ଚୀନ ସୀମା ବିବାଦ ସମାଧାନ ସଫଳ ହୋଇଛି, ୭୫% ବିବାଦର ସମାଧାନ ହୋଇଛି: ଏସ ଜୟଶଙ୍କର

ନୂଆଦିଲ୍ଲୀ: ଚୀନ ସହ ସୀମା ବିବାଦ ନେଇ ଆଲୋଚନା ଆଗକୁ ବଢ଼ିଛି। ପାଖାପାଖି ୭୫ ପ୍ରତିଶତ ସୀମା ବିବାଦର ସମାଧାନ ହୋଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି। ଗୁରୁବାର ସ୍ୱିଜରଲ୍ୟାଣ୍ଡର ଜେନେଭା ଠାରେ ଏକ ବିଶେଷଜ୍ଞ ସଂସ୍ଥା ସହ ଆଲୋଚନା କଲା ବେଳେ ଜୟଶଙ୍କର ଏହି ସୂଚନା ଦେଇଛନ୍ତି।୨୦୨୦ ମଧ୍ୟ ଭାଗରେ ଭାରତ-ଚୀନ ସୀମା ବିବାଦ ଲାଗି ରହିଛି। ଗଲୱାନ ଭ୍ୟାଲି,ପେଙ୍ଗଙ୍ଗ୍ ଟିଏସ୍‌ଓ ଏବଂ ଗୋଗ୍ରା-ହଟ୍ ସ୍ପ୍ରିଙ୍ଗ ଏରିଆରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ଫାଇଟ ହୋଇଥିଲା। ଉଭୟ ପକ୍ଷରୁ ଯବାନ ସହିଦ ହୋଇଥିଲେ। ସେହିଦିନ ଠାରୁ ଉକ୍ତ ଏରିଆରେ ସୈନ୍ୟ ଛାଉଣୀ ଜାରି ରହିଛି। ସମ୍ବେଦନଶୀଳ ଏରିଆ ଦୀପସାଙ୍ଗ ଓ ଡେମଚୋକରେ ଉଭୟ ପକ୍ଷରେ ଯବାନ ମୁତୟନ ହୋଇଛି। ତେବେ ସୀମାରେ ବିବାଦ ଯୋଗୁ ଚୀନ ସହ ଦ୍ୱିପାକ୍ଷିକ ସମ୍ପର୍କରେ ଗଭୀର ପ୍ରଭାବ ପଡ଼ିଛି ବୋଲି ଜୟଶଙ୍କର ସ୍ୱୀକାର କରିଛନ୍ତି।ଜୟଶଙ୍କର କହିଛନ୍ତି ଯେ ହିଂସାକ ଲଢେଇ ପରେ ଏହା ପୂରା ସମ୍ପର୍କକୁ ପ୍ରଭାବିତ କରିଛି। କାରଣ ଥରେ ସୀମା ନେଇ ବିବାଦ ହେଲେ ବାକି ସବୁ ସମ୍ପର୍କ ଭଲ ଅଛି ବୋଲି ଆପଣ କହିପାରିବେ ନାହିଁ ବୋଲି ଜୟଶଙ୍କର କହିଛନ୍ତି। ସୀମା ବିବାଦ ସମାଧାନ ହୋଇଗଲେ ଭାରତ ବ୍ୟାପକ କୂଟନୈତିକ ଚୁକ୍ତି ପାଇଁ ଆଗ୍ରହ ପ୍ରକାଶ କରିବ। ଚୀନ ସହ ସମ୍ପର୍କ ପୂର୍ବପରି କରିବାକୁ ହେଲେ ଭାରତ ସୀମା ଉପରେ ସର୍ତ୍ତ ରଖିବା ବୋଲି ଜୟଶଙ୍କର କହିଛନ୍ତି।ଏନେଇ ଜୟଶଙ୍କର କହିଛନ୍ତି

