ଚେନ୍ନାଇରେ ଆଜି ଡିଲିମିଟେସନ ବୈଠକ
ଭୁବନେଶ୍ବର : ଆଜି ଚେନ୍ନାଇରେ ହେବ ଲୋକସଭା ଆସନ ସୀମା ପୁନଃନିର୍ଦ୍ଧାରଣ ବୈଠକ। ଏହି ବୈଠକ ଡାକିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ... The post ଚେନ୍ନାଇରେ ଆଜି ଡିଲିମିଟେସନ ବୈଠକ appeared first on .
ଭୁବନେଶ୍ବର : ଆଜି ଚେନ୍ନାଇରେ ହେବ ଲୋକସଭା ଆସନ ସୀମା ପୁନଃନିର୍ଦ୍ଧାରଣ ବୈଠକ। ଏହି ବୈଠକ ଡାକିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ। ବୈଠକରେ ଯୋଗ ଦେବାକୁ ବିଜେଡିରୁ ଯାଇଛନ୍ତି ପୂର୍ବତନ ସାଂସଦ ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସେମାନେ ଯାଇଛନ୍ତି। ସେହିପରି ବୈଠକରେ ଯୋଗଦେବା ଲାଗି ପିସିସି ସଭାପତି ଭକ୍ତ ଦାସ ମଧ୍ଯ ଚେନ୍ନାଇରେ ପହଞ୍ଚିଛନ୍ତି। ଏହି ବୈଠକରେ କ୍ଷତିଗ୍ରସ୍ତ ହେବାକୁ ଥିବା ୮ ରାଜ୍ଯର ପ୍ରତିନିଧି ମଧ୍ଯ ଯୋଗଦେବେ। କ୍ଷତିଗ୍ରସ୍ତ ରାଜ୍ଯଗୁଡିକ ହେଲେ ତାମିଲନାଡୁ, କର୍ଣ୍ଣାଟକ ,ପଶ୍ଚିମବଙ୍ଗ, ପଞ୍ଜାବ, କେରଳ, ତେଲଙ୍ଗାନ, ଆନ୍ଧ୍ରପ୍ରଦେଶ ଓ ଓଡିଶା। ତାମିଲନାଡ଼ୁ ମୁଖ୍ଯମନ୍ତ୍ରୀ ଏମ କେ ଷ୍ଟାଲିନ ଏହି ବୈଠକ ଡକାଇଛନ୍ତି। କିଛି ଦିନ ତଳେ ତାମିଲନାଡୁ ମୁଖ୍ଯମନ୍ତ୍ରୀଙ୍କ ଦୁଇ ଜଣିଆ ପ୍ରତିନିଧି ନବୀନ ନିବାସ ଆସି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବୈଠକରେ ଯୋଗଦେବା ଲାଗି ଆମନ୍ତ୍ରଣ କରିଥିଲେ। ଚେନ୍ନାଇ ଯିବା ପୂର୍ବରୁ ବିଜେଡି ପ୍ରତିନିଧି କହିଥିଲେ ବୈଠକ ସରିଲା ପରେ ଡିଲିମିଟେସନର ରୂପରେଖ ଆସିବ। ଓଡି଼ଶା ସ୍ବାର୍ଥରେ ବିଜେଡି କେବେ ସାଲିସ କରିବ ନାହିଁ ବୋଲି କହିଛନ୍ତି ଅମର ଓ ସଂଜୟ।
The post ଚେନ୍ନାଇରେ ଆଜି ଡିଲିମିଟେସନ ବୈଠକ appeared first on .