ଚେକ୍ ପୋଷ୍ଟକୁ ଧକ୍କା ଦେଇ ୩୦ଫୁଟ ତଳକୁ ଖସିଲା ଭ୍ୟାନ; ୩ଗୁରୁତର

ବସ୍ତା ପୋଲିସ ଓ ଜାତୀୟ ରାଜପଥ ପାଟ୍ରୋଲିଂ କର୍ମଚାରୀ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ହସପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଚେକ୍ ପୋଷ୍ଟକୁ ଧକ୍କା ଦେଇ ୩୦ଫୁଟ ତଳକୁ ଖସିଲା ଭ୍ୟାନ; ୩ଗୁରୁତର

ଚେକ ପୋଷ୍ଟକୁ ଧକ୍କା ଦେଇ ୩୦ ଫୁଟ ତଳକୁ ଖସିଲା ଭ୍ୟାନ। ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥର ରାଜଘାଟ ନିକଟରେ ଏହି ଦୁର୍ଘଟଣା ଘଟିଛି । ଜଙ୍ଗଲ ବିଭାଗର ଆଣ୍ଟି ପୋଚିଂ ବାରାକର ଚେକ ପୋଷ୍ଟକୁ ଧକ୍କା ଦେଇ ୩୦ ଫୁଟ ତଳକୁ ଗାଡିଟି ଓଲଟି ପଡିଛି।

ସୂଚନା ଅନୁସାରେ, ଭ୍ୟାନଟି ଦ୍ରୁତ ଗତିରେ ଆସୁଥିଲା। ହଠାତ୍ ଜଙ୍ଗଲ ବିଭାଗର ଆଣ୍ଟି ପୋଚିଂ ବାରାକର ଚେକ ପୋଷ୍ଟକୁ ଧକ୍କା ଦେଇଥିଲା। ଏଥିରେ ଆଣ୍ଟି ପୋଚିଂ ବାରାକର ୩ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି। ବସ୍ତା ପୋଲିସ ଓ ଜାତୀୟ ରାଜପଥ ପାଟ୍ରୋଲିଂ କର୍ମଚାରୀ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ହସପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଭ୍ୟାନ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ବସ୍ତା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।