ଚୀନ ବିରୋଧରେ ଡ୍ରୋନ୍ ସେନା ଠିଆ କରାଇବାକୁ ଯାଉଛି ଏହି ଦେଶ , ସମୁଦ୍ରରେ ବଡ଼ ଚ୍ୟାଲେଞ୍ଚର ପ୍ରସ୍ତୁତି
ନୂଆଦିଲ୍ଲୀ : ଚୀନର ଚ୍ୟାଲେଞ୍ଜ ମଧ୍ୟରେ ତାଇୱାନ ମଧ୍ୟ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ତାଇୱାନ ସମୁଦ୍ରରେ ଅସ୍ତ୍ରଶସ୍ତ୍ର ବହନ କରୁଥିବା ଡ୍ରୋନ୍ର ପରିକ୍ଷଣ କରିଛି। ବେଜିଂ ପ୍ରତିଦିନ ତାଇୱାନକୁ ଧମକାଇବା ପାଇଁ ନିଜର ଏୟାରକ୍ରାଫ୍ଟ ପଠାଇ ଚାଲିଛି। ଏହି ଚାପ ମଧ୍ୟରେ ତାଇୱାନ ମଧ୍ୟ ଯୁଦ୍ଧ ସ୍ତରୀୟ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ତାଇୱାନ ଏବେ ଏମିତି ଡ୍ରୋନ୍ ପ୍ରସ୍ତୁତ କରୁଛି, ଯାହାର ବ୍ୟବହାର ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧରେ ହେଉଛି। ଚୀନ ଦାବି କରିଛି ଯେ, ତାଇୱାନ ତାର ହିଁ ଅଂଶ। ସେ ତାଇୱାନକୁ କବଜାକୁ ଆଣିବାକୁ ଧମକ ଦେଇ ଚାଲିଛି। ତାଇୱାନର ଇଲାନରେ ଅନକ୍ରୁଡ୍ ସି ଭାଇକଲ ଅର୍ଥାତ୍ ଡ୍ରୋନ୍ର ପ୍ରଦର୍ଶନ କରାଯାଇଛି। ଏଥିରେ ବିଶ୍ୱର ପାଖାପାଖି ୧୨ଟି କମ୍ପାନୀମାନେ ଭାଗ ନେଇ ଥିଲେ। ତାଇୱାନର କହିବାନୁସାରେ , ଭବିଷ୍ୟତରେ ଏହିପରି ଆଧୁନିକ ଡ୍ରୋନର ବଡ଼ ପରିମାଣରେ ଉତ୍ପାଦନ କରାଯିବ। ସମୁଦ୍ରରେ ଯୁଦ୍ଧ ପାଇଁ ଏହି ଡ୍ରୋନ୍ ଖୁବ୍ ଆବଶ୍ୟକ।ତାଇୱାନ ବ୍ଲାକ୍ ଟାଇଡ୍ ସି ଡ୍ରୋନ୍ର ପ୍ରଦର୍ଶନ କରିଛି, ଯାହାକି ପ୍ରତି ଘଣ୍ଟା ୮୦ କିଲୋମିଟର ଗତିରେ ଉଡ଼ାଣ ଭରି ପାରେ। ଏହା ବ୍ୟତୀତ ଏହା ଇଣ୍ଟେଲିଜେନ୍ସ, ସର୍ଭିଲାନ୍ସ ଓ ହମଲାରେ ବ୍ୟବହାର କରାଯାଇ ପାରେ। ଏହା ବ୍ୟତୀତ ବୋମାବର୍ଷଣ କରୁଥିବା ଷ୍ଟିଲଥ୍ ଡ୍ରୋନ୍ ଖୁବ୍ ଶସ୍ତା। ତାଇୱାନର ସରକାରଙ୍କର କହିବାନୁସାରେ, ଏହିପ୍ରକାର ଡ୍ରୋନ୍ର ଉତ୍ପାଦନ ମଧ୍ୟ
ନୂଆଦିଲ୍ଲୀ : ଚୀନର ଚ୍ୟାଲେଞ୍ଜ ମଧ୍ୟରେ ତାଇୱାନ ମଧ୍ୟ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ତାଇୱାନ ସମୁଦ୍ରରେ ଅସ୍ତ୍ରଶସ୍ତ୍ର ବହନ କରୁଥିବା ଡ୍ରୋନ୍ର ପରିକ୍ଷଣ କରିଛି। ବେଜିଂ ପ୍ରତିଦିନ ତାଇୱାନକୁ ଧମକାଇବା ପାଇଁ ନିଜର ଏୟାରକ୍ରାଫ୍ଟ ପଠାଇ ଚାଲିଛି। ଏହି