ଚେନ୍ନାଇକୁ ୮ ୱିକେଟ୍ରେ ହରାଇଲା ଲକ୍ଷ୍ନୌ: କେଏଲ୍ ରାହୁଲଙ୍କ ଦମ୍ଦାର ପ୍ରଦର୍ଶନ
ଲକ୍ଷ୍ନୌ: ଲକ୍ଷ୍ନୌ ସୁପର ଜାଏଣ୍ଟ ଓପନରଙ୍କ ସମ୍ମୁଖରେ ଫିକା ପଡ଼ିଲେ ଚେନ୍ନାଇ ବୋଲର। କ୍ୟାପ୍ଟେନ୍ କେଏଲ୍ ରାହୁଲ ଓ କ୍ୱିଣ୍ଟନ ଡିକକ୍ଙ୍କ ଲଢୁଆ ଇନିଂସ୍ ବଳରେ ଚେନ୍ନାଇକୁ ୮ ୱିକେଟ୍ରେ ହରାଇଲା ଲକ୍ଷ୍ନୌ ସୁପର ଜାଏଣ୍ଟ। ଅଟଳ ବିହାରୀ ବାଜପାୟୀ ଏକାନ୍ନା କ୍ରିକେଟ ଷ୍ଟାଡିୟମ୍ରେ ଆଇପିଏଲ୍ର ୩୪ ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଂ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ ମଧ୍ୟରେ ମୁକାବିଲା ହୋଇଛି। ଏଥିରେ ଚେନ୍ନାଇ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୧୭୬ ରନ୍ କରିଥିଲା। ଜବାବରେ ଲକ୍ଷ୍ନୌ ଶେଷ ଓଭରରେ ଦୁଇ ୱିକେଟ୍ ହରାଇ ୧୮୦ ରନ୍ କରି ମ୍ୟାଚ୍ ଜିତି ନେଇଛି। ଶୁକ୍ରବାର ମ୍ୟାଚ୍ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲା ଲକ୍ଷ୍ନୌ। ଦଳ ପକ୍ଷରୁ ଓପନିଂ ଆସିଥିବା କ୍ୟାପ୍ଟେନ୍ କେ ଏଲ୍ ରାହୁଲ ଓ କ୍ୱିଣ୍ଟନ ଡିକକ୍ ଦୁହେଁ ମିଶି ମ୍ୟାଚ୍ ୱିନିଂ ପାଳି ଖେଳିଥିଲେ। ରାହୁଲ ୫୩ ବଲ୍ରେ ୮୩ ରନ୍ର ବିସ୍ଫୋରକ ଇନିଂସ୍ ଖେଳିଥିଲେ। ଏଥିରେ ସେ ୩ ଛକ୍କା ଓ ୯ଟି ଚୌକା ମାରିଥିଲେ। ସେହିପରି ଡିକକ୍ ୪୩ ବଲ୍ରେ ୫୪ ରନ୍ କରି ଆଉଟ୍ ହୋଇଥିଲେ। ଦୁହେଁ ମିଶି ଦଳର ସ୍କୋରକୁ ୧୩୪ ପର୍ଯ୍ୟନ୍ତ ଟାଣି ନେଇଥିଲେ। ଫଳରେ ବାକି ଖେଳାଳିଙ୍କ ପାଇଁ ମ୍ୟାଚ୍ ଜିତାଇବା ସହଜ ହୋଇଯାଇଥିଲା। ଶେଷ ପର୍ଯ୍ୟନ୍ତ ନିକୋଲାସ ପୁରନ ଓ ମାର୍କସ ଷ୍ଟୋଇନିସ୍ ବ୍ୟାଟିଂ କରି ମ୍ୟାଚ୍ ଜିତାଇ ଥିଲେ। ନିକୋଲାସ୍ ୧୨ ବଲ୍ରେ ୨୩ ରନ୍ କରିଥିବା ବେଳେ ଷ୍ଟୋଇନିସ୍
ଲକ୍ଷ୍ନୌ: ଲକ୍ଷ୍ନୌ ସୁପର ଜାଏଣ୍ଟ ଓପନରଙ୍କ ସମ୍ମୁଖରେ ଫିକା ପଡ଼ିଲେ ଚେନ୍ନାଇ ବୋଲର। କ୍ୟାପ୍ଟେନ୍ କେଏଲ୍ ରାହୁଲ ଓ କ୍ୱିଣ୍ଟନ ଡିକକ୍ଙ୍କ ଲଢୁଆ ଇନିଂସ୍ ବଳରେ ଚେନ୍ନାଇକୁ ୮ ୱିକେଟ୍ରେ ହରାଇଲା ଲକ୍ଷ୍ନୌ ସୁପର ଜାଏଣ୍ଟ।
