ଜୟା ବଚ୍ଚନଙ୍କ ମା’ଙ୍କ ନିଧନ ଖବର ମିଛ!
ବମ୍ବେ: ବଲିଉଡ ଅଭିନେତ୍ରୀ ତଥା ରାଜ୍ୟ ସଭା ଏମ୍ପି ଜୟା ବଚ୍ଚନଙ୍କ ମା’ ତଥା ଅମିତାଭ ବଚ୍ଚନଙ୍କ ଶାଶୁ ଇନ୍ଦିରା ଭାଦୁଡ଼ି ଅସୁସ୍ଥ। ଅଣ୍ଟା ଭାଙ୍ଗି ଯାଇଥିବା ଯୋଗୁ ତାଙ୍କୁ ଭୋପାଳର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସେ ସୁସ୍ଥ ଥିବା ବେଳେ ଡାକ୍ତରମାନେ ଚିକିତ୍ସା କରୁଛନ୍ତି। ତେବେ ବୁଧବାର ଅପରାହ୍ନରେ ୯୪ ବର୍ଷୀୟ ଇନ୍ଦିରାଙ୍କ ନିଧନ ହୋଇଥିବା ନେଇ ଦାବି କରାଯାଇଥିଲା। ଏହି ଖବର ପରେ ଗୁଜବ ବୋଲି ଜଣାପଡ଼ିଛି। ଆଈଙ୍କ ଦେହ ଖରାପ […] The post ଜୟା ବଚ୍ଚନଙ୍କ ମା’ଙ୍କ ନିଧନ ଖବର ମିଛ! appeared first on Dharitri Odia News.
ବମ୍ବେ: ବଲିଉଡ ଅଭିନେତ୍ରୀ ତଥା ରାଜ୍ୟ ସଭା ଏମ୍ପି ଜୟା ବଚ୍ଚନଙ୍କ ମା’ ତଥା ଅମିତାଭ ବଚ୍ଚନଙ୍କ ଶାଶୁ ଇନ୍ଦିରା ଭାଦୁଡ଼ି ଅସୁସ୍ଥ। ଅଣ୍ଟା ଭାଙ୍ଗି ଯାଇଥିବା ଯୋଗୁ ତାଙ୍କୁ ଭୋପାଳର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସେ ସୁସ୍ଥ ଥିବା ବେଳେ ଡାକ୍ତରମାନେ ଚିକିତ୍ସା କରୁଛନ୍ତି।
ତେବେ ବୁଧବାର ଅପରାହ୍ନରେ ୯୪ ବର୍ଷୀୟ ଇନ୍ଦିରାଙ୍କ ନିଧନ ହୋଇଥିବା ନେଇ ଦାବି କରାଯାଇଥିଲା। ଏହି ଖବର ପରେ ଗୁଜବ ବୋଲି ଜଣାପଡ଼ିଛି। ଆଈଙ୍କ ଦେହ ଖରାପ ଶୁଣି ଅଭିଷେକ ମଧ୍ୟ ବିଳମ୍ବିତ ରାତିରେ ଭୋପାଳରେ ପହଞ୍ଚିଛନ୍ତି। ଏପରିକି ମା’ଙ୍କ ସେବା ସୁଶ୍ରୁଶା ଲାଗି ଜୟା ମଧ୍ୟ ପହଞ୍ଚିଛନ୍ତି। ପରିବାରର ଅନ୍ୟ ଲୋକେ ଚାଟାର୍ଡ ପ୍ଲେନ୍ ଯୋଗେ ପହଞ୍ଚୁଥିବା ଜଣାପଡ଼ିଛି।
ଇନ୍ଦିରା ଭୋପାଳର ଶ୍ୟାମଳା ହିଲ୍ସ ସ୍ଥିତ ଅନ୍ସଲ ଆପାର୍ଟମେଣ୍ଟରେ ରୁହନ୍ତି। ତାଙ୍କ ସ୍ବାମୀ ତରୁଣ ଭାଦୁଡ଼ି ଖବରଦାତା ଏବଂ ଲେଖକ ଥିଲେ। ସେ ଅନେକ ଖବରକାଗଜରେ କାମ କରିଛନ୍ତି। ୧୯୯୬ରେ ତାଙ୍କ ଦେହାନ୍ତ ହୋଇଥିଲା।
The post ଜୟା ବଚ୍ଚନଙ୍କ ମା’ଙ୍କ ନିଧନ ଖବର ମିଛ! appeared first on Dharitri Odia News.