ନିର୍ବାଚନ ପୂର୍ବରୁ ଓଡିଶା ଆସୁଛନ୍ତି ମୋଦି, ୧୯ଶହ କୋଟିରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପର କରିବେ ଶିଳାନ୍ୟାସ
ଭୁବନେଶ୍ୱର,୩।୩: ନିର୍ବାଚନ ପୂର୍ବରୁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାର୍ଚ୍ଚ ୫ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ଓଡ଼ିଶାର ଯାଜପୁର ଚଣ୍ଡିଖୋଲରେ ୧୯,୬୦୦ କୋଟି ଉର୍ଦ୍ଧ ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଗ୍ରାଉଣ୍ଡରେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ପ୍ରଶାସନ। ସେପଟେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି ଖୋଦ ପୋଲିସ ଡିଜି। ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ସୁଦ୍ଧା ପ୍ରଧାମନ୍ତ୍ରୀଙ୍କ ଗସ୍ତକୁ ନେଇ ଉତ୍ସାହିତ ଭାଜପା ଶିବିର। ତେବେ ତୈଳ-ଗ୍ୟାସ, ରେଳବାଇ, ସଡକ, […] The post ନିର୍ବାଚନ ପୂର୍ବରୁ ଓଡିଶା ଆସୁଛନ୍ତି ମୋଦି, ୧୯ଶହ କୋଟିରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପର କରିବେ ଶିଳାନ୍ୟାସ appeared first on Dharitri Odia News.
ଭୁବନେଶ୍ୱର,୩।୩: ନିର୍ବାଚନ ପୂର୍ବରୁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାର୍ଚ୍ଚ ୫ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ଓଡ଼ିଶାର ଯାଜପୁର ଚଣ୍ଡିଖୋଲରେ
୧୯,୬୦୦ କୋଟି ଉର୍ଦ୍ଧ ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଗ୍ରାଉଣ୍ଡରେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ପ୍ରଶାସନ। ସେପଟେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି ଖୋଦ ପୋଲିସ ଡିଜି। ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ସୁଦ୍ଧା ପ୍ରଧାମନ୍ତ୍ରୀଙ୍କ ଗସ୍ତକୁ ନେଇ ଉତ୍ସାହିତ ଭାଜପା ଶିବିର।
ତେବେ ତୈଳ-ଗ୍ୟାସ, ରେଳବାଇ, ସଡକ, ପରିବହନ-ରାଜପଥ ଏବଂ ପରମାଣୁ ଶକ୍ତି କ୍ଷେତ୍ରଗୁଡିଗୁଡିକ ସହିତ ଜଡିତ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି। ପାରାଦୀପ ରିଫାଇନାରୀରେ ଭାରତୀୟ ତୈଳ ନିଗମ ଲିମିଟେଡ ମୋନୋ ଏଥାଲନ ଗ୍ଲାଇକଲ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ସେ ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର
ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଲମ୍ବ ଉତ୍ପାଦ ପାଇପଲାଇନ ମଧ୍ୟ ଉଦ୍ଘାଟନ କରିବେ। ଭାରତର ପୂର୍ବ ତଟରେ ଆମଦାନୀ ଭିତ୍ତିଭୂମି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ପାରାଦୀପରେ 0.6 MMTPA LPG ଆମଦାନୀ ସୁବିଧାକୁ ମଧ୍ୟ ଉଦ୍ଘାଟନ କରିବେ।
ଏହି ଅଞ୍ଚଳରେ ସଡ଼କ ଭିତ୍ତିଭୂମି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ NH-49ର ସିଙ୍ଗଡ଼ା ଠାରୁ ବିଞ୍ଜବାହାଲ ତିଳେଇବନି ଚାରି ଲେନ ବିଭାଗ; NH-୧୮ର ବାଲେଶ୍ୱର ଝରପୋଖରିଆ ବିଭାଗର ଚାରି ଲେନ ଏବଂ NH-16 ର ଟାଙ୍ଗୀ-ଭୁବନେଶ୍ୱର ଚାରି ଲେନ ବିଭାଗକୁ ଦେଶକୁ ଉତ୍ସର୍ଗ କରିବେ । ଚଣ୍ଡିଖୋଲ ପାରାଦୀପ ମଧ୍ୟରେ ଚାରି ଲେନରୁ ଆଠଟି ଲେନ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ।
ଏଥିସହ କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର (ନୂଆଦିଲ୍ଲୀ) ମଧ୍ୟରେ ନୂଆ ଟ୍ରେନ କେନ୍ଦୁଝରଗଡ଼ ରେଳ ଷ୍ଟେସନର ଶୁଭାରମ୍ଭ କରିବେ l କେନ୍ଦ୍ରାପଡା ଜିଲା ମଧ୍ୟଦେଇ ହରିଦାସପୁର-ପାରାଦ୍ୱୀପ ରେଳ ମାର୍ଗରେ ଯାତ୍ରୀବାହୀ ଟ୍ରେନର ଶୁଭାରମ୍ଭ କରିବେ l ଏହା ବ୍ୟତୀତ, ଯାଜପୁର ଠାରୁ ଉତ୍ତରପ୍ରଦେଶର ଦାଦ୍ରି ପର୍ଯ୍ୟନ୍ତ କଣ୍ଟେନର ଟ୍ରେନ ସେବା ମଧ୍ୟ ଆରମ୍ଭ କରିବେ।
The post ନିର୍ବାଚନ ପୂର୍ବରୁ ଓଡିଶା ଆସୁଛନ୍ତି ମୋଦି, ୧୯ଶହ କୋଟିରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପର କରିବେ ଶିଳାନ୍ୟାସ appeared first on Dharitri Odia News.