ଚୂଡ଼ାନ୍ତ ପ୍ରାର୍ଥୀ ଚାଲିକା ଜାରି କଲା ଆପ୍: କେଜରିୱାଲ, ଅତିଶୀ ଓ ସତୈନ୍ଦ୍ର କେଉଁଠି ଲଢ଼ିବେ?

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ତଥା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ଶାସକ ଦଳ ଆମ ଆଦ୍‌ମୀ ପାର୍ଟି। ରବିବାର(ଡିସେମ୍ବର ୧୫) ଦଳ ଜାରି କରିଥିବା ତାଲିକା ଅନୁସାରେ, ଆପ୍‌ ସୁପ୍ରିମୋ ଅରବିନ୍ଦ କେଜରିୱାଲ୍ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ଲଢ଼ିବେ। ମୁଖ୍ୟମନ୍ତ୍ରୀ ଅତୀଶ ମାର୍ଲେନା ପୁଣି ଥରେ କାଲକାଜୀ ଆସନରୁ ନିର୍ବାଚନ ଲଢ଼ିବେ। ସେହିଭଳି ଆପ୍‌ର ଟାଣୁଆ ନେତା ସୌରଭ ଭରଦ୍ୱାଜ ଗ୍ରେଟର କୈଳାଶରୁ ଲଢ଼େଇ କରିବେ।ଏଥର କସ୍ତୁରବା ନଗରରୁ ପ୍ରାର୍ଥୀ ବଦଳାଇଛି ଆମ ଆଦମୀ ପାର୍ଟି। ବିଧାୟକ ମଦନ ଲାଲଙ୍କ ବଦଳରେ ଏହି ଆସନରୁ ରମେଶ ପେହଲୱାନ ନିର୍ବାଚନ ଲଢ଼ିବେ। ବିଜେପି ଛାଡିବା ପରେ ରମେଶ ପେହଲୱାନ ଏବଂ ତାଙ୍କ ପତ୍ନୀ, କାଉନସିଲର କୁସୁମ ଲତା ଆଜି ସକାଳେ ଆପରେ ଯୋଗ ଦେଇଥିଲେ। ଯୋଗ ଦେବ ମାତ୍ରେ ଦଳ ତାଙ୍କୁ ଉପହାର ଦେଇଛି। ସେହିପରି ଅନ୍ୟମାନଙ୍କ ମଧ୍ୟରୁ ବାବରପୁରରୁ ଗୋପାଳ ରାୟ, ଓଖଲାରୁ ଅମାନତୁଲ୍ଲା ଖାନ ଏବଂ ଶାକୁର ବସ୍ତିରୁ ସତ୍ୟେନ୍ଦ୍ର କୁମାର ଜୈନ ନିର୍ବାଚନ ଲଢ଼ିବେ।ତେବେ ଏଥର ଦିଲ୍ଲୀରେ ଆପ୍ ପାଇଁ ଭାଇ ହେବ ଭଗାରୀ। ମାନେ ଇଣ୍ଡିଆ ମେଣ୍ଟ ଏଠି ଅଲଗା ନିର୍ବାଚନ ଲଢ଼ିବ। କେଜରିୱାଲ୍‌ଙ୍କ ବିରୋଧରେ କଂଗ୍ରେସ କଡ଼ା ଫାଇଟ କରିବ। ଏଥିପାଇଁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷିତଙ୍କ ପୁଅ ସନ୍ଦୀପ ଦିକ୍ଷିତଙ୍କୁ କଂଗ୍ରେସ ନୂଆ ଦିଲ୍ଲୀରୁ ପ୍ରାର୍ଥୀ କରିଛି। କେଜରିୱାଲ୍

ଚୂଡ଼ାନ୍ତ ପ୍ରାର୍ଥୀ ଚାଲିକା ଜାରି କଲା ଆପ୍: କେଜରିୱାଲ, ଅତିଶୀ ଓ ସତୈନ୍ଦ୍ର କେଉଁଠି ଲଢ଼ିବେ?

