ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଶୋଇବା ଅଧିକାର ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା, ଏଥିରୁ ତା’କୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏପରି କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ଇଡି ଜଣେ ବ୍ୟକ୍ତିଙ୍କୁ ବିଳମ୍ବିତ ରାତି ଯାଏ ଜେରା କରିବା ଆବେଦନ ଉପରେ ଶୁଣାଣି କରି ଏପରି ଟିପ୍ପଣୀ ଦେଇଛନ୍ତି ବମ୍ବେ ହାଇକୋର୍ଟ। ହାଇକୋର୍ଟ ଇଡିକୁ ’ଆର୍ଥ ଟାଇମ’ ଅର୍ଥାତ ସମୟକୁ ଧ୍ୟାନରେ ରଖି ଜେରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉ କି, ଗାନ୍ଧିଧାମର ଜଣେ […] The post ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ appeared first on Dharitri Odia News.

ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଶୋଇବା ଅଧିକାର ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା, ଏଥିରୁ ତା’କୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏପରି କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ଇଡି ଜଣେ ବ୍ୟକ୍ତିଙ୍କୁ ବିଳମ୍ବିତ ରାତି ଯାଏ ଜେରା କରିବା ଆବେଦନ ଉପରେ ଶୁଣାଣି କରି ଏପରି ଟିପ୍ପଣୀ ଦେଇଛନ୍ତି ବମ୍ବେ ହାଇକୋର୍ଟ। ହାଇକୋର୍ଟ ଇଡିକୁ ’ଆର୍ଥ ଟାଇମ’ ଅର୍ଥାତ ସମୟକୁ ଧ୍ୟାନରେ ରଖି ଜେରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉ କି, ଗାନ୍ଧିଧାମର ଜଣେ ୬୪ ବର୍ଷୀୟ ରାମ କୋଟୁମାଲ ଇସ୍ରାନି ବମ୍ବେ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ତାଙ୍କ ଆବେଦନ ଅନୁସାରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ଅର୍ଥ ଘୋଟାଲା ମାମଲାରେ ତାଙ୍କୁ ଅଗଷ୍ଟ ୭, ୨୦୨୩ରେ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା। ସେ ମଧ୍ୟ ନିର୍ଦ୍ଦେଶ ଅନୁସାରେ, ସକାଳ ୧୦.୩୦ରୁ ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହୋଇଥିଲେ।

ଏହାପରେ ତାଙ୍କଠାରୁ ମୋବାଇଲ ଫୋନ ନେଇ ଯାଇଥିଲେ, ଏପରିକି ଶୌଚାଳୟ ଯିବା ସମୟରେ ମଧ୍ୟ ତାଙ୍କୁ ଇଡି ଅଧିକାରୀମାନେ ପିଛା କରି ଯାଉଥିଲେ ବୋଲି ଇସ୍ରାନିଙ୍କ ଓକିଲେ କୋର୍ଟରେ କହିଛନ୍ତି। ରାତି ୧୦.୩୦ ମିନିଟାୂ ୩ଟା ଯାଏଁ ଜେରା କରିଥିଲେ। ଏହାପରେ ତାଙ୍କୁ ସକାଳ ୫ଟାରେ ଗିରଫ କରିଥିଲେ। ପରବର୍ତ୍ତୀ ସମୟରେ ଗିରଫଦାରୀ ବେଆଇନ ଘୋଷିତ ହୋଇଛି। କିନ୍ତୁ ଇଡିର ଏପରି କାର୍ଯ୍ୟାନୁଷ୍ଠାନ ଜଣେ ବ୍ୟକ୍ତିଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି। ସମ୍ବିଧାନର ଧାରା ୨୧ ଅନୁସାରେ ଶୋଇବାରୁ ବଞ୍ଚିତ କରିବା ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ଇସ୍ରାନିଙ୍କ ଓକିଲ ଯୁକ୍ତି ବାଢିଛନ୍ତି।

The post ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ appeared first on Dharitri Odia News.