ଚୋରାରେ ହେଉଥିଲା ଗୋରୁ ଚାଲାଣ, ଗୋଡେଇ ଗୋଡେଇ ଧରିଲା ପୋଲିସ

ଭଦ୍ରକ ୦୨।୧୨ : ଗୋରୁ ବୋଝେଇ ଗାଡ଼ି ଜବତ । ଗୋଡେଇ ଗୋଡେଇ ଧରିଲା ପୋଲିସ । ଗାଡ଼ିକୁ ଷ୍ଟାର୍ଟରେ ଛାଡି ଫେରାର ହେଲା ଡ୍ରାଇଭର। ଭଦ୍ରକ ଜିଲ୍ଲାର ଡାହାଣୀ ଠାରେ ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଛି ପୋଲିସ । ଖବର ଅନୁଯାୟୀ, ତିହିଡିରୁ ଗୋରୁ ବୋଝେଇ କରି ଏକ ଗାଡ଼ି ଆସୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ପୁରୁଣା ବଜାର ଓ ସହରାଞ୍ଚଳ ପୋଲିସ ବ୍ଳକିଂ କରିବା ସହ କେତେକ ସ୍ଥାନରେ ଲୁଚି ରହିଥିଲେ। ଗୋରୁ ଗାଡି ପୁରୁଣା ଥାନା ଅଧୀନରୁ ପୋଲିସ ପିଛା କରିବା ଆରମ୍ଭ କରିଥିଲା । ଶେଷରେ ଡାହାଣୀଗଡିଆ ନିକଟରେ ଡ୍ରାଇଭର ଗାଡିକୁ ଷ୍ଟାର୍ଟରେ ରଖି ଦୌଡ଼ି ପଳାଇଥିଲେ। ଭଦ୍ରକ ଏସପି ମାଡକର୍ ସନ୍ଦୀପ ସମ୍ପତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଜବତ ଗାଡ଼ିରେ ୧୩ଟି ଗୋରୁ ଚାଲାଣ ହେଉଥିବା ଜଣାପଡିଛି ।  

ଚୋରାରେ ହେଉଥିଲା ଗୋରୁ ଚାଲାଣ, ଗୋଡେଇ ଗୋଡେଇ ଧରିଲା ପୋଲିସ

ଭଦ୍ରକ ୦୨।୧୨ : ଗୋରୁ ବୋଝେଇ ଗାଡ଼ି ଜବତ । ଗୋଡେଇ ଗୋଡେଇ ଧରିଲା ପୋଲିସ । ଗାଡ଼ିକୁ ଷ୍ଟାର୍ଟରେ ଛାଡି ଫେରାର ହେଲା ଡ୍ରାଇଭର। ଭଦ୍ରକ ଜିଲ୍ଲାର ଡାହାଣୀ ଠାରେ ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଛି ପୋଲିସ । 

ଖବର ଅନୁଯାୟୀ, ତିହିଡିରୁ ଗୋରୁ ବୋଝେଇ କରି ଏକ ଗାଡ଼ି ଆସୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ପୁରୁଣା ବଜାର ଓ ସହରାଞ୍ଚଳ ପୋଲିସ ବ୍ଳକିଂ କରିବା ସହ କେତେକ ସ୍ଥାନରେ ଲୁଚି ରହିଥିଲେ। ଗୋରୁ ଗାଡି ପୁରୁଣା ଥାନା ଅଧୀନରୁ ପୋଲିସ ପିଛା କରିବା ଆରମ୍ଭ କରିଥିଲା । ଶେଷରେ ଡାହାଣୀଗଡିଆ ନିକଟରେ ଡ୍ରାଇଭର ଗାଡିକୁ ଷ୍ଟାର୍ଟରେ ରଖି ଦୌଡ଼ି ପଳାଇଥିଲେ। ଭଦ୍ରକ ଏସପି ମାଡକର୍ ସନ୍ଦୀପ ସମ୍ପତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଜବତ ଗାଡ଼ିରେ ୧୩ଟି ଗୋରୁ ଚାଲାଣ ହେଉଥିବା ଜଣାପଡିଛି ।