ୟୁକ୍ରେନ ଆକାଶରେ ଗର୍ଜିବ F-16, ନେଦରଲ୍ୟାଣ୍ଡ ଓ ଡେନମାର୍କରୁ ପଠାଯାଉଥିବା କହିଲେ ବ୍ଲିଙ୍କେନ
ୱାସିଂଟନ ୧୦।୭: ଋଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ନାଟୋ ସଦସ୍ୟମାନେ ୟୁକ୍ରେନକୁ ଏଫ-୧୬ ଯୁଦ୍ଧବିମାନ ପଠାଇବା ଆରମ୍ଭ କରିଥିବା ଘୋଷଣା କରିଛନ୍ତି। ୱାସିଂଟନରେ ଅନୁଷ୍ଠିତ ନାଟୋ ଶିଖର ସମ୍ମିଳନୀ ପରେ ଆମେରିକା ବିଦେଶ ମନ୍ତ୍ରୀ ଏଣ୍ଟନୀ ବ୍ଲିଙ୍କେନ ବୁଧବାର କହିଛନ୍ତି ଯେ ଆମେରିକା ନିର୍ମିତ ଏଫ-୧୬ ଫାଇଟର ଜେଟର ପ୍ରଥମ ସିପମେଣ୍ଟ ଡେନମାର୍କ ଓ ନେଦରଲ୍ୟାଣ୍ଡରୁ ୟୁକ୍ରେନ ପଠାଯାଉଛି। ସେ କହିଛନ୍ତି ଯେ ଖୁବ୍ ଶୀଘ୍ର ୟୁକ୍ରେନ ଆକାଶରେ ଏଫ-୧୬ ଗର୍ଜନ କରିବ। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆମେରିକା ବିଦେଶ ମନ୍ତ୍ରୀ ଏଣ୍ଟନୀ ବ୍ଲିଙ୍କେନ କହିଛନ୍ତି ଯେ ୟୁକ୍ରନ ଏଥର ଗ୍ରୀଷ୍ମରେ ନିଜକୁ ଋଷୀୟ ଆକ୍ରମଣରୁ ପ୍ରଭାବୀ ଢଙ୍ଗରେ ବଞ୍ଚାଇ ପାରିବ। ଋଷିଆ ପକ୍ଷରୁ କରାଯାଉଥିବା ଆକ୍ରମଣର ଜବାବ ଦେବାକୁ ୟୁକ୍ରେନ ଦୀର୍ଘ ସମୟରୁ ଏଫ-୧୬ ଫାଇଟର ଜେଟ୍ ଦାବି କରୁଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅଗଷ୍ଟ ୨୦୨୩ରେ ଏହି ବିମାନଗୁଡିକୁ ୟୁକ୍ରେନକୁ ଦେବା ପାଇଁ ସହମତି ପ୍ରକାଶ କରିବା ସହିତ ମଞ୍ଜୁରୀ ଦେଇଥିଲେ। ଆମେରିକା ବିଦେଶମନ୍ତ୍ରୀ କହିଛନ୍ତି ଯେ ୟୁକ୍ରେନକୁ ପଠାଯାଉଥିବା ଏହି ଫାଇଟର ଜେଟ୍ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ନିମନ୍ତେ ଏକ କଡ଼ା ବାର୍ତ୍ତା ହେବା ଦରକାର। ଋଷିଆ ରାଷ୍ଟ୍ରପତିଙ୍କ ଧ୍ୟାନ ଏବେ ଏହି କଥା ଉପରେ କେନ୍ଦ୍ରିତ ହୋଇଯିବ ଓ ସେ ଅଧିକ ସମୟ ପର୍ଯ୍ୟନ୍ତ ଆଉ ଯୁଦ୍ଧରେ ଦୃଢ ରହିପାରିବେନି। ୟୁକ୍ରେନ
ୱାସିଂଟନ ୧୦।୭: ଋଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ନାଟୋ ସଦସ୍ୟମାନେ ୟୁକ୍ରେନକୁ ଏଫ-୧୬ ଯୁଦ୍ଧବିମାନ ପଠାଇବା ଆରମ୍ଭ କରିଥିବା ଘୋଷଣା କରିଛନ୍ତି। ୱାସିଂଟନରେ ଅନୁଷ୍ଠିତ ନାଟୋ ଶିଖର ସମ୍ମିଳନୀ ପରେ ଆମେରିକା ବିଦେଶ ମନ୍ତ୍ରୀ ଏଣ୍ଟନୀ ବ୍ଲିଙ୍କେନ ବୁଧବାର କହିଛନ୍ତି ଯେ ଆମେରିକା ନିର୍ମିତ ଏଫ-୧୬ ଫାଇଟର ଜେଟର ପ୍ରଥମ ସିପମେଣ୍ଟ ଡେନମାର୍କ ଓ ନେଦରଲ୍ୟାଣ୍ଡରୁ ୟୁକ୍ରେନ ପଠାଯାଉଛି। ସେ କହିଛନ୍ତି ଯେ ଖୁବ୍ ଶୀଘ୍ର ୟୁକ୍ରେନ ଆକାଶରେ ଏଫ-୧୬ ଗର୍ଜନ କରିବ।
ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆମେରିକା ବିଦେଶ ମନ୍ତ୍ରୀ ଏଣ୍ଟନୀ ବ୍ଲିଙ୍କେନ କହିଛନ୍ତି ଯେ ୟୁକ୍ରନ ଏଥର ଗ୍ରୀଷ୍ମରେ ନିଜକୁ ଋଷୀୟ ଆକ୍ରମଣରୁ ପ୍ରଭାବୀ ଢଙ୍ଗରେ ବଞ୍ଚାଇ ପାରିବ। ଋଷିଆ ପକ୍ଷରୁ କରାଯାଉଥିବା ଆକ୍ରମଣର ଜବାବ ଦେବାକୁ ୟୁକ୍ରେନ ଦୀର୍ଘ ସମୟରୁ ଏଫ-୧୬ ଫାଇଟର ଜେଟ୍ ଦାବି କରୁଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅଗଷ୍ଟ ୨୦୨୩ରେ ଏହି ବିମାନଗୁଡିକୁ ୟୁକ୍ରେନକୁ ଦେବା ପାଇଁ ସହମତି ପ୍ରକାଶ କରିବା ସହିତ ମଞ୍ଜୁରୀ ଦେଇଥିଲେ।
ଆମେରିକା ବିଦେଶମନ୍ତ୍ରୀ କହିଛନ୍ତି ଯେ ୟୁକ୍ରେନକୁ ପଠାଯାଉଥିବା ଏହି ଫାଇଟର ଜେଟ୍ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ନିମନ୍ତେ ଏକ କଡ଼ା ବାର୍ତ୍ତା ହେବା ଦରକାର। ଋଷିଆ ରାଷ୍ଟ୍ରପତିଙ୍କ ଧ୍ୟାନ ଏବେ ଏହି କଥା ଉପରେ କେନ୍ଦ୍ରିତ ହୋଇଯିବ ଓ ସେ ଅଧିକ ସମୟ ପର୍ଯ୍ୟନ୍ତ ଆଉ ଯୁଦ୍ଧରେ ଦୃଢ ରହିପାରିବେନି। ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲଂସ୍କି ଗତ ସପ୍ତାହରେ କହିଥିଲେ ଯେ ସେ ତାଙ୍କ ଏୟାରଫୋର୍ସର କ୍ଷମତାକୁ ଦୁଇଗୁଣା କରିବାକୁ ଚାହାଁନ୍ତି। ସେ କହିଥିଲେ ଯେ ତାଙ୍କ ଦେଶର ସୁରକ୍ଷାପାଇଁ ତାଙ୍କୁ ଅନୁନ୍ୟ ଆଉ ୭ଟି ରାଡାରର ଆବଶ୍ୟକତା ପଡିବ।
ନାଟୋ ସଦସ୍ୟମାନେ ୟୁକ୍ରେନର ସହାୟତା ନିମନ୍ତେ ୫ଟି ରାଡାର ସିଷ୍ଟମ ପଠାଇବାକୁ ଘୋଷଣା କରିଛନ୍ତି। ନାଟୋ ସଦସ୍ୟଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଆମେ ୟୁକ୍ରେନର ଆକାଶ କ୍ଷମତାକୁ ଆହୁରି ବଢାଇବାକୁ ସଂକଳ୍ପବଦ୍ଧ। ନାଟୋ ସ୍ଥାପନାର ୭୫ ବର୍ଷ ଅବସରରେ ଅନୁଷ୍ଠିତ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦାବି କରିଛନ୍ତି ଯେ ଋଷିଆ ଏବେ ଏହି ଯୁଦ୍ଧରେ ପଛଉଛି।