ଅଟଳ ବିହାରୀ ବାଜପାୟୀ ଏକାନ୍ନା କ୍ରିକେଟ ଷ୍ଟାଡିୟମ୍ରେ ଆଇପିଏଲ୍ର ୩୪ ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଂ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ ମଧ୍ୟରେ ମୁକାବିଲା ହୋଇଛି। ଏଥିରେ ଚେନ୍ନାଇ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୧୭୬ ରନ୍ କରିଥିଲା। ଜବାବରେ ଲକ୍ଷ୍ନୌ ଶେଷ ଓଭରରେ ଦୁଇ ୱିକେଟ୍ ହରାଇ ୧୮୦ ରନ୍ କରି ମ୍ୟାଚ୍ ଜିତି ନେଇଛି।
ଶୁକ୍ରବାର ମ୍ୟାଚ୍ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲା ଲକ୍ଷ୍ନୌ। ଦଳ ପକ୍ଷରୁ ଓପନିଂ ଆସିଥିବା କ୍ୟାପ୍ଟେନ୍ କେ ଏଲ୍ ରାହୁଲ ଓ କ୍ୱିଣ୍ଟନ ଡିକକ୍ ଦୁହେଁ ମିଶି ମ୍ୟାଚ୍ ୱିନିଂ ପାଳି ଖେଳିଥିଲେ। ରାହୁଲ ୫୩ ବଲ୍ରେ ୮୩ ରନ୍ର ବିସ୍ଫୋରକ ଇନିଂସ୍ ଖେଳିଥିଲେ। ଏଥିରେ ସେ ୩ ଛକ୍କା ଓ ୯ଟି ଚୌକା ମାରିଥିଲେ। ସେହିପରି ଡିକକ୍ ୪୩ ବଲ୍ରେ ୫୪ ରନ୍ କରି ଆଉଟ୍ ହୋଇଥିଲେ। ଦୁହେଁ ମିଶି ଦଳର ସ୍କୋରକୁ ୧୩୪ ପର୍ଯ୍ୟନ୍ତ ଟାଣି ନେଇଥିଲେ। ଫଳରେ ବାକି ଖେଳାଳିଙ୍କ ପାଇଁ ମ୍ୟାଚ୍ ଜିତାଇବା ସହଜ ହୋଇଯାଇଥିଲା।
ଶେଷ ପର୍ଯ୍ୟନ୍ତ ନିକୋଲାସ ପୁରନ ଓ ମାର୍କସ ଷ୍ଟୋଇନିସ୍ ବ୍ୟାଟିଂ କରି ମ୍ୟାଚ୍ ଜିତାଇ ଥିଲେ। ନିକୋଲାସ୍ ୧୨ ବଲ୍ରେ ୨୩ ରନ୍ କରିଥିବା ବେଳେ ଷ୍ଟୋଇନିସ୍ ୭ ବଲ୍ରେ ୮ ରନ୍ କରିଥିଲେ।
ଅନ୍ୟପଟେ ବ୍ୟାଟିଂ ଠାରୁ ଆଜି ବୋଲିଂରେ ଖରାପ ପ୍ରଦର୍ଶନ କରିଛି ଚେନ୍ନାଇ। ଗତ ମ୍ୟାଚ୍ର ଭଲ ପ୍ରଦର୍ଶନ କରିଥିବା ମାଥିସା ପାଥିରାନା କିମ୍ବା ଦଳର କୌଣସି ବୋଲର ଲକ୍ଷ୍ନୌର ଓପନିଂ ଯୋଡ଼ିକୁ ସହଜରେ ଭାଙ୍ଗିପାରି ନଥିଲେ। ୧୪ ଓଭର ଖେଳ ବେଳେ ମୁସ୍ତାଫିଜୁର ଡିକକ୍ଙ୍କୁ ଆଉଟ୍ କରିଥିଲେ। ଏହାପରେ ୧୭.୧ ବଲ୍ରେ ପାଥିରାନା ରାହୁଲଙ୍କୁ ଆଉଟ୍ କରିଦେଇଥିଲେ। ଅନ୍ୟ କୌଣସି ବୋଲର ୱିକେଟ୍ ନେବାର ସଫଳ ହୋଇ ନଥିଲେ।