ଇଲେକ୍ଟ୍ରିକ ସ୍କୁଟର ନିର୍ମାତା ଓଲା S1X 4kWh ଲଞ୍ଚ୍: ୮ ବର୍ଷର ୱାରେଣ୍ଟି ଦେବ କମ୍ପାନୀ
ନୂଆଦିଲ୍ଲୀ: ଶୁକ୍ରବାର ଇଲେକ୍ଟ୍ରିକ ମୋଟରସାଇକେଲ ନିର୍ମାତା କମ୍ପାନୀ ଓଲା ତା'ର ନୂଆ S1X ମଡେଲ୍ ଲଞ୍ଚ୍ କରିଛି। ଏହି ନୂଆ ଇ-ସ୍କୁଟରରେ ୪କେ କିଲୋୱାଟ୍ର ଆୱାର ବ୍ୟାଟେରୀ ପାୱାର ରହିଛି। ଯାହାର ମୂଲ୍ୟ ୧,୦୯,୯୯୯ ଟଙ୍କା ରହିଛି। ଚଳିତ ବର୍ଷ ଏପ୍ରିଲ ଠାରୁ ଏହି ସ୍କୁଟ୍ର ଡେଲିଭରି ଆରମ୍ଭ ହେବ। ସେହିପରି S1X ୩କେଡବ୍ଲୁଏଚ୍ ମଡେଲ୍ ବି ଏପ୍ରିଲ ଠାରୁ ଡେଲିଭର ଆରମ୍ଭ ହେବ ବୋଲି ଓଲାର ସିଇଓ ଭାବେଶ ଅଗରୱାଲ୍ କହିଛନ୍ତି। ସେହିପରି ଓଲା S1X 2 kWh ମଡେଲ୍ର ମୂଲ୍ୟ ୭୯,୯୯୯ ଟଙ୍କା ଓ 3 kWhର ଏକ୍ସ-ଶୋରୁମ ମୂଲ୍ୟ ୮୯,୯୯୯ ଟଙ୍କା ହେବ ବୋଲି କମ୍ପାନୀ ସିଇଓ ଘୋଷଣା କରିଛନ୍ତି। ଏଥିସହିତ ସ୍କୁଟ୍ର ୱାରେଣ୍ଟି ନେଇ ମଧ୍ୟ ଭାବେଷ କହିଛନ୍ତି ଯେ ବର୍ତ୍ତମାନ ଠାରୁ ଓଲା ସ୍କୁଟରେ ୮ ବର୍ଷ ଓ ୮୯୦୦୦ କିମି ୱାରେଣ୍ଟି ପର୍ଯ୍ୟନ୍ତ ୱାରେଣ୍ଟି ରହିବ। ପେଟ୍ରୋଲ ସ୍କୁଟର ଠାରୁ ଓଲା ସ୍କୁଟ୍ର ଦୁଇଗୁଣା ଦିନ ଅଧିକ ଚାଲିବ ବୋଲି ଭାବେଷ ଅଗରୱାଲ କହିଛନ୍ତି। ସେହିପରି ଇଭିରେ ମେଣ୍ଟାନ୍ସ ଖର୍ଚ୍ଚ କମ୍ ରହିଛି। ତେବେ ଚାର୍ଜିଂ ପଏଣ୍ଟ ସ୍ଥାପନ ନେଇ ମଧ୍ୟ ଓଲା ଘୋଷଣା କରିଛି। ପଢ଼ନ୍ତୁ-Paytmର ପେମେଣ୍ଟ ବ୍ୟାଙ୍କର ରଦ୍ଦ ହେବ ଲାଇସେନ୍ସ ! ଆକ୍ସନ ମୋଡରେ RBI ଆସନ୍ତା ତ୍ରୟମାସିକ ମଧ୍ୟରେ କମ୍ପାନୀ ଦେଶରେ ୧୦ ହଜାର ଚାର୍ଜିଂ ପଏଣ୍ଟ ସ୍ଥାପନ କରିବ। ଆଗକୁ ମଧ୍ୟ ଚାର୍ଜିଂ ଷ୍ଟେସନ ବଢାଇବ ବୋଲି କମ୍ପାନୀ ସିଇଓ ଭାବେଷ ଅଗରୱାଲ
