ମଧ୍ୟାହ୍ନଭୋଜନରେ ଜୋକ

ବାସୁଦେବପୁର,୨ା୮(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ଅଧୀନ ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ଜୋକ ବାହାରିଛି। ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟରେ ପହଞ୍ଚତ୍ ହୋହଲ୍ଲା କରିଥିଲେ। ସୂଚନା ଅନୁଯାୟୀ, ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ବେଳେ ଛାତ୍ରୀ ସ୍ବାଗତିକା ମଳିକଙ୍କ ଖାଦ୍ୟରୁ ଏକ ମଲା ଜୋକ ବାହାରିଥିଲା। ସେ ଏ ସମ୍ପର୍କରେ ଅନ୍ୟ ଛାତ୍ରୀଛାତ୍ରଙ୍କୁ […] The post ମଧ୍ୟାହ୍ନଭୋଜନରେ ଜୋକ appeared first on Dharitri Odia News.

ମଧ୍ୟାହ୍ନଭୋଜନରେ ଜୋକ

ବାସୁଦେବପୁର,୨ା୮(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ଅଧୀନ ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ଜୋକ ବାହାରିଛି। ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟରେ ପହଞ୍ଚତ୍ ହୋହଲ୍ଲା କରିଥିଲେ।
ସୂଚନା ଅନୁଯାୟୀ, ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ବେଳେ ଛାତ୍ରୀ ସ୍ବାଗତିକା ମଳିକଙ୍କ ଖାଦ୍ୟରୁ ଏକ ମଲା ଜୋକ ବାହାରିଥିଲା। ସେ ଏ ସମ୍ପର୍କରେ ଅନ୍ୟ ଛାତ୍ରୀଛାତ୍ରଙ୍କୁ ଜଣାଇବା ସହ ମଲା ଜୋକ ଥିବା ଖାଦ୍ୟକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନଙ୍କୁ ଦେଖାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଅନ୍ୟ ଛାତ୍ରୀଛାତ୍ର ଆଉ ମଧ୍ୟାହ୍ନ ଭୋଜନ ଖାଇ ନ ଥିଲେ। ଏ ବାବଦରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପର୍ଶୁରାମ ସାହୁଙ୍କୁ ପଚାରିବାରୁ ମଧ୍ୟାହ୍ନଭୋଜନରୁ ଜୋକ ବାହାରିବା କଥାକୁ ସ୍ବୀକାର କରିବା ସହ ଏନେଇ ସେ ସ୍କୁଲ କମିଟି ସଭାପତି ଓ ସିଆର୍‌ସିସିଙ୍କୁ ଅବଗତ କରିଥିବା କହିଛନ୍ତି। ମଧ୍ୟାହ୍ନ ଭୋଜନ ଯୋଗାଉଥିବା ସଂସ୍ଥାର ଏପରି ଦାୟିତ୍ୱହୀନ ରୋଷେଇ ପ୍ରକ୍ରିୟାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

The post ମଧ୍ୟାହ୍ନଭୋଜନରେ ଜୋକ appeared first on Dharitri Odia News.