କଲେଜ ଯାଇ ଘରକୁ ଫେରିନାହାନ୍ତି ନାବାଳିକା ଝିଅ, ଅପହରଣକାରୀଙ୍କ ଗିରଫ ଦାବିରେ ଧାରଣା

ଚାନ୍ଦବାଲି,୩୦ା୩(ଅଶୋକ ପଣ୍ଡା): ନାବାଳିକା ଝିଅକୁ ଅପହରଣ ଘଟଣାରକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ନାବାଳିକାକୁ ଉଦ୍ଧାର କରିବାରେ ବିଫଳ। ଅପହରଣକାରୀଙ୍କୁ ଗିରଫ ଦାବିକରି ଫାଣ୍ଡି ଆଗରେ ପରିବାର ଳୋକଙ୍କ ଧାରଣା ଦେଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ବାଂଶଡ଼ା ଥାନା ଘଣ୍ଟେଶ୍ୱର ଫାଣ୍ଡି ଅଧୀନରେ। ନାବାଳିକା ଝିଅକୁ ନପାଇ ପରିବାର ଲେକଙ୍କ ଆଖିରୁ ଶୁଖୁନି ଲୁହ। ଝିଅକୁ ଅପହରଣ କରିଥିବା ନେଇ ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ନାବାଳିକା ଝିଅଙ୍କ […] The post କଲେଜ ଯାଇ ଘରକୁ ଫେରିନାହାନ୍ତି ନାବାଳିକା ଝିଅ, ଅପହରଣକାରୀଙ୍କ ଗିରଫ ଦାବିରେ ଧାରଣା appeared first on Dharitri Odia News.

କଲେଜ ଯାଇ ଘରକୁ ଫେରିନାହାନ୍ତି ନାବାଳିକା ଝିଅ, ଅପହରଣକାରୀଙ୍କ ଗିରଫ ଦାବିରେ ଧାରଣା

ଚାନ୍ଦବାଲି,୩୦ା୩(ଅଶୋକ ପଣ୍ଡା): ନାବାଳିକା ଝିଅକୁ ଅପହରଣ ଘଟଣାରକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ନାବାଳିକାକୁ ଉଦ୍ଧାର କରିବାରେ ବିଫଳ। ଅପହରଣକାରୀଙ୍କୁ ଗିରଫ ଦାବିକରି ଫାଣ୍ଡି ଆଗରେ ପରିବାର ଳୋକଙ୍କ ଧାରଣା ଦେଇଛନ୍ତି।

ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ବାଂଶଡ଼ା ଥାନା ଘଣ୍ଟେଶ୍ୱର ଫାଣ୍ଡି ଅଧୀନରେ। ନାବାଳିକା ଝିଅକୁ ନପାଇ ପରିବାର ଲେକଙ୍କ ଆଖିରୁ ଶୁଖୁନି ଲୁହ। ଝିଅକୁ ଅପହରଣ କରିଥିବା ନେଇ ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ନାବାଳିକା ଝିଅଙ୍କ ବାପା ରଞ୍ଜନ ସାମଲ।

ସୂଚନା ମୁତାବକ ଆଜକୁ ୧୦ ଦିନ ହେବ ଚାନ୍ଦବାଲି ବଜାରାପୁର ପଞ୍ଚାୟତ ଷଣ୍ଢଗଡ଼ା ଗ୍ରାମରେ ରଞ୍ଜନ ସାମଲଙ୍କ ଝିଅ ଘଣ୍ଟେଶ୍ୱର ମହାବିଦ୍ୟାଳୟକୁ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ ଏ ନେଇ ପରିବାର ଲୋକ ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ୧୦ ଦିନ ବିତି ଯାଇ ଥିଲେ ମଧ୍ୟ ନାବାଳିକା ଝିଅକୁ ଉଦ୍ଧାର କରିବାରେ ଘଣ୍ଟେଶ୍ୱର ପୋଲିସ ବିଫଳ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ, ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଘଣ୍ଟେଶ୍ୱର ଫାଣ୍ଡି ଆଗରେ ଧାରଣାରେ ବସିଛନ୍ତି ପରିବାର ଲୋକେ।

The post କଲେଜ ଯାଇ ଘରକୁ ଫେରିନାହାନ୍ତି ନାବାଳିକା ଝିଅ, ଅପହରଣକାରୀଙ୍କ ଗିରଫ ଦାବିରେ ଧାରଣା appeared first on Dharitri Odia News.