ନୂଆଦିଲ୍ଲୀ: ଶୁକ୍ରବାର ଇଲେକ୍ଟ୍ରିକ ମୋଟରସାଇକେଲ ନିର୍ମାତା କମ୍ପାନୀ ଓଲା ତା'ର ନୂଆ S1X ମଡେଲ୍ ଲଞ୍ଚ୍ କରିଛି। ଏହି ନୂଆ ଇ-ସ୍କୁଟରରେ ୪କେ କିଲୋୱାଟ୍ର ଆୱାର ବ୍ୟାଟେରୀ ପାୱାର ରହିଛି। ଯାହାର ମୂଲ୍ୟ ୧,୦୯,୯୯୯ ଟଙ୍କା ରହିଛି। ଚଳିତ ବର୍ଷ ଏପ୍ରିଲ ଠାରୁ ଏହି ସ୍କୁଟ୍ର ଡେଲିଭରି ଆରମ୍ଭ ହେବ। ସେହିପରି S1X ୩କେଡବ୍ଲୁଏଚ୍ ମଡେଲ୍ ବି ଏପ୍ରିଲ ଠାରୁ ଡେଲିଭର ଆରମ୍ଭ ହେବ ବୋଲି ଓଲାର ସିଇଓ ଭାବେଶ ଅଗରୱାଲ୍ କହିଛନ୍ତି।
ସେହିପରି ଓଲା S1X 2 kWh ମଡେଲ୍ର ମୂଲ୍ୟ ୭୯,୯୯୯ ଟଙ୍କା ଓ 3 kWhର ଏକ୍ସ-ଶୋରୁମ ମୂଲ୍ୟ ୮୯,୯୯୯ ଟଙ୍କା ହେବ ବୋଲି କମ୍ପାନୀ ସିଇଓ ଘୋଷଣା କରିଛନ୍ତି। ଏଥିସହିତ ସ୍କୁଟ୍ର ୱାରେଣ୍ଟି ନେଇ ମଧ୍ୟ ଭାବେଷ କହିଛନ୍ତି ଯେ ବର୍ତ୍ତମାନ ଠାରୁ ଓଲା ସ୍କୁଟରେ ୮ ବର୍ଷ ଓ ୮୯୦୦୦ କିମି ୱାରେଣ୍ଟି ପର୍ଯ୍ୟନ୍ତ ୱାରେଣ୍ଟି ରହିବ। ପେଟ୍ରୋଲ ସ୍କୁଟର ଠାରୁ ଓଲା ସ୍କୁଟ୍ର ଦୁଇଗୁଣା ଦିନ ଅଧିକ ଚାଲିବ ବୋଲି ଭାବେଷ ଅଗରୱାଲ କହିଛନ୍ତି। ସେହିପରି ଇଭିରେ ମେଣ୍ଟାନ୍ସ ଖର୍ଚ୍ଚ କମ୍ ରହିଛି। ତେବେ ଚାର୍ଜିଂ ପଏଣ୍ଟ ସ୍ଥାପନ ନେଇ ମଧ୍ୟ ଓଲା ଘୋଷଣା କରିଛି।

ପଢ଼ନ୍ତୁ-Paytmର ପେମେଣ୍ଟ ବ୍ୟାଙ୍କର ରଦ୍ଦ ହେବ ଲାଇସେନ୍ସ ! ଆକ୍ସନ ମୋଡରେ RBI
ଆସନ୍ତା ତ୍ରୟମାସିକ ମଧ୍ୟରେ କମ୍ପାନୀ ଦେଶରେ ୧୦ ହଜାର ଚାର୍ଜିଂ ପଏଣ୍ଟ ସ୍ଥାପନ କରିବ। ଆଗକୁ ମଧ୍ୟ ଚାର୍ଜିଂ ଷ୍ଟେସନ ବଢାଇବ ବୋଲି କମ୍ପାନୀ ସିଇଓ ଭାବେଷ ଅଗରୱାଲ କହିଛନ୍ତି। Ola S1X (4kWh)ରେ 3 kWh ଭଳି S1X 4kWh ମଧ୍ୟ ଘଣ୍ଟା ପ୍ରତି ୯୦ କିମି ସ୍ପିଡ୍ ରହିବ। ତେବେ ଏହାର ରେଞ୍ଜ୍ ୧୯୦ କିମି ରହିବ। ୬.୫ ଘଣ୍ଟାରେ ଫୁଲ୍ ଚାର୍ଜ ଆଦି ବିଭିନ୍ନ ସୁବିଧା ରହିଛି।
The post ଇଲେକ୍ଟ୍ରିକ ସ୍କୁଟର ନିର୍ମାତା ଓଲା S1X 4kWh ଲଞ୍ଚ୍: ୮ ବର୍ଷର ୱାରେଣ୍ଟି ଦେବ କମ୍ପାନୀ appeared first on Prameya News7.