ରାହତ ଫତେହ ଅଲ୍ଲୀ ଖାନ ଦୁବାଇ ଏୟାରପୋର୍ଟରୁ ଗିରଫ ? ଭିଡିଓ ପୋଷ୍ଟ କରି ଗାୟକ କହିଲେ...
ନୂଆଦିଲ୍ଲୀ: ପ୍ରସିଦ୍ଧ ପାକିସ୍ତାନୀ ଗାୟକ ରାହତ ଫତେହ ଅଲ୍ଲୀ ଖାନଙ୍କୁ ଦୁବାଇ ଏୟାରପୋର୍ଟରୁ ଅଟକ ରଖାଯାଇଛି। ଜିଓ ଟିଭିର ସୂଚନା ଅନୁସାରେ ପୋଲିସ ଷ୍ଟେସନରେ ରାହତ ଫତେହ ଅଲ୍ଲୀ ଖାନଙ୍କୁ ଅନେକ ଘଣ୍ଟା ଧରି ପଚରା ଉଚୁରା କରାଯାଇଛି। କିନ୍ତୁ ଏହା ମଧ୍ୟରେ ରାହତ ଫତେହ ଅଲ୍ଲୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି।ଭିଡିଓରେ ପାକିସ୍ତାନୀ ଗାୟକ ତାଙ୍କର ଗିରଫଦାରୀ ଖବରକୁ ଏଡ଼ାଇ ଦେଇ ଏହି ବିଷୟରେ ସିଧାସଳଖ କହି ନାହାନ୍ତି। ସେ କହିଛନ୍ତି, ମୁଁ ଦୁବାଇରେ ନିଜର ଗୀତ ରେକର୍ଡ କରିବା ପାଇଁ ଆସିଛି। ସବୁ ଠିକ୍ ଠାକ୍ ଚାଲିଛି। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ, ଏମିତି ଗୁଜବ ଖବର ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ଆପଣ ଯାହା ଭାବୁଛନ୍ତି, ସେମିତି କିଛି ଘଟଣା ଘଟିନି। ମୁଁ ବହୁତ ଶୀଘ୍ର ପାକିସ୍ତାନ ଫେରୁଛି ଏବଂ ଆପଣମାନଙ୍କୁ ନୂତନ ଗୀତକୁ ନେଇ ସରପ୍ରାଇଜ ଦେବି। View this post on InstagramA post shared by Ustad Rahat Fateh Ali Khan (@officialrfakworld)କିନ୍ତୁ ତାଙ୍କର ଏହି ଭିଡିଓକୁ ନେଇ ଅନେକ ପ୍ରଶ୍ନ ଉଠିଛି। କାରଣ ଭିଡିଓ ରାହତ ଆଦୌ ଗିରଫଦାରୀ ବିଷୟରେ କିଛି ଉଲ୍ଲେଖ କରି ନାହାନ୍ତି। ସେ ଏହା ମଧ୍ୟ ଖଣ୍ଡନ କରି ନାହାନ୍ତି ଯେ ତାଙ୍କୁ ଦୁବାଇ ବିମାନ ବନ୍ଦରରେ ପୋଲିସ ଅଟକ ରଖିଥିଲା। ଖବର ଆସିଥିଲା ଯେ, ରାହତ ଫତେହ ଅଲ୍ଲୀ ଖାନଙ୍କ ବିରୋଧରେ ତାଙ୍କ ପୂର୍ବତନ ମ୍ୟାନେଜର ଓ ପ୍ରମୋଟର ସଲମାନ ଅହମ୍ମଦ ଦ
ନୂଆଦିଲ୍ଲୀ: ପ୍ରସିଦ୍ଧ ପାକିସ୍ତାନୀ ଗାୟକ ରାହତ ଫତେହ ଅଲ୍ଲୀ ଖାନଙ୍କୁ ଦୁବାଇ ଏୟାରପୋର୍ଟରୁ ଅଟକ ରଖାଯାଇଛି। ଜିଓ ଟିଭିର ସୂଚନା ଅନୁସାରେ ପୋଲିସ ଷ୍ଟେସନରେ ରାହତ ଫତେହ ଅଲ୍ଲୀ ଖାନଙ୍କୁ ଅନେକ ଘଣ୍ଟା ଧରି ପଚରା ଉଚୁରା କରାଯାଇଛି। କିନ୍ତୁ ଏହା ମଧ୍ୟରେ ରାହତ ଫତେହ ଅଲ୍ଲୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି।
ଭିଡିଓରେ ପାକିସ୍ତାନୀ ଗାୟକ ତାଙ୍କର ଗିରଫଦାରୀ ଖବରକୁ ଏଡ଼ାଇ ଦେଇ ଏହି ବିଷୟରେ ସିଧାସଳଖ କହି ନାହାନ୍ତି। ସେ କହିଛନ୍ତି, ମୁଁ ଦୁବାଇରେ ନିଜର ଗୀତ ରେକର୍ଡ କରିବା ପାଇଁ ଆସିଛି। ସବୁ ଠିକ୍ ଠାକ୍ ଚାଲିଛି। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ, ଏମିତି ଗୁଜବ ଖବର ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ଆପଣ ଯାହା ଭାବୁଛନ୍ତି, ସେମିତି କିଛି ଘଟଣା ଘଟିନି। ମୁଁ ବହୁତ ଶୀଘ୍ର ପାକିସ୍ତାନ ଫେରୁଛି ଏବଂ ଆପଣମାନଙ୍କୁ ନୂତନ ଗୀତକୁ ନେଇ ସରପ୍ରାଇଜ ଦେବି।
କିନ୍ତୁ ତାଙ୍କର ଏହି ଭିଡିଓକୁ ନେଇ ଅନେକ ପ୍ରଶ୍ନ ଉଠିଛି। କାରଣ ଭିଡିଓ ରାହତ ଆଦୌ ଗିରଫଦାରୀ ବିଷୟରେ କିଛି ଉଲ୍ଲେଖ କରି ନାହାନ୍ତି। ସେ ଏହା ମଧ୍ୟ ଖଣ୍ଡନ କରି ନାହାନ୍ତି ଯେ ତାଙ୍କୁ ଦୁବାଇ ବିମାନ ବନ୍ଦରରେ ପୋଲିସ ଅଟକ ରଖିଥିଲା।
ଖବର ଆସିଥିଲା ଯେ, ରାହତ ଫତେହ ଅଲ୍ଲୀ ଖାନଙ୍କ ବିରୋଧରେ ତାଙ୍କ ପୂର୍ବତନ ମ୍ୟାନେଜର ଓ ପ୍ରମୋଟର ସଲମାନ ଅହମ୍ମଦ ଦୁବାଇରେ ଏତଲା ଦେଇଥିଲେ। ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପୋଲିସ ଦୁବାଇ ବିମାନ ବନ୍ଦରରେ ତାଙ୍କୁ ଗିରଫ କରିଛି। କୁହାଯାଉଛି ପାକିସ୍ତାନୀ ଗାୟକଙ୍କୁ ୟୁଏଇରେ ଥିବା ସମୟରେ ଦୁବାଇ ପୋଲିସ ଅଟକ ରଖିଥିଲା।