ଚୋରା ଚାଲଣବେଳେ ୬୫ରୁ ଅଧିକ ଗୋରୁ ଉଦ୍ଧାର, କଲିକତାକୁ ନେଉଥିଲେ ମାଫିଆ

ପାଟଣା: ପୁଲିସକୁ ଚକମା ଦେଇ ଜଙ୍ଗଲ ରାସ୍ତାରେ କରୁଥିଲେ ଗୋରୁ ଚାଲାଣ। ଗାଡ଼ିରେ ନେଲେ କାଳେ ଧରା ପଡ଼ିଯିବ ସେଥିପାଇଁ ଜଙ୍ଗଲ ରାସ୍ତାରେ ଗୋରୁଙ୍କୁ ନେଉଥିଲେ ଚଲାଇ ଚଲାଇ। ହେଲେ ପୁଲିସ ପଞ୍ଝାରେ ଫସିଲେ।ଘଟଣା ଘଟିଛି ତୁରୁମୁଙ୍ଗା  ଥାନା ଡାବରଚୁଆ ନିକଟରେ। ସୂଚନା ଅନୁଯାୟୀ, ୧୦ରୁ ଉର୍ଦ୍ଧ୍ବ ଗୋମାଫିଆ ୬୫ରୁ ଅଧିକ ଗୋରୁଙ୍କୁ ପଡ଼ୋଶୀ ରାଜ୍ୟକୁ ଚୋରା ଚାଲାଣ କରୁଥିଲେ। ହେଲେ ଗାଡ଼ିରେ ନେଲେ କାଳେ ଧରାପଡ଼ିଯିବେ ସେଥିପାଇଁ ଏହି ମାଫିଆମାନେ ଗୋରୁଙ୍କୁ ଜଙ୍ଗଲ ବାଟରେ ଚଲାଇ ଚଲାଇ ନେଉଥିଲେ।ତେବେ ଖବର ପାଇ ତୁରୁମୁଙ୍ଗା ଥାନା ଡାବରଚୁଆ ନିକଟରୁ ଗୋରୁଙ୍କୁ ଉଦ୍ଧାର କରିଛି ତୁରୁମୁଙ୍ଗା ପୁଲିସ। ଏହି ସମୟରେ ପୋଲିସକୁ ଦେଖି ୧୦ ମାଫିଆ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଯାଇଥିଲେ। ତେବେ  ଗୋରୁଙ୍କୁ ଉଦ୍ଧାର ପରେ ରାଜନଗର ଗୋଶଳାରେ ଛଡ଼ାଯାଇଛି।ସୂଚନା ଅନୁସାରେ, ଅନୁଗୁଳ ପାଲଲହଡ଼ାରୁ କଲିକତାକୁ ଚାଲାଣ କରୁଥିଲେ ଗୋମାଫିଆ।

ଚୋରା ଚାଲଣବେଳେ ୬୫ରୁ ଅଧିକ ଗୋରୁ ଉଦ୍ଧାର, କଲିକତାକୁ ନେଉଥିଲେ ମାଫିଆ

ପାଟଣା: ପୁଲିସକୁ ଚକମା ଦେଇ ଜଙ୍ଗଲ ରାସ୍ତାରେ କରୁଥିଲେ ଗୋରୁ ଚାଲାଣ। ଗାଡ଼ିରେ ନେଲେ କାଳେ ଧରା ପଡ଼ିଯିବ ସେଥିପାଇଁ ଜଙ୍ଗଲ ରାସ୍ତାରେ ଗୋରୁଙ୍କୁ ନେଉଥିଲେ ଚଲାଇ ଚଲାଇ। ହେଲେ ପୁଲିସ ପଞ୍ଝାରେ ଫସିଲେ।

ଘଟଣା ଘଟିଛି ତୁରୁମୁଙ୍ଗା  ଥାନା ଡାବରଚୁଆ ନିକଟରେ। ସୂଚନା ଅନୁଯାୟୀ, ୧୦ରୁ ଉର୍ଦ୍ଧ୍ବ ଗୋମାଫିଆ ୬୫ରୁ ଅଧିକ ଗୋରୁଙ୍କୁ ପଡ଼ୋଶୀ ରାଜ୍ୟକୁ ଚୋରା ଚାଲାଣ କରୁଥିଲେ। ହେଲେ ଗାଡ଼ିରେ ନେଲେ କାଳେ ଧରାପଡ଼ିଯିବେ ସେଥିପାଇଁ ଏହି ମାଫିଆମାନେ ଗୋରୁଙ୍କୁ ଜଙ୍ଗଲ ବାଟରେ ଚଲାଇ ଚଲାଇ ନେଉଥିଲେ।

ତେବେ ଖବର ପାଇ ତୁରୁମୁଙ୍ଗା ଥାନା ଡାବରଚୁଆ ନିକଟରୁ ଗୋରୁଙ୍କୁ ଉଦ୍ଧାର କରିଛି ତୁରୁମୁଙ୍ଗା ପୁଲିସ। ଏହି ସମୟରେ ପୋଲିସକୁ ଦେଖି ୧୦ ମାଫିଆ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଯାଇଥିଲେ। ତେବେ  ଗୋରୁଙ୍କୁ ଉଦ୍ଧାର ପରେ ରାଜନଗର ଗୋଶଳାରେ ଛଡ଼ାଯାଇଛି।ସୂଚନା ଅନୁସାରେ, ଅନୁଗୁଳ ପାଲଲହଡ଼ାରୁ କଲିକତାକୁ ଚାଲାଣ କରୁଥିଲେ ଗୋମାଫିଆ।