ଚୁଟକିରେ ହଟାନ୍ତୁ ସ୍କିନ୍‌ ଟ୍ୟାନ୍‌

ଖରାଦିନରେ ସ୍କିନ୍‌ଟ୍ୟାନ୍‌ରୁ ରକ୍ଷାପାଇବାକୁ ହେଲେ ସନ୍‌ସ୍କ୍ରିନ୍‌ ଲୋଶନ ଲଗାନ୍ତୁ, ଢିଲା ପୋଷାକ ପିନ୍ଧନ୍ତୁ। ଅଧିକ ପରିମାଣରେ ପାଣି ପିଅନ୍ତୁ। କିଛି ଘରୋଇ ଉପାୟ ଆପଣାନ୍ତୁ । ଟମାଟୋ ଜୁସ୍‌, ବେସନ, ଦହି, କାକୁଡ଼ି ନଡ଼ିଆ ପାଣି ଆଦିକୁ ବ୍ୟବହାର କରିପାରିବେ। ଜାଣନ୍ତୁ ଏ ସମ୍ପର୍କରେ… ସନ୍‌ ଟ୍ୟାନ୍‌, ସନ୍‌ବର୍ଣ୍ଣ ଆଦି ସମସ୍ୟା ଦେଖାଯାଇଥାଏ। ଏମିତିରେ ଘରୁ ବାହାରିବା ପୂର୍ବରୁ ଭଲ କ୍ୱାଲିଟିର ସନ୍‌ସ୍କ୍ରିନ୍‌ ଆପ୍ଲାଏ କରନ୍ତୁ। ସନ୍‌ସ୍କ୍ରିନ୍‌ ୩୦ପ୍ରତିଶତ ଏସିପିଏଫ୍‌ ଯୁକ୍ତ ନିଅନ୍ତୁ କିମ୍ବା ତା ’ଠାରୁ […] The post ଚୁଟକିରେ ହଟାନ୍ତୁ ସ୍କିନ୍‌ ଟ୍ୟାନ୍‌ appeared first on Dharitri Odia News.

ଚୁଟକିରେ ହଟାନ୍ତୁ ସ୍କିନ୍‌ ଟ୍ୟାନ୍‌

ଖରାଦିନରେ ସ୍କିନ୍‌ଟ୍ୟାନ୍‌ରୁ ରକ୍ଷାପାଇବାକୁ ହେଲେ ସନ୍‌ସ୍କ୍ରିନ୍‌ ଲୋଶନ ଲଗାନ୍ତୁ, ଢିଲା ପୋଷାକ ପିନ୍ଧନ୍ତୁ। ଅଧିକ ପରିମାଣରେ ପାଣି ପିଅନ୍ତୁ। କିଛି ଘରୋଇ ଉପାୟ ଆପଣାନ୍ତୁ । ଟମାଟୋ ଜୁସ୍‌, ବେସନ, ଦହି, କାକୁଡ଼ି ନଡ଼ିଆ ପାଣି ଆଦିକୁ ବ୍ୟବହାର କରିପାରିବେ। ଜାଣନ୍ତୁ ଏ ସମ୍ପର୍କରେ…

ସନ୍‌ ଟ୍ୟାନ୍‌, ସନ୍‌ବର୍ଣ୍ଣ ଆଦି ସମସ୍ୟା ଦେଖାଯାଇଥାଏ। ଏମିତିରେ ଘରୁ ବାହାରିବା ପୂର୍ବରୁ ଭଲ କ୍ୱାଲିଟିର ସନ୍‌ସ୍କ୍ରିନ୍‌ ଆପ୍ଲାଏ କରନ୍ତୁ। ସନ୍‌ସ୍କ୍ରିନ୍‌ ୩୦ପ୍ରତିଶତ ଏସିପିଏଫ୍‌ ଯୁକ୍ତ ନିଅନ୍ତୁ କିମ୍ବା ତା ’ଠାରୁ ଅଧିକ। ଦିନ ମଧ୍ୟରେ ଦୁଇଥର ସକାଳ ଏବଂ ସନ୍ଧ୍ୟାରେ ସନ୍‌ସ୍କ୍ରିନ୍‌ ଲଗାନ୍ତୁ।
ବାହାରକୁ ଯିବା ପୂର୍ବରୁ ଶରୀରକୁ ସମ୍ପୂର୍ଣ୍ଣ ଢାଙ୍କି ରଖନ୍ତୁ। ଭୀଷଣ ଖରାରେ ସ୍କିନ୍‌ ଡଲ୍‌ ହୋଇଯାଏ। ବେକ, ହାତ,ପାଦରେ ସନ୍‌ ଟ୍ୟାନ୍‌ ଆଦି ହେବାର ଦେଖାଯାଏ। ଏମିତିରେ କଟନ୍‌ର ଢିଲା କପଡ଼ା ପିନ୍ଧନ୍ତୁ,ହାଲ୍‌କା ରଙ୍ଗ କପଡ଼ା ପିନ୍ଧନ୍ତୁ ଫଳରେ ଖରା ଅଧିକ ଆପଣଙ୍କୁ କାଟିବ ନାହିଁ।
ଟ୍ୟାନ୍‌ରୁ ରକ୍ଷା ପାଇବାକୁ ହେଲେ ପାଣି ଏବଂ ତରଳ ପଦାର୍ଥ ପିଅନ୍ତୁ। ଟ୍ୟାନିଂ ଦୂର କରିବାକୁ ହେଲେ ଥଣ୍ଡାପାଣିରେ ହିଁ ଗାଧାନ୍ତୁ।
ଯେଉଁ ଭାଗ ଖରା ସଂସ୍ପର୍ଶରେ ଆସୁଛି ସେ ସ୍ଥାନରେ ଆଲୋଭେରା ଜେଲ ଲଗାନ୍ତୁ। ଏହା ଲଗାଇବା ଦ୍ୱାରା ସନ୍‌ ଟ୍ୟାନ୍‌ ସମସ୍ୟା କମ୍‌ ହେବ।
ଚାହିଁଲେ ନିଜ ସାଙ୍ଗରେ ସନ୍‌ ଟ୍ୟାନ୍‌ ରିମୁଭାଲ କ୍ରିମ୍‌ ରଖନ୍ତୁ। ଯଦି ନାହିଁ ତେବେ କିଣିନିଅନ୍ତୁ। ଏହା ସହ ଘରୋଇ ଉପଚାର ଆପଣାଇପାରିବେ। ଆପଣ ପ୍ରଭାବିତ ଭାଗରେ ଲାଇକୋପୀନ୍‌ରେ ଭରପୂର ଟମାଟୋ ଜୁସ୍‌ ଲଗାନ୍ତୁ। ଏହାକୁ ଲଗାଇବା ଦ୍ୱାରା ଅଲ୍‌ଟ୍ରାଭାଓଲେଟ୍‌ କିରଣ ଯୋଗୁ ପ୍ରଭାବିତ ହେଉଥିବା କ୍ଷତିରୁ ରକ୍ଷା ପାଇପାରିବେ। ବେସନ ଦହି, କାକଡ଼ି ରସ,ନଡ଼ିଆପାଣି ଟ୍ୟାନିଂ ସମସ୍ୟାକୁ ଦୂର କରିଥାଏ।

The post ଚୁଟକିରେ ହଟାନ୍ତୁ ସ୍କିନ୍‌ ଟ୍ୟାନ୍‌ appeared first on Dharitri Odia News.