ଚୀନ୍ର ଆଉ ଏକ ଚାଲ୍ : ମ୍ୟାଁମାର ସୀମାରୁ ଓଡ଼ିଶାର ଅବଦୁଲ କଲାମ ଦ୍ୱୀପ ଉପରେ ରଖିବ ନଜର
ନୂଆଦିଲ୍ଲୀ : ଭାରତ ସହ ସମ୍ପର୍କ ଉନ୍ନ କରି ଚୀନ୍ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି କହୁଛି। କିନ୍ତୁ ଅନେକ କ୍ଷେତ୍ରରେ ଗୁପ୍ତରେ ଭାରତ ବିରୋଧୀ କାର୍ଯ୍ୟରେ ଏହି ଦେଶ ଲିପ୍ତ ରହୁଥିବା ଦେଖାଯାଇଛି। ଯାହାକି ଭାରତ ପାଇଁ ବିପଦ ସଙ୍କେତ ପାଲଟିବାରେ ଲାଗିଛି। ଚୀନ୍ ଏବେ ଭାରତର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଉପରେ ନଜର ରଖିବାକୁ ମ୍ୟାଁମାର ସୀମାକୁ ଲାଗି ରହିଥିବା ଏହାର ୟୁନାନ ପ୍ରଦେଶରେ ଏକ ଅତ୍ୟାଧୁନିକ ଏବଂ ଶକ୍ତିଶାଳୀ ରାଡାର ସିଷ୍ଟମ ନିର୍ମାଣ […]

ନୂଆଦିଲ୍ଲୀ : ଭାରତ ସହ ସମ୍ପର୍କ ଉନ୍ନ କରି ଚୀନ୍ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି କହୁଛି। କିନ୍ତୁ ଅନେକ କ୍ଷେତ୍ରରେ ଗୁପ୍ତରେ ଭାରତ ବିରୋଧୀ କାର୍ଯ୍ୟରେ ଏହି ଦେଶ ଲିପ୍ତ ରହୁଥିବା ଦେଖାଯାଇଛି। ଯାହାକି ଭାରତ ପାଇଁ ବିପଦ ସଙ୍କେତ ପାଲଟିବାରେ ଲାଗିଛି। ଚୀନ୍ ଏବେ ଭାରତର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଉପରେ ନଜର ରଖିବାକୁ ମ୍ୟାଁମାର ସୀମାକୁ ଲାଗି ରହିଥିବା ଏହାର ୟୁନାନ ପ୍ରଦେଶରେ ଏକ ଅତ୍ୟାଧୁନିକ ଏବଂ ଶକ୍ତିଶାଳୀ ରାଡାର ସିଷ୍ଟମ ନିର୍ମାଣ କରୁଛି।
ନିଜର ସୁରକ୍ଷା ପାଇଁ ଭାରତ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରେଞ୍ଜର କ୍ଷେପଣାସ୍ତ୍ର ପରୀକ୍ଷଣ କରୁଥିଲା ବେଳେ ଚୀନ୍ର ଏହି ଷଡ଼ଯନ୍ତ୍ର ଭାରତୀୟ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ବିପଦ ହେବ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ ଚୀନ୍ ଏକ ନୂତନ ‘ଲାର୍ଜ ଫେଜ୍ଡ ଆରେ ରାଡାର (ଏଲପିଏଆର)’ ସାଇଟ୍ ନିର୍ମାଣ କରିଛି। ଏହା ଦ୍ବାରା ଚୀନ୍ର ବାଲିଷ୍ଟିକ୍ ମିସାଇଲ୍ ନିରୀକ୍ଷଣ କ୍ଷମତା ବୃଦ୍ଧି ପାଇବ। ଏହାର କାର୍ଯ୍ୟକ୍ଷମତା ପରିସର ୫ହଜାର କିଲୋମିଟରରୁ ଅଧିକ ରହିବ ବୋଲି କୁହାଯାଇଥିଲା ବେଳେ ଏହି ରାଡାର ସିଷ୍ଟମ ମାଧ୍ୟମରେ ଚୀନ୍ ଭାରତ ମହାସାଗରର ଏକ ବଡ଼ ଅଞ୍ଚଳ ଏବଂ ଭାରତୀୟ କ୍ଷେତ୍ର ଉପରେ ନଜର ରଖିପାରିବ ବୋଲି କୁହାଯାଉଛି।
ଏଲପିଏଆର ହେଉଛି ଏକ ଅତ୍ୟାଧୁନିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରାରମ୍ଭିକ ଚେତାବନୀ ରାଡାର। କିନ୍ତୁ ଏହି ରାଡାର ସିଷ୍ଟମର ରେଞ୍ଜ ୫,୦୦୦ କିଲୋମିଟର ରହିଥିବାରୁ ଏହି ପରିଧି ମଧ୍ୟରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପ୍ରକ୍ଷେପଣକୁ ଚୀନ ଚିହ୍ନଟ ଏବଂ ନଜର କରିପାରିବ। ବିଶେଷ ଭାବରେ ଭାରତର ପୂର୍ବତଟରେ ଡକ୍ଟର ଏ.ପି.ଜେ. ଅବଦୁଲ କଲାମ ଦ୍ୱୀପରୁ କରାଯାଉଥିବା କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ଚୀନ୍ ଅତି ନିକଟରୁ ନଜର ରଖିପାରିବ। ଭାରତ ମହାସାଗରରେ ଚଳାଚଳ କରୁଥିବା ଜାହାଜ ଉପରେ ନଜର ରଖିବାକୁ ଚୀନ୍ ପୂର୍ବରୁ ‘ ୱାରସିପ୍ ରାଡାର’ ନିୟୋଜିତ କରିଥିଲା। ଏବେ କ୍ଷେପଣାସ୍ତ୍ର ଉପରେ ନଜର ରଖିବାକୁ ଚୀନର ଏହି ଚାଲ ଭାରତ ପାଇଁ ଚିନ୍ତା ବଢାଇବ ବୋଲି କୁହାଯାଉଛି।