ଚୀନ ଓ ବାଂଲାଦେଶର ପୋଷାକ ବିକିଲେ ଲାଗିବ ୧.୧୧ ଲକ୍ଷର ଫାଇନ: ଗାର୍ମେଣ୍ଟ ବ୍ୟବସାୟୀ ସଂଘ
ନୂଆଦିଲ୍ଲୀ: ଚୀନ ଓ ବାଂଲାଦେଶ ନିର୍ମିତ କୌଣସି ପୋଷାକ ଭାରତୀୟ ମାର୍କେଟ୍ରେ ବିକ୍ରି କଲେ ବିକ୍ରେତାଙ୍କ ଉପରେ ପଡ଼ିବ ୧.୧୧ ଲକ୍ଷ ଟଙ୍କାର ଫାଇନ୍। ଇନ୍ଦୋରର ଏକ ପୋଷାକ ସଂଘ(ଗାର୍ମେଣ୍ଟ ଆସୋସିଏସନ) ପକ୍ଷରୁ ଏହି ଘୋଷଣା କରାଯାଇଛି। ଏନେଇ ଇନ୍ଦୋର ରିଟେଲ୍ ଗାର୍ମେଣ୍ଟ୍ସ ଆସୋସିଏସନ୍ ସଭାପତି ଅକ୍ଷୟ ଜୈନ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି “ଚୀନ୍ ଏବଂ ବାଂଲାଦେଶରେ ତିଆରି ପୋଷାକ ବ୍ୟବସାୟ ଭାରତୀୟ ସ୍ୱାର୍ଥ ବିରୁଦ୍ଧରେ ବୋଲି ଆମ ସଂଗଠନ ବିଶ୍ୱାସ କରେ। ତେଣୁ, ଆମେ ନିଷ୍ପତ୍ତି ନେଇଛୁ ଯେ ଯଦି ଆମର କୌଣସି ସଦସ୍ୟ ଦୋକାନୀ ଏହି ଦେଶଗୁଡ଼ିକରେ ତିଆରି ପୋଷାକ ବିକ୍ରି କରନ୍ତି, ତେବେ ସେମାନଙ୍କୁ ୧.୧୧ ଲକ୍ଷ ଟଙ୍କା ଜରିମାନା କରାଯିବ।”କେବଳ ସେତିକି ନୁହେଁ, ଜରିମାନା ବାବଦକୁ ଆଦାୟ ହୋଇଥିବା ରାଶିକୁ ଭାରତୀୟ ସେନା ପାଇଁ କେନ୍ଦ୍ର ସରକାରଙ୍କ ପାଣ୍ଠିରେ ଜମା କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଜୈନ ଦାବି କରିଛନ୍ତି ଯେ ସହରର ୬୦୦ ବ୍ୟବସାୟୀ ଏପର୍ଯ୍ୟନ୍ତ ଏହି ସଂକଳ୍ପରେ ସହମତ ହୋଇଛନ୍ତି ଯେ ସେମାନେ ଚୀନ୍ ଏବଂ ବାଂଲାଦେଶରେ ତିଆରି ପୋଷାକ ବିକ୍ରୟ କରିବେ ନାହିଁ ବୋଲି କହିଛନ୍ତି। ସେପଟେ ଭାରତ ବାଂଲାଦେଶ ଠାରୁ ସ୍ଥଳ ବନ୍ଦର ବା ଲ୍ୟାଣ୍ଡ ପୋର୍ଟ ଦେଇ ଆମଦାନୀ ହେଉଥିବା ସମସ୍ତ ପୋଷାକ ଓ ତତ୍ ସମ୍ପର୍କିତ ସାମଗ୍ରୀ ତଥା ଅନ୍ୟାନ୍ୟ କିଛି ସାମଗ୍ରୀର ଆମଦାନୀ ଉପରେ କଟକଣା ଲଗାଇଛି। ଏନେଇ ସୋମାବାର(୧୯.୫.୨୫)
