ଯେମିତି ଡାକୁଥିଲା ମୃତ୍ୟୁ, ଥରେ ମରଣ ମୁହଁରୁ ଫେରି, ପୁଣି ସମାନ ସେଇ ଯାଗାରେ…

ଧର୍ମଶାଳା,୧୨।୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ରୋଡ଼ ଥାନା ଯୋକଡିଆ ପୁରୁଣା ବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ଅଛନ୍ତି। ଯୁବକ ଜଣକ ସ୍ଥାନୀୟ ରାଛିପୁର ଗ୍ରାମର ମାନସ ରଞ୍ଜନ ବିଶ୍ୱାଳଙ୍କ ଏକମାତ୍ର ପୁଅ କୈବଲ୍ୟ ବିଶ୍ୱାଳ (୨୨) ବୋଲି ଜଣାପଡିଛି। ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ସୂଚନା ମୁତାବକ, ସାରେ ଯୁବକ ଜଣକ ଉକ୍ତ ବ୍ରିଜ ଉପରକୁ ଆସି ଡେଇଁବା ପାଇଁ ଉଦ୍ୟମ କରିଥିଲେ। କିଛି ମତ୍ସ୍ୟଜୀବୀ ଏହାକୁ ଦେଖି […] The post ଯେମିତି ଡାକୁଥିଲା ମୃତ୍ୟୁ, ଥରେ ମରଣ ମୁହଁରୁ ଫେରି, ପୁଣି ସମାନ ସେଇ ଯାଗାରେ… appeared first on Dharitri Odia News.

ଯେମିତି ଡାକୁଥିଲା ମୃତ୍ୟୁ, ଥରେ ମରଣ ମୁହଁରୁ ଫେରି, ପୁଣି ସମାନ ସେଇ ଯାଗାରେ…
ଧର୍ମଶାଳା,୧୨।୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ରୋଡ଼ ଥାନା ଯୋକଡିଆ ପୁରୁଣା ବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ଅଛନ୍ତି। ଯୁବକ ଜଣକ ସ୍ଥାନୀୟ ରାଛିପୁର ଗ୍ରାମର ମାନସ ରଞ୍ଜନ ବିଶ୍ୱାଳଙ୍କ ଏକମାତ୍ର ପୁଅ କୈବଲ୍ୟ ବିଶ୍ୱାଳ (୨୨) ବୋଲି ଜଣାପଡିଛି। ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି।
ସୂଚନା ମୁତାବକ, ସାରେ ଯୁବକ ଜଣକ ଉକ୍ତ ବ୍ରିଜ ଉପରକୁ ଆସି ଡେଇଁବା ପାଇଁ ଉଦ୍ୟମ କରିଥିଲେ। କିଛି ମତ୍ସ୍ୟଜୀବୀ ଏହାକୁ ଦେଖି ଯୁବକଙ୍କୁ ଉଦ୍ଧାର କରି ତାଙ୍କ ବାପାଙ୍କୁ ଜଣାଇଥିଲେ। କିଛି ସମୟ ପରେ ତାଙ୍କ ବାପା ଘଟଣାସ୍ଥଳରେ ପହଞ୍ଚି ପୁଅକୁ ବୁଝାସୁଝା କରି ଘରକୁ ନେଇଥିଲେ। ମାତ୍ର ଆଜି ଉକ୍ତ ଯୁବକ ଜଣକ ପୁନର୍ବାର ପୁରୁଣା ବ୍ରିଜ ଉପରକୁ ଆସି ନଈକୁ ଡେଇଁ ନିଖୋଜ ହୋଇଥିବା ସୂଚନା ମିଳିଛି।

The post ଯେମିତି ଡାକୁଥିଲା ମୃତ୍ୟୁ, ଥରେ ମରଣ ମୁହଁରୁ ଫେରି, ପୁଣି ସମାନ ସେଇ ଯାଗାରେ… appeared first on Dharitri Odia News.