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ତଥା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ଶାସକ ଦଳ ଆମ ଆଦ୍‌ମୀ ପାର୍ଟି। ରବିବାର(ଡିସେମ୍ବର ୧୫) ଦଳ ଜାରି କରିଥିବା ତାଲିକା ଅନୁସାରେ, ଆପ୍‌ ସୁପ୍ରିମୋ ଅରବିନ୍ଦ କେଜରିୱାଲ୍ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ଲଢ଼ିବେ। ମୁଖ୍ୟମନ୍ତ୍ରୀ ଅତୀଶ ମାର୍ଲେନା ପୁଣି ଥରେ କାଲକାଜୀ ଆସନରୁ ନିର୍ବାଚନ ଲଢ଼ିବେ। ସେହିଭଳି ଆପ୍‌ର ଟାଣୁଆ ନେତା ସୌରଭ ଭରଦ୍ୱାଜ ଗ୍ରେଟର କୈଳାଶରୁ ଲଢ଼େଇ କରିବେ।

ଏଥର କସ୍ତୁରବା ନଗରରୁ ପ୍ରାର୍ଥୀ ବଦଳାଇଛି ଆମ ଆଦମୀ ପାର୍ଟି। ବିଧାୟକ ମଦନ ଲାଲଙ୍କ ବଦଳରେ ଏହି ଆସନରୁ ରମେଶ ପେହଲୱାନ ନିର୍ବାଚନ ଲଢ଼ିବେ। ବିଜେପି ଛାଡିବା ପରେ ରମେଶ ପେହଲୱାନ ଏବଂ ତାଙ୍କ ପତ୍ନୀ, କାଉନସିଲର କୁସୁମ ଲତା ଆଜି ସକାଳେ ଆପରେ ଯୋଗ ଦେଇଥିଲେ। ଯୋଗ ଦେବ ମାତ୍ରେ ଦଳ ତାଙ୍କୁ ଉପହାର ଦେଇଛି। ସେହିପରି ଅନ୍ୟମାନଙ୍କ ମଧ୍ୟରୁ ବାବରପୁରରୁ ଗୋପାଳ ରାୟ, ଓଖଲାରୁ ଅମାନତୁଲ୍ଲା ଖାନ ଏବଂ ଶାକୁର ବସ୍ତିରୁ ସତ୍ୟେନ୍ଦ୍ର କୁମାର ଜୈନ ନିର୍ବାଚନ ଲଢ଼ିବେ।

ତେବେ ଏଥର ଦିଲ୍ଲୀରେ ଆପ୍ ପାଇଁ ଭାଇ ହେବ ଭଗାରୀ। ମାନେ ଇଣ୍ଡିଆ ମେଣ୍ଟ ଏଠି ଅଲଗା ନିର୍ବାଚନ ଲଢ଼ିବ। କେଜରିୱାଲ୍‌ଙ୍କ ବିରୋଧରେ କଂଗ୍ରେସ କଡ଼ା ଫାଇଟ କରିବ। ଏଥିପାଇଁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷିତଙ୍କ ପୁଅ ସନ୍ଦୀପ ଦିକ୍ଷିତଙ୍କୁ କଂଗ୍ରେସ ନୂଆ ଦିଲ୍ଲୀରୁ ପ୍ରାର୍ଥୀ କରିଛି। କେଜରିୱାଲ୍‌ଙ୍କ ସହ ସନ୍ଦୀପଙ୍କ ଫାଇଟ ଖୁବ୍ ରୋଚକ ହେବ।

ଦିଲ୍ଲୀରେ ୩ ଥର ମୁଖ୍ୟମନ୍ତ୍ରୀ ରହି ସାରିଥିବା ଶିଲା ଦିକ୍ଷିତ ୨୦୧୩ ଓ ୨୦୧୫ରେ ଅରବିନ୍ଦ କେଜରିୱାଲ୍‌ଙ୍କ ଠାରୁ ପରାସ୍ତ ହୋଇଥିଲେ। ତେଣୁ ସନ୍ଦୀପଙ୍କ ପାଇଁ ଏବେ ବାଜି ପଲଟେଇବାର ପାଳି ଆସିଛି। 

