ବନ୍ଧୁକ କିଣାବିକାରୁ ହତ୍ୟାକାଣ୍ଡ : ବନ୍ଧୁଙ୍କୁ ହତ୍ୟା କଲେ ଦୁଇ ବନ୍ଧୁ, କେଟିଏମ୍ ବାଇକ୍ ନେଇ ଫେରାର
ସୋର ୨୦।୭: ବନ୍ଧୁକ କିଣାବିକାକୁ କେନ୍ଦ୍ରକରି ବନ୍ଧୁଙ୍କୁ ହତ୍ୟା କଲେ ଦୁଇ ବନ୍ଧୁ l ହତ୍ୟାକାରୀ ଦୁଇ ବନ୍ଧୁଙ୍କୁ ପୁରୀରୁ ଗିରଫ କଲା ସୋର ପୋଲିସ । ଦୁଇ ବନ୍ଧୁ ରବିନାରାୟଣଙ୍କୁ ହତ୍ୟା କରି ତାଙ୍କ କେଟିଏମ୍ ବାଇକ୍ ନେଇ ଫେରାର ହୋଇଯାଇଥିଲେ । ମୃତକ ରବିନାରାୟଣ ପୁରୀ ଟାଉନ ଗୁଣ୍ଡିଚା ମନ୍ଦିର ଅଂଚଳର । ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ସୋର ତଳନଗର ବ୍ରିଜ ତଳୁ ରବିନାରାୟଣଙ୍କ ମୃତଦେହ ଉଦ୍ଧାର କରିଥିଲା ସୋର ପୋଲିସ l ମୃତକଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବନ୍ଧୁକ କାରବାରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଥିଲା l ଭୁବନେଶ୍ବର କମିଶନରେଟ ପୋଲିସ, ପୁରୀ ପୋଲିସ ମିଳିତ ସହଯୋଗରେ ସୋର ପୋଲିସ ପୁରୀ ଚୁଡଙ୍ଗ ସାହିର ସିବୁନ ପାତ୍ର ଓ ଦୋଳମଣ୍ଡପ ସାହିର କାଳିଆ ସେନାପତିକୁ ଗିରଫ କରଛି । ଅଭିଯୁକ୍ତଙ୍କ ଠାରୁ ଭୁଜାଲି, କେଟିଏମ୍ ବାଇକ ଜବତ କରିଥିବା ନେଇ ବାଲେଶ୍ବର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି l You Can Read:ରୁଙ୍ଗଟା ମାଇନ୍ସରେ ଅଘଟଣ : ନେଟୱର୍କ ଟାୱାର ଭାଙ୍ଗିଯିବାରୁ କର୍ମଚାରୀଙ୍କ ମୃତ୍ୟୁ
ସୋର ୨୦।୭: ବନ୍ଧୁକ କିଣାବିକାକୁ କେନ୍ଦ୍ରକରି ବନ୍ଧୁଙ୍କୁ ହତ୍ୟା କଲେ ଦୁଇ ବନ୍ଧୁ l ହତ୍ୟାକାରୀ ଦୁଇ ବନ୍ଧୁଙ୍କୁ ପୁରୀରୁ ଗିରଫ କଲା ସୋର ପୋଲିସ । ଦୁଇ ବନ୍ଧୁ ରବିନାରାୟଣଙ୍କୁ ହତ୍ୟା କରି ତାଙ୍କ କେଟିଏମ୍ ବାଇକ୍ ନେଇ ଫେରାର ହୋଇଯାଇଥିଲେ । ମୃତକ ରବିନାରାୟଣ ପୁରୀ ଟାଉନ ଗୁଣ୍ଡିଚା ମନ୍ଦିର ଅଂଚଳର ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ସୋର ତଳନଗର ବ୍ରିଜ ତଳୁ ରବିନାରାୟଣଙ୍କ ମୃତଦେହ ଉଦ୍ଧାର କରିଥିଲା ସୋର ପୋଲିସ l ମୃତକଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବନ୍ଧୁକ କାରବାରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଥିଲା l ଭୁବନେଶ୍ବର କମିଶନରେଟ ପୋଲିସ, ପୁରୀ ପୋଲିସ ମିଳିତ ସହଯୋଗରେ ସୋର ପୋଲିସ ପୁରୀ ଚୁଡଙ୍ଗ ସାହିର ସିବୁନ ପାତ୍ର ଓ ଦୋଳମଣ୍ଡପ ସାହିର କାଳିଆ ସେନାପତିକୁ ଗିରଫ କରଛି । ଅଭିଯୁକ୍ତଙ୍କ ଠାରୁ ଭୁଜାଲି, କେଟିଏମ୍ ବାଇକ ଜବତ କରିଥିବା ନେଇ ବାଲେଶ୍ବର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି l
You Can Read:
ରୁଙ୍ଗଟା ମାଇନ୍ସରେ ଅଘଟଣ : ନେଟୱର୍କ ଟାୱାର ଭାଙ୍ଗିଯିବାରୁ କର୍ମଚାରୀଙ୍କ ମୃତ୍ୟୁ