ଚାପ ମଧ୍ୟରେ ତାଇୱାନ ମଧ୍ୟ ଯୁଦ୍ଧ ସ୍ତରୀୟ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ତାଇୱାନ ଏବେ ଏମିତି ଡ୍ରୋନ୍ ପ୍ରସ୍ତୁତ କରୁଛି, ଯାହାର ବ୍ୟବହାର ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧରେ ହେଉଛି।
ଚୀନ ଦାବି କରିଛି ଯେ, ତାଇୱାନ ତାର ହିଁ ଅଂଶ। ସେ ତାଇୱାନକୁ କବଜାକୁ ଆଣିବାକୁ ଧମକ ଦେଇ ଚାଲିଛି। ତାଇୱାନର ଇଲାନରେ ଅନକ୍ରୁଡ୍ ସି ଭାଇକଲ ଅର୍ଥାତ୍ ଡ୍ରୋନ୍ର ପ୍ରଦର୍ଶନ କରାଯାଇଛି। ଏଥିରେ ବିଶ୍ୱର ପାଖାପାଖି ୧୨ଟି କମ୍ପାନୀମାନେ ଭାଗ ନେଇ ଥିଲେ। ତାଇୱାନର କହିବାନୁସାରେ , ଭବିଷ୍ୟତରେ ଏହିପରି ଆଧୁନିକ ଡ୍ରୋନର ବଡ଼ ପରିମାଣରେ ଉତ୍ପାଦନ କରାଯିବ। ସମୁଦ୍ରରେ ଯୁଦ୍ଧ ପାଇଁ ଏହି ଡ୍ରୋନ୍ ଖୁବ୍ ଆବଶ୍ୟକ।
ତାଇୱାନ ବ୍ଲାକ୍ ଟାଇଡ୍ ସି ଡ୍ରୋନ୍ର ପ୍ରଦର୍ଶନ କରିଛି, ଯାହାକି ପ୍ରତି ଘଣ୍ଟା ୮୦ କିଲୋମିଟର ଗତିରେ ଉଡ଼ାଣ ଭରି ପାରେ। ଏହା ବ୍ୟତୀତ ଏହା ଇଣ୍ଟେଲିଜେନ୍ସ, ସର୍ଭିଲାନ୍ସ ଓ ହମଲାରେ ବ୍ୟବହାର କରାଯାଇ ପାରେ। ଏହା ବ୍ୟତୀତ ବୋମାବର୍ଷଣ କରୁଥିବା ଷ୍ଟିଲଥ୍ ଡ୍ରୋନ୍ ଖୁବ୍ ଶସ୍ତା। ତାଇୱାନର ସରକାରଙ୍କର କହିବାନୁସାରେ, ଏହିପ୍ରକାର ଡ୍ରୋନ୍ର ଉତ୍ପାଦନ ମଧ୍ୟ ବହୁତ ସହଜ ହେବ।
ଆମେରିକା କମ୍ପାନୀ ଅଟେରିୟନ ତାଇୱାନ ସହ ବୁଝାମଣା କରି ଆଧୁନିକ ଟେକ୍ନିକାଲ ଯୁକ୍ତ ଡ୍ରୋନ୍ ନିର୍ମାଣରେ ସହମତି ପ୍ରକାଶ କରିଛି। ରାଷ୍ଟ୍ରପତି ଲାଇ ଚିଙ୍ଗ୍ ତେ ସଙ୍କଳ୍ପ ନେଇଛନ୍ତି ଯେ, ସେ ତାଇୱାନକୁ ଡ୍ରୋନ୍ ପ୍ରଡକ୍ସନର ମାମଲାରେ ଏସିଆନ ହବ୍ ତିଆରି କରିବ। ବର୍ତ୍ତମାନ ତାଇୱାନ ପାଖରେ ପ୍ରତିବର୍ଷ ୮ରୁ ୧୦ ହଜାର ଡ୍ରୋନ ଉତ୍ପାଦନର କ୍ଷମତା ଅଛି। ଅନ୍ୟପଟେ ସରକାର ୨୦୨୮ ଯାଏ ପ୍ରତିବର୍ଷ ୧ଲକ୍ଷ ୮୦ ହଜାର ଡ୍ରୋନ୍ ତିଆରି କରିବାର ଲକ୍ଷ୍ୟ ରଖିଛି।
ତାଇୱାନର କହିବା ହେଲା ଯେ, ଆମର ଫୋକସ କମ୍ ଦାମ୍ରେ ଡ୍ରୋନ୍ ପ୍ରଡକ୍ସନ କରିବା ଉପରେ ରହିବ। ଏହି ସମୟରେ ଚୀନର ଡ୍ରୋନ୍ ଆଗରେ ତାଇୱାନର ଡ୍ରୋନ୍ ଅଧିକ ଦାମୀ ଯୋଗୁଁ ପ୍ରତିଯୋଗୀତା କରିପାରୁ ନାହାନ୍ତି।