୩-୦ ଗୋଲରେ ୟୁପି ରୁଦ୍ରାସର ଏକତରଫା ବିଜୟ; ୬ ପଏଣ୍ଟ ସହ ଶୀର୍ଷରେ ଦଳ
ରାଉରକେଲା : ସୁରମା ହକି କ୍ଲବ୍କୁ ୩-୦ ଗୋଲରେ ମାତ୍ ଦେଲା ୟୁପି ରୁଦ୍ରସ୍ । ହକି ଇଣ୍ଡିଆ ଲିଗ୍ରେ ରୁଦ୍ରାସ କ୍ରମାନ୍ୱୟରେ ଦ୍ୱିତୀୟ ବିଜୟ ହାସଲ କରିଛି । ଦୁଇଟି ମ୍ୟାଚ୍ ଜିତି ଦଳ ୬ ପଏଣ୍ଟ ପାଇ ଟେବୁଲରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି । ବେଙ୍ଗଲ ଟାଇଗର୍ସ ସମାନ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଖେଳର ଆରମ୍ଭରୁ ହିଁ ରୁଦ୍ରସ୍ ଆକ୍ରମଣ କରିଥିଲା । ଦ୍ୱିତୀୟ ମିନିଟରେ ଗୋଲ୍ ଖାତା ଖୋଲିଥିଲା ଦଳ । ଘରୋଇ ତାରକା ସୁଦିପ୍ ଚିରମାକୋ ପ୍ରଥମ ଗୋଲ ସ୍କୋର କରିଥିଲେ । ଦ୍ୱିତୀୟ କ୍ୱାର୍ଟର ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ତେଣୁ ଏହି ଭାଗ ଖେଳ ଗୋଲଶୂନ୍ୟ ଥିଲା । ତୃତୀୟ କ୍ୱାର୍ଟରରେ ରୁଦ୍ରସ୍ ଦ୍ୱିତୀୟ ଗୋଲ୍ ଦେଇ ୨-୦ ଗୋଲରେ ଅଗ୍ରଣୀ ହୋଇଥିଲା । ୩୮ ମିନିଟରେ ଏହି ଗୋଲ୍ ଦେଇଥିଲେ ଜବନପ୍ରୀତ ସିଂ । ଅନ୍ତିମ କ୍ୱାର୍ଟରରେ ସୁରମା କ୍ଲବ୍ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିବା ନେଇ ବହୁ ପ୍ରୟାସ କରିଥିଲା, ହେଲେ ସଫଳ ହୋଇପାର ନଥିଲା । ଖେଳ ଶେଷ ହେବାର ୨ ମିନିଟ ପୂର୍ବରୁ ରୁଦ୍ରସ୍ ତୃତୀୟ ଗୋଲ୍ ଦେଇ ମ୍ୟାଚ୍କୁ ଏକତରଫା ଭାବେ ଜିତି ନେଇଥିଲେ । ୫୮ ମିନିଟରେ ଏହି ଗୋଲ୍ ଦେଇଥିଲେ ଆକାଶଦୀପ ସିଂ । ପୂର୍ବ ମ୍ୟାଚ୍ରେ ରୁଦ୍ରସ ୩-୧ ଗୋଲରେ କଳିଙ୍ଗ ଲାନସର୍ସକୁ ପରାସ୍ତ କରିଥିଲା । ସେହିପରି ପ୍ରଥମ ମ୍ୟାଚ୍ରେ ସୁରମା ଦଳ ତାମିଲନାଡୁ ଡ୍ରାଗନ୍ସ ଠାରୁ ୧-୧ (୪-୧)ରେ ବିଜୟୀ ହୋଇଥିଲା । ଆଜିର ମ୍ୟାଚ୍ ବେଦାନ୍
