି ଭୋର ଭାରତୀୟ ସମୟ ୩.୩୭ ମିନିଟ୍‌ରେ ସୁରକ୍ଷିତ ଅବତରଣ କରିଛନ୍ତି। ସେମାନଙ୍କ ସହ ଅନ୍ୟ ୨ […]

ସୁନୀତାଙ୍କ ମହାକାଶ ମାରାଥନ୍‌ ଶେଷ, ୨୮୬ ଦିନ ପରେ ଘରକୁ ଫେରିଲେ

ୱାସିଂଟନ୍: ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍‌ ୱିଲମୋର ଦୀର୍ଘ ୯ ମାସରୁ ଅଧିକ ସମୟ ମହାକାଶ କେନ୍ଦ୍ରରେ ରହିବାପରେ ଆଜି ଘରକୁ ଫେରିଛନ୍ତି। ବୋଇଂର ଷ୍ଟାରଲା‌ଇନର ମହାକାଶ ଯାନରେ ୮ ଦିନ ପାଇଁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ୨୦୨୪ ଜୁନ୍‌ ୫ ତାରିଖରେ ଯାତ୍ରା କରିଥିବା ମହାକାଶଚାରୀ ଦୀର୍ଘ ୯ ମାସରୁ ଊର୍ଦ୍ଧ୍ବ ସମୟ ପରେ ବୂଧବାର ବଡ଼ି ଭୋର ଭାରତୀୟ ସମୟ ୩.୩୭ ମିନିଟ୍‌ରେ ସୁରକ୍ଷିତ ଅବତରଣ କରିଛନ୍ତି। ସେମାନଙ୍କ ସହ ଅନ୍ୟ ୨ ଜଣ କ୍ରୁ ମେମ୍ବର ତଥା ରୋସ୍କୋସ୍ମୋସ୍‌ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ଗୁନୋଭ ଓ ନାସା‌ ମହାକାଶଚାରୀ ନିକ୍‌ ହେଗ୍‌ ମଧ୍ୟ ଫେରିଛନ୍ତି।  ଆମେରିକାର ଫ୍ଲୋ‌ରିଡ଼ା ନିକଟ ସମୁଦ୍ର ତଟରେ ସ୍ପେସ୍‌ଏକ୍ସ କ୍ରୁ ଡ୍ରାଗନ୍‌ ପହଞ୍ଚିବାପରେ ସମସ୍ତେ ଆଶ୍ବସ୍ତ ହୋଇଛନ୍ତି। ଅବତରଣର କିଛି ମିନିଟ୍‌ ପୂର୍ବରୁ ଡ୍ରାଗନ୍‌ କ୍ୟାପସୁଲ୍‌ରେ ଲାଗିଥିବା ୪ଟି ପାରାଚୁଟ୍ ୨ଟି ପର୍ଯ୍ୟାୟରେ ଖୋଲିଥିଲା। ଏହା ଡ୍ରାଗନ୍‌ କ୍ୟାପସୁଲ୍‌ର ଗତିକୁ ନିୟନ୍ତ୍ରଣକୁ ଆଣିଥିଲା। ମହାକାଶଚାରୀଙ୍କୁ ପୃଥିବୀକୁ ନେଇ ଆସୁଥିବା ସ୍ପେସଏକ୍ସ ମହାକାଶଯାନ ଯେତେବେଳେ ବାୟୁମଣ୍ଡଳରେ ପ୍ରବେଶ କରିଥ୍‌ଲା ସେସମୟରେ ଏହା ସବୁଠୁ ବିପଜ୍ଜନକ ପର୍ଯ୍ୟାୟରେ ଥିଲା। ଶବ୍ଦର ବେଗଠାରୁ ୨୨ ଗୁଣାରୁ ଅଧିକ ବେଗରେ ଏହା ପ୍ରବେଶ କରିବା କାରଣରୁ ମହାକାଶଯାନର ବାହ୍ୟ ତାପମାତ୍ରା ୩୫୦୦ ଡିଗ୍ରି ଫାରେନାଇଟ୍‌ ବା ୧୯୨୬ ଡିଗ୍ରି ସେଲସିୟସକୁ ବଢ଼ି ଯାଇଥିଲା। ମହାକାଶଯାନ ବେଗକୁ ନିୟନ୍ତ୍ରଣ କରିବାପାଇଁ ଖୁବ୍‌ କମ୍‌ ସମୟ ବ୍ୟବଧାନରେ ଦୁଇଟି ପର୍ଯ୍ୟାୟରେ ପାରାଚୁଟ୍‌ ଖୋଲାଯାଇଥିଲା। ମହାକାଶଯାନ କକ୍ଷପଥରେ ଯାତ୍ରା କରିବା ସମୟରେ ଥିବା ଏହାର ବେଗ ଘଣ୍ଟା ପ୍ରତି ପ୍ରାୟ ୨୮ ହଜାର କିମି ଥିବାବେଳେ ସମୁଦ୍ରରେ ପହଞ୍ଚିବା ବେଳକୁ ଏହାର ଘଣ୍ଟାପ୍ରତି ବେଗ ୨୦ ମାଇଲକୁ ହ୍ରାସ ପାଇଥିଲା। ଅବତରଣର ଏକ ଘଣ୍ଟା‌ ପୂର୍ବରୁ ମହାକାଶଯାନ ସହିଦ ନାସାର ଯୋଗାଯୋଗ ବିଚ୍ଛିନ୍ନ ହେବା ବୈଜ୍ଞାନିକମାନଙ୍କୁ ବିଚଳିତ କରିଥିଲା।