ନୂଆଦିଲ୍ଲୀ: ଚୀନ ଓ ବାଂଲାଦେଶ ନିର୍ମିତ କୌଣସି ପୋଷାକ ଭାରତୀୟ ମାର୍କେଟ୍ରେ ବିକ୍ରି କଲେ ବିକ୍ରେତାଙ୍କ ଉପରେ ପଡ଼ିବ ୧.୧୧ ଲକ୍ଷ ଟଙ୍କାର ଫାଇନ୍। ଇନ୍ଦୋରର ଏକ ପୋଷାକ ସଂଘ(ଗାର୍ମେଣ୍ଟ ଆସୋସିଏସନ) ପକ୍ଷରୁ ଏହି ଘୋଷଣା କରାଯାଇଛି।
ଏନେଇ ଇନ୍ଦୋର ରିଟେଲ୍ ଗାର୍ମେଣ୍ଟ୍ସ ଆସୋସିଏସନ୍ ସଭାପତି ଅକ୍ଷୟ ଜୈନ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି “ଚୀନ୍ ଏବଂ ବାଂଲାଦେଶରେ ତିଆରି ପୋଷାକ ବ୍ୟବସାୟ ଭାରତୀୟ ସ୍ୱାର୍ଥ ବିରୁଦ୍ଧରେ ବୋଲି ଆମ ସଂଗଠନ ବିଶ୍ୱାସ କରେ। ତେଣୁ, ଆମେ ନିଷ୍ପତ୍ତି ନେଇଛୁ ଯେ ଯଦି ଆମର କୌଣସି ସଦସ୍ୟ ଦୋକାନୀ ଏହି ଦେଶଗୁଡ଼ିକରେ ତିଆରି ପୋଷାକ ବିକ୍ରି କରନ୍ତି, ତେବେ ସେମାନଙ୍କୁ ୧.୧୧ ଲକ୍ଷ ଟଙ୍କା ଜରିମାନା କରାଯିବ।”
କେବଳ ସେତିକି ନୁହେଁ, ଜରିମାନା ବାବଦକୁ ଆଦାୟ ହୋଇଥିବା ରାଶିକୁ ଭାରତୀୟ ସେନା ପାଇଁ କେନ୍ଦ୍ର ସରକାରଙ୍କ ପାଣ୍ଠିରେ ଜମା କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଜୈନ ଦାବି କରିଛନ୍ତି ଯେ ସହରର ୬୦୦ ବ୍ୟବସାୟୀ ଏପର୍ଯ୍ୟନ୍ତ ଏହି ସଂକଳ୍ପରେ ସହମତ ହୋଇଛନ୍ତି ଯେ ସେମାନେ ଚୀନ୍ ଏବଂ ବାଂଲାଦେଶରେ ତିଆରି ପୋଷାକ ବିକ୍ରୟ କରିବେ ନାହିଁ ବୋଲି କହିଛନ୍ତି।
ସେପଟେ ଭାରତ ବାଂଲାଦେଶ ଠାରୁ ସ୍ଥଳ ବନ୍ଦର ବା ଲ୍ୟାଣ୍ଡ ପୋର୍ଟ ଦେଇ ଆମଦାନୀ ହେଉଥିବା ସମସ୍ତ ପୋଷାକ ଓ ତତ୍ ସମ୍ପର୍କିତ ସାମଗ୍ରୀ ତଥା ଅନ୍ୟାନ୍ୟ କିଛି ସାମଗ୍ରୀର ଆମଦାନୀ ଉପରେ କଟକଣା ଲଗାଇଛି। ଏନେଇ ସୋମାବାର(୧୯.୫.୨୫) ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଘୋଷଣା କରିଛି। ତେବେ କେବଳ କୋଲକାତା ଏବଂ ନହାଭା ଶେଭା ସମୁଦ୍ର ବନ୍ଦର ଦେଇ ଆମଦାନୀକୁ ଅନୁମତି ଦିଆଯାଇଛି।
