ଚେକିଂ ବେଳେ ଗାଡ଼ିରୁ ପଡ଼ି ଯୁବକ ଗୁରୁତର, ପୁଲିସ ମାଡ଼ ମାରିବାରୁ ବାଇକରୁ ପଡ଼ିଥିବା ସହଯୋଗୀଙ୍କ ଅଭିଯୋଗ
ବ୍ରହ୍ମପୁର: ପୋଲିସ ଚେକିଂ ବେଳେ ଗାଡ଼ିରୁ ପଡ଼ି ଯୁବକ ଗୁରୁତର । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲ, ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ସ୍ଥାନୀୟ ଷଷ୍ଢ ଛକ ଠାରେ ଗୋପାଳପୁର ପୁଲିସ ପକ୍ଷରୁ ଚେକିଂ ଚାଲିଥିଲା। ଏହି ସମୟରେ ପୁଲିସକୁ ଦେଖି ଜଣେ ଯୁବକ ଚାଲିଯାଉଥିବା ବେଳେ ଗାଡ଼ିରୁ ପଡ଼ି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।ତେବେ ଗାଡି ରଖିବାକୁ ପ୍ରୟାସ କରିବାକୁ ଯାଇ ପୁଲିସ ପଛପଟୁ ଆକ୍ରମଣ କରିଥିଲା ଆଉ ଏହି କାରଣରୁ ଯୁବକ ଗାଡ଼ିରୁ ପଡ଼ି ଆହତ ହୋଇଥିବା ଅଭିଯୋଗୀ ଆଣିଛନ୍ତି ତାଙ୍କ ସହଯୋଗୀ। ସେପଟେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିନଥିବାବେଳେ ଗୁରୁତର ଯୁବକଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଆହତ ଯୁବକ ଜଣକ ହେଲେ ୟୁଗେନ ଶାରଫ। ଆଠ ଜଣ ଯୁବକ ୪ଟି ମୋଟରସାଇକେଲରେ ଚିଲିକାରୁ ଗୋପାଳପୁର ବୁଲି ଆସିଥିବାବେଳେ ଏଭଳି ଅଘଟଣ ଘଟିଛି।
ବ୍ରହ୍ମପୁର: ପୋଲିସ ଚେକିଂ ବେଳେ ଗାଡ଼ିରୁ ପଡ଼ି ଯୁବକ ଗୁରୁତର । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲ, ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ସ୍ଥାନୀୟ ଷଷ୍ଢ ଛକ ଠାରେ ଗୋପାଳପୁର ପୁଲିସ ପକ୍ଷରୁ ଚେକିଂ ଚାଲିଥିଲା। ଏହି ସମୟରେ ପୁଲିସକୁ ଦେଖି ଜଣେ ଯୁବକ ଚାଲିଯାଉଥିବା ବେଳେ ଗାଡ଼ିରୁ ପଡ଼ି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ତେବେ ଗାଡି ରଖିବାକୁ ପ୍ରୟାସ କରିବାକୁ ଯାଇ ପୁଲିସ ପଛପଟୁ ଆକ୍ରମଣ କରିଥିଲା ଆଉ ଏହି କାରଣରୁ ଯୁବକ ଗାଡ଼ିରୁ ପଡ଼ି ଆହତ ହୋଇଥିବା ଅଭିଯୋଗୀ ଆଣିଛନ୍ତି ତାଙ୍କ ସହଯୋଗୀ। ସେପଟେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିନଥିବାବେଳେ ଗୁରୁତର ଯୁବକଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଆହତ ଯୁବକ ଜଣକ ହେଲେ ୟୁଗେନ ଶାରଫ। ଆଠ ଜଣ ଯୁବକ ୪ଟି ମୋଟରସାଇକେଲରେ ଚିଲିକାରୁ ଗୋପାଳପୁର ବୁଲି ଆସିଥିବାବେଳେ ଏଭଳି ଅଘଟଣ ଘଟିଛି।