ଚୋରାରେ ଚାଲିଥିଲା କୋଇଲା ଚାଲାଣ, ଶ୍ରମିକ ବେଶରେ ଚଢାଉ କଲେ ସିଟି ଡିଏସ୍ପି

ଭଦ୍ରକ ୨୦।୦୪ : ଭଦ୍ରକରେ ଚାଲିଥିବା ଚୋରା କୋଇଲା କାରବାର ଉପରେ ଆକ୍ସନ । ଶ୍ରମିକ ବେଶରେ ଚଢାଉ କରିଲେ ସିଟି ଡିଏସ୍‌ପି । ଏହି ଚଢାଉରେ ୪ଟି କୋଇଲା ବୋଝେଇ ଗାଡ଼ି ଜବତ ହୋଇଥିବା ବେଳେ ମାଫିଆମାନେ ଖସିଯିବାରେ ସକ୍ଷମ ହୋଇଛନ୍ତି । ଖବର ଅନୁଯାୟୀ, ରାହାଞ୍ଜରୁ ଯାଜପୁରକୁ ଚୋରାରେ କୋଇଲା ଚାଲାଣ ହେଉଥିଲା । ଦୀର୍ଘ ଦିନ ଧରି ଏହିପରି ଭାବେ ଚାଲିଥିଲା ଚୋରା କାରବାର । ଶେଷରେ ଏସଂପର୍କରେ ଖବର ପାଇ ଶ୍ରମିକ ବେଶରେ ଭଦ୍ରକ ସିଟି ଡିଏସ୍‌ପି ସମ୍ବିତ ମାଝୀ ଚଢାଉ କରିଥିଲେ । ଆଉ ଏହି ଚଢାଉରେ ପୋଲିସ ୪ଟି ଗାଡି ଜବତ କରିଛି । ଯାହାମଧ୍ୟରେ ୨ଟି ୧୬ ଚକିଆ ଟ୍ରକ, ଦୁଇଟି ପିକଅପ ଭ୍ୟାନ୍‌ ରହିଛି । ତେବେ ଘଟଣାସ୍ଥଳରୁ କୋଇଲା ମାଫିଆମାନେ ଫେରାର ମାରିଛନ୍ତି । 

ଚୋରାରେ ଚାଲିଥିଲା କୋଇଲା ଚାଲାଣ, ଶ୍ରମିକ ବେଶରେ ଚଢାଉ କଲେ ସିଟି ଡିଏସ୍ପି

ଭଦ୍ରକ ୨୦।୦୪ : ଭଦ୍ରକରେ ଚାଲିଥିବା ଚୋରା କୋଇଲା କାରବାର ଉପରେ ଆକ୍ସନ । ଶ୍ରମିକ ବେଶରେ ଚଢାଉ କରିଲେ ସିଟି ଡିଏସ୍‌ପି । ଏହି ଚଢାଉରେ ୪ଟି କୋଇଲା ବୋଝେଇ ଗାଡ଼ି ଜବତ ହୋଇଥିବା ବେଳେ ମାଫିଆମାନେ ଖସିଯିବାରେ ସକ୍ଷମ ହୋଇଛନ୍ତି । 

ଖବର ଅନୁଯାୟୀ, ରାହାଞ୍ଜରୁ ଯାଜପୁରକୁ ଚୋରାରେ କୋଇଲା ଚାଲାଣ ହେଉଥିଲା । ଦୀର୍ଘ ଦିନ ଧରି ଏହିପରି ଭାବେ ଚାଲିଥିଲା ଚୋରା କାରବାର । ଶେଷରେ ଏସଂପର୍କରେ ଖବର ପାଇ ଶ୍ରମିକ ବେଶରେ ଭଦ୍ରକ ସିଟି ଡିଏସ୍‌ପି ସମ୍ବିତ ମାଝୀ ଚଢାଉ କରିଥିଲେ । ଆଉ ଏହି ଚଢାଉରେ ପୋଲିସ ୪ଟି ଗାଡି ଜବତ କରିଛି । ଯାହାମଧ୍ୟରେ ୨ଟି ୧୬ ଚକିଆ ଟ୍ରକ, ଦୁଇଟି ପିକଅପ ଭ୍ୟାନ୍‌ ରହିଛି । ତେବେ ଘଟଣାସ୍ଥଳରୁ କୋଇଲା ମାଫିଆମାନେ ଫେରାର ମାରିଛନ୍ତି ।