ମୁସଲିମ୍ ରାଷ୍ଟ୍ର ୟୁଏଇରେ ବାବା ବାଗେଶ୍ୱର, କହିଲେ- ମଜଭୁତ ହେବ ଦୁଇ ଦେଶର ସଂସ୍କୃତି

ନୂଆଦିଲ୍ଲୀ: ବାଗେଶ୍ୱର ଧାମର ମୁଖ୍ୟ ତଥା ମଠାଧିଶ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ୟୁଏଇ ଗସ୍ତ କରିଛନ୍ତି। ଏ ସମ୍ପର୍କରେ ସେ ସୋସିଆଲ ମିଡିଆରେ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଦୁବାଇରେ ପହଞ୍ଚିବା ପରେ ଧିରେନ୍ଦ୍ର ଶାସ୍ତ୍ରୀ ୟୁଏଇକୁ ପ୍ରଶଂସା କରିଥିଲେ। ଏହି ସମୟ ମଧ୍ୟରେ ସେ ଦୁବାଇରେ ମରୁଭୂମି ସଫାରି ମଧ୍ୟ ଉପଭୋଗ କରିଥିଲେ।ଦୁବାଇରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଅବଦୁଲ୍ଲା ଗ୍ରୁପର ଚେୟାରମ୍ୟାନ୍ ଡକ୍ଟର ବି.ୟୁ ଅବଦୁଲ୍ଲା ଗୋଲାପ ସହିତ ସ୍ୱାଗତ କରିଥିଲେ। ସେଠାରେ ରହୁଥିବା ଭାରତୀୟମାନେ ମଧ୍ୟ ତାଙ୍କୁ ସ୍ୱାଗତ କରିବାକୁ ଆସିଥିଲେ। ଭାରତ ପରି ସେଠାରେ ମଧ୍ୟ ତାଙ୍କ ଭକ୍ତଙ୍କ ଭିଡ ଜମିଥିଲା। We are delighted to extend a warm welcome to Shri Bageshwar Dham Sarkar in Dubai today! His presence brings immense joy and his message of peace and unity is truly inspiring. Let us embrace his words and work towards a world filled with love and understanding. ???????????????? pic.twitter.com/P5rhjF4JwE— Dr. Bu Abdullah (@Dr_BuAbdullah) May 22, 2024ପ୍ରକାଶଥାଉକି ଧିରେନ୍ଦ୍ର ଶାସ୍ତ୍ରୀ ମେ ୨୬ ପର୍ଯ୍ୟନ୍ତ ଦୁବାଇରେ ପୂଜା କରିବେ। ଏହି ଅବଧିରେ ଧିରେନ୍ଦ୍ର ଶାସ୍ତ୍ରୀ ମଧ୍ୟ ୩ ଦିନ ଧରି ବିଭିନ୍ନ ଆଧ୍ୟାତ୍ମିକ ଦିଗ ଉପରେ ଆଲୋଚନା କରିବେ। ଏ

ମୁସଲିମ୍ ରାଷ୍ଟ୍ର ୟୁଏଇରେ ବାବା ବାଗେଶ୍ୱର, କହିଲେ- ମଜଭୁତ ହେବ ଦୁଇ ଦେଶର ସଂସ୍କୃତି

ନୂଆଦିଲ୍ଲୀ: ବାଗେଶ୍ୱର ଧାମର ମୁଖ୍ୟ ତଥା ମଠାଧିଶ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ୟୁଏଇ ଗସ୍ତ କରିଛନ୍ତି। ଏ ସମ୍ପର୍କରେ ସେ ସୋସିଆଲ ମିଡିଆରେ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଦୁବାଇରେ ପହଞ୍ଚିବା ପରେ ଧିରେନ୍ଦ୍ର ଶାସ୍ତ୍ରୀ ୟୁଏଇକୁ ପ୍ରଶଂସା କରିଥିଲେ। ଏହି ସମୟ ମଧ୍ୟରେ ସେ ଦୁବାଇରେ ମରୁଭୂମି ସଫାରି ମଧ୍ୟ ଉପଭୋଗ କରିଥିଲେ।

ଦୁବାଇରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଅବଦୁଲ୍ଲା ଗ୍ରୁପର ଚେୟାରମ୍ୟାନ୍ ଡକ୍ଟର ବି.ୟୁ ଅବଦୁଲ୍ଲା ଗୋଲାପ ସହିତ ସ୍ୱାଗତ କରିଥିଲେ। ସେଠାରେ ରହୁଥିବା ଭାରତୀୟମାନେ ମଧ୍ୟ ତାଙ୍କୁ ସ୍ୱାଗତ କରିବାକୁ ଆସିଥିଲେ। ଭାରତ ପରି ସେଠାରେ ମଧ୍ୟ ତାଙ୍କ ଭକ୍ତଙ୍କ ଭିଡ ଜମିଥିଲା। 


ପ୍ରକାଶଥାଉକି ଧିରେନ୍ଦ୍ର ଶାସ୍ତ୍ରୀ ମେ ୨୬ ପର୍ଯ୍ୟନ୍ତ ଦୁବାଇରେ ପୂଜା କରିବେ। ଏହି ଅବଧିରେ ଧିରେନ୍ଦ୍ର ଶାସ୍ତ୍ରୀ ମଧ୍ୟ ୩ ଦିନ ଧରି ବିଭିନ୍ନ ଆଧ୍ୟାତ୍ମିକ ଦିଗ ଉପରେ ଆଲୋଚନା କରିବେ। ଏହାପୂର୍ବରୁ ବାବା ବାଗେଶ୍ୱର ଧାମ ଏକ ଭିଡିଓ ଜାରି କରି କହିଥିଲେ ଯେ ଭାରତରେ ଚମତ୍କାରିତା ରହିଛି ଯେଉଁଠାରେ ସମଗ୍ର ବିଶ୍ୱକୁ ସମାହିତ କରି ରଖିଛି। ଆମେ ପ୍ରଥମ ଥର ପାଇଁ ଦୁବାଇ ଆସିଛୁ। ରାମ ମନ୍ଦିର ପରିଦର୍ଶନ କରିଛୁ। 

ଅବଦୁଲ୍ଲା ଗ୍ରୁପ୍‌ର ଚେୟାରମ୍ୟାନ୍ ଡକ୍ଟର ବି.ୟୁ ଅବଦୁଲ୍ଲା ମଧ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ସ୍ୱାଗତ କରିବାର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ X ରେ ଲେଖିଛନ୍ତି ଯେ ଦୁବାଇରେ ଗୁରୁଜୀ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ସମ୍ମାନର ସହ ସ୍ୱାଗତ କରାଯାଇଛି। ତାଙ୍କର ଦୁବାଇ ଗସ୍ତ ଆମ ପାଇଁ ଏକ ବିଶେଷ ଉତ୍ସବ, ଏହା ଭାରତ ଏବଂ ୟୁଏଇ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ତଥା ଆଧ୍ୟାତ୍ମିକ ଏକତାକୁ ପାଳନ କରିବାର ଏକ ମାଧ୍ୟମ ଭାବରେ ଦେଖାଯିବା ଉଚିତ୍।