ରାଉରକେଲା : ସୁରମା ହକି କ୍ଲବ୍କୁ ୩-୦ ଗୋଲରେ ମାତ୍ ଦେଲା ୟୁପି ରୁଦ୍ରସ୍ । ହକି ଇଣ୍ଡିଆ ଲିଗ୍ରେ ରୁଦ୍ରାସ କ୍ରମାନ୍ୱୟରେ ଦ୍ୱିତୀୟ ବିଜୟ ହାସଲ କରିଛି । ଦୁଇଟି ମ୍ୟାଚ୍ ଜିତି ଦଳ ୬ ପଏଣ୍ଟ ପାଇ ଟେବୁଲରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି । ବେଙ୍ଗଲ ଟାଇଗର୍ସ ସମାନ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଖେଳର ଆରମ୍ଭରୁ ହିଁ ରୁଦ୍ରସ୍ ଆକ୍ରମଣ କରିଥିଲା । ଦ୍ୱିତୀୟ ମିନିଟରେ ଗୋଲ୍ ଖାତା ଖୋଲିଥିଲା ଦଳ । ଘରୋଇ ତାରକା ସୁଦିପ୍ ଚିରମାକୋ ପ୍ରଥମ ଗୋଲ ସ୍କୋର କରିଥିଲେ ।
ଦ୍ୱିତୀୟ କ୍ୱାର୍ଟର ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ତେଣୁ ଏହି ଭାଗ ଖେଳ ଗୋଲଶୂନ୍ୟ ଥିଲା । ତୃତୀୟ କ୍ୱାର୍ଟରରେ ରୁଦ୍ରସ୍ ଦ୍ୱିତୀୟ ଗୋଲ୍ ଦେଇ ୨-୦ ଗୋଲରେ ଅଗ୍ରଣୀ ହୋଇଥିଲା । ୩୮ ମିନିଟରେ ଏହି ଗୋଲ୍ ଦେଇଥିଲେ ଜବନପ୍ରୀତ ସିଂ । ଅନ୍ତିମ କ୍ୱାର୍ଟରରେ ସୁରମା କ୍ଲବ୍ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିବା ନେଇ ବହୁ ପ୍ରୟାସ କରିଥିଲା, ହେଲେ ସଫଳ ହୋଇପାର ନଥିଲା । ଖେଳ ଶେଷ ହେବାର ୨ ମିନିଟ ପୂର୍ବରୁ ରୁଦ୍ରସ୍ ତୃତୀୟ ଗୋଲ୍ ଦେଇ ମ୍ୟାଚ୍କୁ ଏକତରଫା ଭାବେ ଜିତି ନେଇଥିଲେ । ୫୮ ମିନିଟରେ ଏହି ଗୋଲ୍ ଦେଇଥିଲେ ଆକାଶଦୀପ ସିଂ । ପୂର୍ବ ମ୍ୟାଚ୍ରେ ରୁଦ୍ରସ ୩-୧ ଗୋଲରେ କଳିଙ୍ଗ ଲାନସର୍ସକୁ ପରାସ୍ତ କରିଥିଲା । ସେହିପରି ପ୍ରଥମ ମ୍ୟାଚ୍ରେ ସୁରମା ଦଳ ତାମିଲନାଡୁ ଡ୍ରାଗନ୍ସ ଠାରୁ ୧-୧ (୪-୧)ରେ ବିଜୟୀ ହୋଇଥିଲା । ଆଜିର ମ୍ୟାଚ୍ ବେଦାନ୍ତ କଳିଙ୍ଗ ଲାନସର୍ସ ଏବଂ ତାମିଲନାଡୁ ଡ୍ରାଗନ୍ସ ମଧ୍ୟରେ ଖେଳାଯିବ । କଳିଙ୍ଗ ଲାନସର୍ସ ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇଥିଲା । ଦଳ ଡ୍ରାଗନ୍ସ ବିପକ୍ଷରେ ବିଜୟୀ ହୋଇ ପଏଣ୍ଟ ଖାତା ଖୋଲିବା ଲକ୍ଷ୍ୟରେ ରଖିଛି ।