ଏଭଳି ନିଷ୍ପତ୍ତି ନେଇ ଭାରତ ଗୋଟିଏ ଗୁଳିରେ ୩ଟା ଶିକାର କରିଛି। ଏହା ପୂର୍ବରୁ ବାଂଲାଦେଶ ଭାରତ ଠାରୁ ସୂତା ଆମଦାନୀ ଉପରେ ବ୍ୟାନ ଲଗାଇଥିଲା। ଭାରତ ପଡ଼ୋଶୀ ଠାରୁ ପୋଷାକ ଓ ସମ୍ପର୍କିତ ସାମଗ୍ରୀ ବନ୍ଦ କରି ଏହାର ଜବାବ ଦେଇଛି। ମିଡିଆ ରିପୋର୍ଟ ଅନୁସାରେ, ବାଂଲାଦେଶର ମୋଟ ରପ୍ତାନୀରେ ୮୦ ପ୍ରତିଶତ ଭାଗ କେବଳ ପୋଷାକ ରପ୍ତାନୀ ହୋଇଥାଏ। ଭାରତ ଏହାକୁ ବନ୍ଦ କରି ବାଂଲାଦେଶ ଜିଡିପିକୁ ଶକ୍ତ ଝଟ୍କା ଦେଇଛି। ତୃତୀୟରେ ଚୀନ ବାଂଲାଦେଶ ମାଧ୍ୟମରେ ଭାରତରେ ସାମଗ୍ରୀ ବିକ୍ରି କରୁଥିଲା। ହେଲେ ଏବେ ପୋଷାକ ଆମଦାନୀ ବନ୍ଦ ହେବା ଦ୍ୱାରା ଚୀନକୁ ବି ଚେକ୍ ଦିଆଯାଇଛି।
ଦକ୍ଷିଣ ଏସୀୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (SAFTA) ଅଧୀନରେ ଭାରତ ବାଂଲାଦେଶ ସାମଗ୍ରୀ ଉପରେ କୌଣସି ଟାରିଫ ଲଗାଉ ନଥିଲା। ଯାହାର ସୁବିଧା ନେଇ ଚୀନ ଡାଇରେକ୍ଟ ଆମଦାନୀ ପାଇଁ ଭାରତ ଲଗାଉଥିବା ୨୦ ପ୍ରତିଶତ ଶୁଳ୍କରୁ ବଞ୍ଚି ବିନା ଟ୍ୟାକ୍ସରେ ବାଂଲାଦେଶ ମାଧ୍ୟମରେ ଭାରତକୁ ଶୋଷଣ କରୁଥିଲା। ହେଲେ ଏବେ ଏହା ବନ୍ଦ ହୋଇଯିବ।
କେଉଁ ସବୁ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ ଆସନ୍ତୁ ଜାଣିବା।
ସାର୍ଟ, ପ୍ୟାଣ୍ଟ, ଟି-ସାର୍ଟ ଭଳି ପ୍ରସ୍ତୁତ ପୋଷାକ, ବିସ୍କୁଟ, ଚିପ୍ସ, ମିଠା, ସ୍ନାକ୍ସ ପ୍ରୋସେସ୍ଡ ଫୁଡ୍, କାର୍ବୋନେଟେଡ ଏବଂ ଏନର୍ଜୀ ଡ୍ରିଙ୍ଗ୍,ବାଲତି, ଖେଳଣା, ଚେୟାର ଭଳି ପ୍ଲାଷ୍ଟିକ୍ ଉତ୍ପାଦ, କଟନ ୱେଷ୍ଟ, ଏବଂ ଇଣ୍ଡଷ୍ଟ୍ରିଆଲ ଗ୍ରେଡ୍ କଟନ ବାୟ ପ୍ରଡକ୍ସନ, କାଠ ଫର୍ନିଚର ଯେପରିକି ସୋଫା, ବିଛଣା, ଟେବୁଲ୍, ଚେୟାର ଆଦିର ଆମଦାନୀ ଭାରତ ବନ୍ଦ କରିଛି।