ଚୀନ ସୀମା ବିବାଦ ସମାଧାନ ସଫଳ ହୋଇଛି, ୭୫% ବିବାଦର ସମାଧାନ ହୋଇଛି: ଏସ ଜୟଶଙ୍କର

ନୂଆଦିଲ୍ଲୀ: ଚୀନ ସହ ସୀମା ବିବାଦ ନେଇ ଆଲୋଚନା ଆଗକୁ ବଢ଼ିଛି। ପାଖାପାଖି ୭୫ ପ୍ରତିଶତ ସୀମା ବିବାଦର ସମାଧାନ ହୋଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି। ଗୁରୁବାର ସ୍ୱିଜରଲ୍ୟାଣ୍ଡର ଜେନେଭା ଠାରେ ଏକ ବିଶେଷଜ୍ଞ ସଂସ୍ଥା ସହ ଆଲୋଚନା କଲା ବେଳେ ଜୟଶଙ୍କର ଏହି ସୂଚନା ଦେଇଛନ୍ତି।

୨୦୨୦ ମଧ୍ୟ ଭାଗରେ ଭାରତ-ଚୀନ ସୀମା ବିବାଦ ଲାଗି ରହିଛି। ଗଲୱାନ ଭ୍ୟାଲି,ପେଙ୍ଗଙ୍ଗ୍ ଟିଏସ୍‌ଓ ଏବଂ ଗୋଗ୍ରା-ହଟ୍ ସ୍ପ୍ରିଙ୍ଗ ଏରିଆରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ଫାଇଟ ହୋଇଥିଲା। ଉଭୟ ପକ୍ଷରୁ ଯବାନ ସହିଦ ହୋଇଥିଲେ। ସେହିଦିନ ଠାରୁ ଉକ୍ତ ଏରିଆରେ ସୈନ୍ୟ ଛାଉଣୀ ଜାରି ରହିଛି। ସମ୍ବେଦନଶୀଳ ଏରିଆ ଦୀପସାଙ୍ଗ ଓ ଡେମଚୋକରେ ଉଭୟ ପକ୍ଷରେ ଯବାନ ମୁତୟନ ହୋଇଛି। ତେବେ ସୀମାରେ ବିବାଦ ଯୋଗୁ ଚୀନ ସହ ଦ୍ୱିପାକ୍ଷିକ ସମ୍ପର୍କରେ ଗଭୀର ପ୍ରଭାବ ପଡ଼ିଛି ବୋଲି ଜୟଶଙ୍କର ସ୍ୱୀକାର କରିଛନ୍ତି।

ଜୟଶଙ୍କର କହିଛନ୍ତି ଯେ ହିଂସାକ ଲଢେଇ ପରେ ଏହା ପୂରା ସମ୍ପର୍କକୁ ପ୍ରଭାବିତ କରିଛି। କାରଣ ଥରେ ସୀମା ନେଇ ବିବାଦ ହେଲେ ବାକି ସବୁ ସମ୍ପର୍କ ଭଲ ଅଛି ବୋଲି ଆପଣ କହିପାରିବେ ନାହିଁ ବୋଲି ଜୟଶଙ୍କର କହିଛନ୍ତି। ସୀମା ବିବାଦ ସମାଧାନ ହୋଇଗଲେ ଭାରତ ବ୍ୟାପକ କୂଟନୈତିକ ଚୁକ୍ତି ପାଇଁ ଆଗ୍ରହ ପ୍ରକାଶ କରିବ। ଚୀନ ସହ ସମ୍ପର୍କ ପୂର୍ବପରି କରିବାକୁ ହେଲେ ଭାରତ ସୀମା ଉପରେ ସର୍ତ୍ତ ରଖିବା ବୋଲି ଜୟଶଙ୍କର କହିଛନ୍ତି।

ଏନେଇ ଜୟଶଙ୍କର କହିଛନ୍ତି “ସ୍ୱଭାବିକ କଥା ହେଲା ଚୀନ ସହ ଭଳ ସମ୍ପର୍କ କିମ୍ବା ପୂର୍ବପରି ସାଧାରଣ ସମ୍ପର୍କ ସ୍ଥାପନା କରିବାକୁ ହେଲେ ସୀମାରେ ଶାନ୍ତି ପ୍ରତିଷ୍ଠା ନିହାତି ଆବଶ୍ୟକ। ଯେମିତି ୧୯୮୮ରେ ମାମଲା ଶାନ୍ତ ପଡ଼ିବା ପରେ ଆମ ମଧ୍ୟରେ ଅନେକ ଚୁକ୍ତିନାମା ହୋଇଥିଲା ଯାହା ସୀମାରେ ସ୍ଥିରତା ଆଣିଥିଲା”