୨୦୨୫ ବିଧାନସଭା ନିର୍ବାଚନରେ ଆମ୍ ଆଦ୍‌ମୀ ପାର୍ଟି ଏକ ବଡ଼ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ବିଧାୟକ ଥିବା ୨୦ ଜଣ ନେତାଙ୍କ ଟିକେଟ କାଟିଛି ଦଳ।ଏମାନଙ୍କ ମଧ୍ୟରୁ ୩ ଜଣ ବିଧାୟକଙ୍କ ଟିକେଟ କାଟି ସେମାନଙ୍କ ପୁଅ ଓ ପତ୍ନୀଙ୍କୁ ଟିକେଟ୍ ଦିଆଯାଇଛି। ଯଥା ବିଧାୟକ ଏସ୍‌କେ ବଗ୍ଗାଙ୍କ ପୁଅ ବିକାଶ ବଗ୍ଗାଙ୍କୁ କୃଷ୍ଣ ନଗରରୁ ଟିକେଟ୍ ଦିଆଯାଇଛି। ପ୍ରହ୍ଲାଦ ଶାହଣୀଙ୍କ ପୁଅ ପୁରଣ ଦୀପ ଶାହଣୀ ଚାନ୍ଦନୀ ଚୌକ୍ ଏବଂ ନରେଶ ବଲ୍ୟାନ୍‌ଙ୍କ ପତ୍ନୀ ପୂଜା ବଲ୍ୟାନଙ୍କୁ ଉତ୍ତମ ନଗରୁ ଟିକେଟ୍ ଦିଆଯାଇଛି। 

ଆପର ପ୍ରଥମ ପ୍ରାର୍ଥୀ ତାଲିକାରେ, ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ ବିଜେପି ଏବଂ କଂଗ୍ରେସ(ପ୍ରତ୍ୟେକ ଦଳର ୩ ଜଣ)ରେ ଯୋଗ ଦେଇଥିଲେ। ଦ୍ୱିତୀୟ ତାଲିକାରେ, ଦଳ ୧୫ ଜଣ ବିଧାୟକଙ୍କୁ ବାଦ୍ ଦେଇ ସେମାନଙ୍କ ସ୍ଥାନରେ ଦଳୀୟ ସଂଗଠନ ମଧ୍ୟରେ ସକ୍ରିୟ ଭାବରେ କାର୍ଯ୍ୟ କରୁଥିବା ନେତାମାନଙ୍କୁ ଟିକେଟ ଦିଆଯାଇଥିଲା। 

ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍। ସେ ଲେଖିଛନ୍ତି “"ଆଜି, ଆମ ଆଦମୀ ପାର୍ଟି ସମସ୍ତ ୭୦ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ପୂର୍ଣ୍ଣ ଆତ୍ମବିଶ୍ୱାସ ଏବଂ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ନିର୍ବାଚନ ଲଢ଼ୁଛି। ବିଜେପି କୌଣସି ସ୍ଥାନରେ ଦେଖାଯାଉନାହିଁ। ସେମାନଙ୍କର କୌଣସି ମୁଖ୍ୟମନ୍ତ୍ରୀ ଚେହେରା ନାହିଁ, କୌଣସି ଦଳ ନାହିଁ, କୌଣସି ଯୋଜନା ନାହିଁ, ଏବଂ ଦିଲ୍ଲୀ ପାଇଁ କୌଣସି ଦୃଷ୍ଟିକୋଣ ନାହିଁ। ସେମାନଙ୍କର କେବଳ ଗୋଟିଏ ସ୍ଲୋଗାନ, ଗୋଟିଏ ନୀତି ଏବଂ ଗୋଟିଏ ମିଶନ ଅଛି - 'କେଜରିୱାଲ ହଟାଅ।'” ଆହୁରି ବିଜେପିକୁ ସମାଲୋଚନା କରିଛନ୍ତି କେଜରିୱାଲ୍।

ସୂଚନା ଥାଉକି ଆସନ୍ତାବର୍ଷ ଜାନୁଆରୀ ୨୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଦିଲ୍ଲୀରେ ଲୋକସଭା ଭଳି ମେଣ୍ଟର ନ ଲଢ଼ି ଆପ୍ ଏକା ଲଢ଼ିବ ବୋଲି ନିଷ୍ପତ୍ତି ନେଇଥିଲା। ଏହାପରେ କଂଗ୍ରେସ ଓ ଆପ୍‌ ଏଠାରେ ଅଳଗା ଅଲାଗ ଭାବେ ପ୍ରାର୍ଥୀ ଦେଇଛନ୍ତି।