ଅଭିନେତା ରିତୁରାଜ ସିଂଙ୍କ ପରଲୋକ

ମୁମ୍ବାଇ,୨୦।୨: ଟେଲିଭିଜନରୁ ଓଟିଟି ପର୍ଯ୍ୟନ୍ତ ଅଭିନୟ କରି ଲୋକଙ୍କ ହୃଦୟକୁ ଜିତିଥିବା ଅଭିନେତା ରିତୁରାଜ ସିଂଙ୍କର ଦେହାନ୍ତ ହୋଇଛି। ସେ ୬୦ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବର୍ତ୍ତମାନର ଲୋକପ୍ରିୟ ଟେଲିଭିଜନ ଶୋ ଅନୁପମାରେ ରିତୁରାଜ ସିଂଙ୍କୁ ଦେଖିବାକୁ ମିଳିଥିଲା। ଅଭିନେତାଙ୍କର ହଠାତ୍‌ ପରଲୋକ ହେବାର ଖବର ଶୁଣିବା ପରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଏହି ଅଭିନେତା ଅନେକ ଲୋକପ୍ରିୟ ଟିଭି ଶୋ’ର ଏକ ଅଂଶ ଥିଲେ ଏବଂ ତାଙ୍କର ବଳିଷ୍ଠ ଅଭିନୟ […] The post ଅଭିନେତା ରିତୁରାଜ ସିଂଙ୍କ ପରଲୋକ appeared first on Dharitri Odia News.

ଅଭିନେତା ରିତୁରାଜ ସିଂଙ୍କ ପରଲୋକ

ମୁମ୍ବାଇ,୨୦।୨: ଟେଲିଭିଜନରୁ ଓଟିଟି ପର୍ଯ୍ୟନ୍ତ ଅଭିନୟ କରି ଲୋକଙ୍କ ହୃଦୟକୁ ଜିତିଥିବା ଅଭିନେତା ରିତୁରାଜ ସିଂଙ୍କର ଦେହାନ୍ତ ହୋଇଛି। ସେ ୬୦ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବର୍ତ୍ତମାନର ଲୋକପ୍ରିୟ ଟେଲିଭିଜନ ଶୋ ଅନୁପମାରେ ରିତୁରାଜ ସିଂଙ୍କୁ ଦେଖିବାକୁ ମିଳିଥିଲା। ଅଭିନେତାଙ୍କର ହଠାତ୍‌ ପରଲୋକ ହେବାର ଖବର ଶୁଣିବା ପରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

ଏହି ଅଭିନେତା ଅନେକ ଲୋକପ୍ରିୟ ଟିଭି ଶୋ’ର ଏକ ଅଂଶ ଥିଲେ ଏବଂ ତାଙ୍କର ବଳିଷ୍ଠ ଅଭିନୟ ସହିତ ଲୋକଙ୍କ ହୃଦୟକୁ ଜିତି ଚାଲିଥିଲେ। ରିତୁରାଜ ସିଂଙ୍କ ହଠାତ୍‌ ଦେହାନ୍ତ ହେବାର ଖବର ଶୁଣି କେବଳ ଇଣ୍ଡଷ୍ଟ୍ରିର ଲୋକ ନୁହଁନ୍ତି ପ୍ରଶଂସକମାନେ ମଧ୍ୟ ଦୁଃଖିତ।
‘ଅପନୀ ବାତ’, ‘ଜ୍ୟୋତି’, ‘ହିଟଲର ଦିଦି’, ‘ଶପଥ’, ‘ଓ୍ବାରିୟର ହାଇ’, ‘ଆହଟ’ ଏବଂ ‘ଅଦାଲତ’, ‘ଦିୟା ଔର ବାତି ହମ’ ସମେତ ଅନେକ ଲୋକପ୍ରିୟ ଟିଭି ଶୋ’ରେ ରିତୁରାଜ ସିଂ ଅଂଶଗ୍ରହଣ କରିଛନ୍ତି। ସେ ଏହି ଶୋ’ରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। ଅଭିନେତା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିଲେ, ଯେଉଁଥିରେ ‘ରାଜନୀତି’, ‘ବଦ୍ରିନାଥ କି ଦୁଲହନିଆ’ ଇତ୍ୟାଦି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ।
ସୋସିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି
ପ୍ରଶଂସକଙ୍କ ସହ ଭେଟେରାନ ଟେଲିଭିଜନ ବ୍ୟକ୍ତିତ୍ୱ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ସୁଲଝେ ହୁଏ ଆକ୍ଟରକୋ ବହତ ହି ଜଲଦ ବୁଲା ଲିୟା। ଅନ୍ୟ ଜଣେ ଲେଖିଛନ୍ତି, ଅନୁପମାରେ ତାଙ୍କର ଅଭିନୟ ପ୍ରଶଂସନୀୟ। ମୁଁ କେବଳ ତାଙ୍କ କାରଣରୁ ଶୋ ଦେଖୁଥିଲି । ଏହା ଯିବାର ବୟସ ନୁହେଁ।

The post ଅଭିନେତା ରିତୁରାଜ ସିଂଙ୍କ ପରଲୋକ appeared first on Dharitri Odia News.