ଚିଲିକାରେ ପିକନିକ ପାଇଁ ବଢ଼ୁଛି ପର୍ଯ୍ୟଟକ ଭିଡ଼
ଟାଙ୍ଗୀ: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ଚିଲିକାରେ ପର୍ଯ୍ୟଟକଙ୍କ ଭିଡ । ଚିଲିକାର ନୀଳ ଜଳ ରାଶିରେ କିଛି... The post ଚିଲିକାରେ ପିକନିକ ପାଇଁ ବଢ଼ୁଛି ପର୍ଯ୍ୟଟକ ଭିଡ଼ appeared first on .
ଟାଙ୍ଗୀ: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ଚିଲିକାରେ ପର୍ଯ୍ୟଟକଙ୍କ ଭିଡ । ଚିଲିକାର ନୀଳ ଜଳ ରାଶିରେ କିଛି ସମୟ ବିତାଇବାକୁ ଦୂର ଦୂରାନ୍ତରରୁ ପହଞ୍ଚୁଛନ୍ତି ଲୋକେ। ଡଙ୍ଗାରେ ବୁଲିବା ସହ ବଣ ଭୋଡିର ମଜା ନିଆଯାଉଛି । ମାଆ କାଳିଜାଇଙ୍କୁ ଦର୍ଶନ କରି ଆଶିର୍ବାଦ ନେଉଛନ୍ତି ପର୍ଯ୍ୟଟକ । ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା । ଅପରୂପ ସୌନ୍ଦର୍ଯ୍ୟରେ ଭରା ଚିଲିକା । ଶୀତର ପହିଲି ସ୍ପର୍ଶରେ ବଢ଼ିବାରେ ଲାଗିଛି ଶୋଭା ଭଣ୍ଡାର ଚିଲିକାର ସୌନ୍ଦର୍ଯ୍ୟ। ପ୍ରକୃତିର ଅପୂର୍ବ ଶୋଭାରାଜି ସହ ରଙ୍ଗବେରଙ୍ଗ ବିଦେଶୀ ପକ୍ଷୀଙ୍କ ସମାଗମ ଚିଲିକାକୁ ଆହୁରି ସୁନ୍ଦର କରୁଛି । କିଚିରି ମିଚିରି ଶବ୍ଦରେ ମୁଖରିତ ହୋଇ ଉଠିଛି ଚିଲିକା। ଶୀତ ଦିନେ ଏଠାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ଶୀତ ଦିନେ ଚିଲିକାରେ ଛୁଟିଛି ପର୍ଯ୍ୟଟକଙ୍କ ସୁଅ। ଚିଲିକାରେ ଡ଼ଙ୍ଗା ପରିଭ୍ରମଣ କରି ମାଆ କାଳିଜାଇଙ୍କୁ ଦର୍ଶନ କରିଛନ୍ତି ପିଲାଠୁ ବୟସ୍କ। ମାଆଙ୍କୁ ଦର୍ଶନ କରିବା ସହ ଆଇଲାଣ୍ଡରେ ଭୋଜି ଭାତର ଜମିଛି ଆସର। ବୁଲା ବୁଲି କରିବାକୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି । କିଏ ପରିବାର ତ କିଏ ସାଙ୍ଗ ସାଥୀ ସହ ନେଉଛି ପ୍ରକୃତିର ମଜା।
The post ଚିଲିକାରେ ପିକନିକ ପାଇଁ ବଢ଼ୁଛି ପର୍ଯ୍ୟଟକ ଭିଡ଼ appeared first on .