ଚୀନ ନାଗରିକଙ୍କ ପାଇଁ ପୁଣି ଭାରତ ପର୍ଯ୍ୟଟନ ଭିସା ଜାରି କରିବାକୁ ଘୋଷଣା

ନନ୍ଦିଘୋଷ ବ୍ୟୁରୋ : ପୁଣି ଭାରତ ଆସିପାରିବେ ଚୀନ ପର୍ଯ୍ୟଟକ । ଚୀନ୍ ନାଗରିକଙ୍କ ପାଇଁ ପୁଣି ଥରେ ଭାରତ... The post ଚୀନ ନାଗରିକଙ୍କ ପାଇଁ ପୁଣି ଭାରତ ପର୍ଯ୍ୟଟନ ଭିସା ଜାରି କରିବାକୁ ଘୋଷଣା appeared first on .

ଚୀନ ନାଗରିକଙ୍କ ପାଇଁ ପୁଣି ଭାରତ ପର୍ଯ୍ୟଟନ ଭିସା ଜାରି କରିବାକୁ ଘୋଷଣା

ନନ୍ଦିଘୋଷ ବ୍ୟୁରୋ : ପୁଣି ଭାରତ ଆସିପାରିବେ ଚୀନ ପର୍ଯ୍ୟଟକ । ଚୀନ୍ ନାଗରିକଙ୍କ ପାଇଁ ପୁଣି ଥରେ ଭାରତ ପର୍ଯ୍ୟଟନ ଭିସା ଜାରି କରିବାକୁ ଘୋଷଣା କରିଛି। ଗାଲୱାନ୍ ଉପତ୍ୟକାରେ ସାମରିକ ସଂଘର୍ଷ ପରେ ଖରାପ ହୋଇଥିବା ପାରସ୍ପରିକ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପାଞ୍ଚ ବର୍ଷ ପୂର୍ବେ ଗାଲୱାନ୍ ସଂଘର୍ଷ ପରେ ଏହାକୁ ନିଷେଧ କରାଯାଇଥିଲା। ଭାରତ ଗସ୍ତ କରିବାକୁ ଚାହୁଁଥିବା ଚୀନ୍ ନାଗରିକମାନେ ପର୍ଯ୍ୟଟନ ଭିସା ପାଇଁ ଆବେଦନ କରିପାରିବେ। ଭାରତୀୟ ଦୂତାବାସ ଏହାର ଚୀନ୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ସୂଚନା ଦେଇଛି । ଚୀନ୍ ଭାରତର ଏହି ପଦକ୍ଷେପକୁ ସ୍ୱାଗତ କରିଛି । ଚୀନ୍ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ୍ କହିଛନ୍ତି ଯେ ସୀମାପାର ଯାତ୍ରାକୁ ସହଜ କରିବା ଉଭୟ ପକ୍ଷ ପାଇଁ ଲାଭଦାୟକ। ଭାରତର ଏହି ପଦକ୍ଷେପକୁ ଆମେରିକା ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି।

The post ଚୀନ ନାଗରିକଙ୍କ ପାଇଁ ପୁଣି ଭାରତ ପର୍ଯ୍ୟଟନ ଭିସା ଜାରି କରିବାକୁ ଘୋଷଣା appeared first on .