ମଦ ଭାବି ପିଇଦେଲେ ବିଷ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ; ଶବ ରଖି ରାସ୍ତାରୋକ କଲେ ଗ୍ରାମବାସୀ

ଦେବଗଡ଼: ମଦ ଭାବି ପିଇଦେଲେ ବିଷ। ଚିକିତ୍ସାଧୀନ ଅବସ୍ଥାରେ ଘଟିଲା ମୃତ୍ୟୁ। ଆଉ ମୃତ୍ୟୁ ପରେ ପରିବାର ଲୋକେ କଲେ ଶବ ରଖି ରାସ୍ତାରୋକ। ଘଟଣା ଘଟିଛି ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପଳଶମା ଗ୍ରାମରେ। ମୃତକ ପଳଶମା ଗ୍ରାମର ବୀରବର ସେଠୀ। ପଳଶମା ସରପଞ୍ଚଙ୍କ ସୂଚନା ଅନୁସାରେ ବୀରବର ନିକଟସ୍ଥ ଏକ କେନ୍ଦୁପତ୍ର ଫଡ଼ିରେ କାମ କରୁଥିଲେ। ଆଉ ଫଡ଼ି ମଧ୍ୟରେ ମଦ ବୋତଲରେ ଉଇ ମରା ଔଷଧ ରଖାଯାଇଥିଲା। ହେଲା ବୀରବର ଭୁଲରେ ମଦ ଭାବି ତାକୁ ପିଇଦେଇଥିଲେ।ହେଲେ ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ।ତେବେ ଖବର ପାଇ ପରିବାର ଲୋକ ସେଠାରେ ପହଞ୍ଚିବା ସହ ପ୍ରଥମେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଛେଣ୍ଡିପଦା ଡାକ୍ତରଖାନା, ଅନୁଗୁଳ ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଉ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।ସେପଟେ ମୃତକଙ୍କ ଭାଇ କିନ୍ତୁ ଆଣିଛନ୍ତି ପାଲଟା ଅଭିଯୋଗ। ସେ କହିଛନ୍ତି ବୀରବରଙ୍କୁ ସୁଚିନ୍ତିତ ଭାବେ ଯୋଜନା ମୁତାବକ ବିଷ ପିଆଇ ହତ୍ୟା କରାଯାଇଛି। ତେଣୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୃତକଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ଶବକୁ ରାସ୍ତା ଉପରେ ରଖି ରାସ୍ତାରୋକ କରିଛନ୍ତି। ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣକୁ ସରକ

ମଦ ଭାବି ପିଇଦେଲେ ବିଷ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ; ଶବ ରଖି ରାସ୍ତାରୋକ କଲେ ଗ୍ରାମବାସୀ

ଦେବଗଡ଼: ମଦ ଭାବି ପିଇଦେଲେ ବିଷ। ଚିକିତ୍ସାଧୀନ ଅବସ୍ଥାରେ ଘଟିଲା ମୃତ୍ୟୁ। ଆଉ ମୃତ୍ୟୁ ପରେ ପରିବାର ଲୋକେ କଲେ ଶବ ରଖି ରାସ୍ତାରୋକ। ଘଟଣା ଘଟିଛି ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପଳଶମା ଗ୍ରାମରେ। ମୃତକ ପଳଶମା ଗ୍ରାମର ବୀରବର ସେଠୀ। 

ପଳଶମା ସରପଞ୍ଚଙ୍କ ସୂଚନା ଅନୁସାରେ ବୀରବର ନିକଟସ୍ଥ ଏକ କେନ୍ଦୁପତ୍ର ଫଡ଼ିରେ କାମ କରୁଥିଲେ। ଆଉ ଫଡ଼ି ମଧ୍ୟରେ ମଦ ବୋତଲରେ ଉଇ ମରା ଔଷଧ ରଖାଯାଇଥିଲା। ହେଲା ବୀରବର ଭୁଲରେ ମଦ ଭାବି ତାକୁ ପିଇଦେଇଥିଲେ।ହେଲେ ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ।

ତେବେ ଖବର ପାଇ ପରିବାର ଲୋକ ସେଠାରେ ପହଞ୍ଚିବା ସହ ପ୍ରଥମେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଛେଣ୍ଡିପଦା ଡାକ୍ତରଖାନା, ଅନୁଗୁଳ ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଉ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ସେପଟେ ମୃତକଙ୍କ ଭାଇ କିନ୍ତୁ ଆଣିଛନ୍ତି ପାଲଟା ଅଭିଯୋଗ। ସେ କହିଛନ୍ତି ବୀରବରଙ୍କୁ ସୁଚିନ୍ତିତ ଭାବେ ଯୋଜନା ମୁତାବକ ବିଷ ପିଆଇ ହତ୍ୟା କରାଯାଇଛି। ତେଣୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୃତକଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ଶବକୁ ରାସ୍ତା ଉପରେ ରଖି ରାସ୍ତାରୋକ କରିଛନ୍ତି। 

୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣକୁ ସରକାରୀ ଚାକିରି ଦାବି କରି ଗ୍ରାମ ବାସୀ ରାଞ୍ଚି-ବିଜୟୱାଡ଼ା ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ କୁଣ୍ଢେଇଗୋଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରୁଛି।