୩୦ ବର୍ଷର ସ୍ୱପ୍ନ ପୂରଣ ହେଲା; ବୃତଙ୍ଗ ଜଳସେଚନ ପ୍ରକଳ୍ପକୁ ମିଳିଲା ଅନୁମୋଦନ

ବୃତଙ୍ଗ ଜଳସେଚନ ପ୍ରକଳ୍ପ ହେଲେ ୨୩,୦୦୦ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରିବ। ଏହାଦ୍ୱାରା ଚାଷୀ ଉପକୃତ ହେବେ।

୩୦ ବର୍ଷର ସ୍ୱପ୍ନ ପୂରଣ ହେଲା; ବୃତଙ୍ଗ ଜଳସେଚନ ପ୍ରକଳ୍ପକୁ ମିଳିଲା ଅନୁମୋଦନ

ନୟାଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ନେଇ ବାଟ ଫିଟିଲା। ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅନୁମତି ଦେଇଛି। ୧୫୨୪ ହେକ୍ଟର ଜଙ୍ଗଲ ଜମିର ଅଣ ଜଙ୍ଗଲ ବ୍ୟବହାର ପାଇଁ ଅନୁମତି ମିଳିଲା। ଦୀର୍ଘ ୩୦ ବର୍ଷ ଧରି ଏହି ଯୋଜନାଟି ଜଙ୍ଗଲ ଅନୁମତି ପାଇଁ ଅପେକ୍ଷା କରିଥିଲା।  

ବୃତଙ୍ଗ ଜଳସେଚନ ପ୍ରକଳ୍ପ ହେଲେ ୨୩,୦୦୦ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରିବ। ଏହାଦ୍ୱାରା ଚାଷୀ ଉପକୃତ ହେବେ।

ସୂଚନା ଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିକଟରେ ନୂଆଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ଏ ସମ୍ପର୍କରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏହା ପରେ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏଥିପାଇଁ ସମ ପରିମାଣର ଅଣ ଜଙ୍ଗଲ ଅଞ୍ଚଳରେ ବନୀକରଣ ସହିତ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀର ଅନୁପାଳନ କରାଯିବ।