ଚେନ୍ନାଇ ବିଜୟ ପରେ କାନପୁର ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଘୋଷିତ
ନୂଆଦିଲ୍ଲୀ: ଚେନ୍ନାଇ ଟେଷ୍ଟ ଜିତିବା ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କାନପୁରରେ ଖେଳା ଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରିଛି । କାନପୁରରେ ସେପ୍ଟେମ୍ବର ୨୭ରୁ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ଏହି ମ୍ୟାଚ୍ ପାଇଁ ଚୟନକର୍ତ୍ତା ୧୬ ଜଣିଆ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରି ନାହାନ୍ତି । ପ୍ରଥମ ଟେଷ୍ଟ ପାଇଁ ଘୋଷିତ ଦଳ ଦ୍ୱିତୀୟ ମ୍ୟାଚରେ ଅପରିବର୍ତ୍ତିତ ରହିଛି । ଚୟନକର୍ତ୍ତା ରବିବାର ୧୬ ଜଣିଆ ଦଳ ଘୋଷଣା କରିଛି । ଗତକାଲି ପର୍ଯ୍ୟନ୍ତ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଦ୍ୱିତୀୟ ଟେଷ୍ଟରେ ଦଳରେ କିଛିଟା ପରିବର୍ତ୍ତନ ହୋଇପାରେ । ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇପାରେ। କାରଣ ଏହି ସିରିଜ୍ ପରେ ଭାରତ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଟେଷ୍ଟ ଏବଂ ଅଷ୍ଟ୍ରେଲିଆ ଗସ୍ତରେ ୫ଟି ଟେଷ୍ଟ ଖେଳିବ। ତେଣୁ ଦଳ ପ୍ରବନ୍ଧକ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦେଇ ପାରନ୍ତି। ସେହିପରି ଦଲୀପ ଟ୍ରଫିରେ ଦମଦାର ଶତକ ଅର୍ଜନ କରିଥିବା ଇଶାନ କିଶନଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ହୋଇପାରେ ବୋଲି କୁହାଯାଉଥିଲା। ବାମହାତୀ ଦ୍ରୁତ ବୋଲର ୟଶ ଦୟାଲଙ୍କୁ ବାଦ୍ ଦିଆଯାଇ ୧୫ ଜଣିଆ ଦଳ ଘୋଷଣା ହୋଇପାରେ ।ତେବେ ବିସିସିଆଇ ଚେନ୍ନାଇ ଟେଷ୍ଟର ବିଜୟ ତୁରନ୍ତ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଦଳ ଘୋଷଣା କରିଛି । ଆଉ ଏଥିରେ କୌଣସି ପରିବର୍ତ୍ତନ କରା
ନୂଆଦିଲ୍ଲୀ: ଚେନ୍ନାଇ ଟେଷ୍ଟ ଜିତିବା ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କାନପୁରରେ ଖେଳା ଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରିଛି । କାନପୁରରେ ସେପ୍ଟେମ୍ବର ୨୭ରୁ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ଏହି ମ୍ୟାଚ୍ ପାଇଁ ଚୟନକର୍ତ୍ତା ୧୬ ଜଣିଆ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରି ନାହାନ୍ତି । ପ୍ରଥମ ଟେଷ୍ଟ ପାଇଁ ଘୋଷିତ ଦଳ ଦ୍ୱିତୀୟ ମ୍ୟାଚରେ ଅପରିବର୍ତ୍ତିତ ରହିଛି ।
ଚୟନକର୍ତ୍ତା ରବିବାର ୧୬ ଜଣିଆ ଦଳ ଘୋଷଣା କରିଛି । ଗତକାଲି ପର୍ଯ୍ୟନ୍ତ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଦ୍ୱିତୀୟ ଟେଷ୍ଟରେ ଦଳରେ କିଛିଟା ପରିବର୍ତ୍ତନ ହୋଇପାରେ । ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇପାରେ। କାରଣ ଏହି ସିରିଜ୍ ପରେ ଭାରତ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଟେଷ୍ଟ ଏବଂ ଅଷ୍ଟ୍ରେଲିଆ ଗସ୍ତରେ ୫ଟି ଟେଷ୍ଟ ଖେଳିବ। ତେଣୁ ଦଳ ପ୍ରବନ୍ଧକ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦେଇ ପାରନ୍ତି। ସେହିପରି ଦଲୀପ ଟ୍ରଫିରେ ଦମଦାର ଶତକ ଅର୍ଜନ କରିଥିବା ଇଶାନ କିଶନଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ହୋଇପାରେ ବୋଲି କୁହାଯାଉଥିଲା। ବାମହାତୀ ଦ୍ରୁତ ବୋଲର ୟଶ ଦୟାଲଙ୍କୁ ବାଦ୍ ଦିଆଯାଇ ୧୫ ଜଣିଆ ଦଳ ଘୋଷଣା ହୋଇପାରେ ।
ତେବେ ବିସିସିଆଇ ଚେନ୍ନାଇ ଟେଷ୍ଟର ବିଜୟ ତୁରନ୍ତ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଦଳ ଘୋଷଣା କରିଛି । ଆଉ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ସେହି ସମାନ ୧୬ ଜଣିଆ ଦଳ କାନପୁର ଟେଷ୍ଟ ପାଇଁ ଘୋଷିତ ହୋଇଛନ୍ତି । ପ୍ରଥମ ଟେଷ୍ଟର ଚୂଡାନ୍ତ ଏକାଦଶରେ ସରଫରାଜ ଖାନ, ଧ୍ରୁବ ଜୁରେଲ, ଆକାଶ ଦୀପ, ୟଶ ଦୟାଲ ଓ କୁଲଦୀପ ଯାଦବଙ୍କୁ ସ୍ଥାନ ମିଳି ନ ଥିଲା। ତେବେ କାନପୁର ଟେଷ୍ଟରେ ବି ପରିବର୍ତ୍ତନର ସମ୍ଭାବନା କମ ଲାଗୁଛି। କାନପୁରରେ ଯଦି ସ୍ପିନରଙ୍କୁ ସୁହାଏ ତେବେ ସିରାଜ କିମ୍ବା ଆକାଶଦୀପଙ୍କ ସ୍ଥାନରେ କୁଲଦୀପଙ୍କୁ ସ୍ଥାନ ମିଳିପାରେ।
ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁଭମନ ଗିଲ୍, ବିରାଟ କୋହଲି, କେଏଲ ରାହୁଲ, ସରଫରାଜ ଖାନ, ଋଷଭ ପନ୍ତ(ୱିକେଟ୍ କିପର), ଧ୍ରୁବ ଜୁରେଲ(ରିଜର୍ଭ ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଯଶପ୍ରୀତ ବୁମରା ଓ ୟଶ ଦୟାଲ ।