ଚୋରି ଅଭିଯୋଗରେ କଙ୍ଗାରୁ କୋର୍ଟ: ଦୁଇଜଣଙ୍କୁ ଉଦ୍ଧାର କଲା ପୋଲିସ
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଭୁଇଁବୃତି ପଞ୍ଚାୟତର ରାମେଶ୍ବରପୁର ଗାଁରେ କଙ୍ଗାରୁ କୋର୍ଟ । ଚୋରି ଅଭିଯୋଗରେ ଦୁଇ... The post ଚୋରି ଅଭିଯୋଗରେ କଙ୍ଗାରୁ କୋର୍ଟ: ଦୁଇଜଣଙ୍କୁ ଉଦ୍ଧାର କଲା ପୋଲିସ appeared first on .
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଭୁଇଁବୃତି ପଞ୍ଚାୟତର ରାମେଶ୍ବରପୁର ଗାଁରେ କଙ୍ଗାରୁ କୋର୍ଟ । ଚୋରି ଅଭିଯୋଗରେ ଦୁଇ ଦିନ ହେବ ଏକ ଘରେ ବନ୍ଧା ହୋଇ ରହିଥିବା ୨ ଜଣଙ୍କୁ ଉଦ୍ଧାର କରିଛି ପୋଲିସ। ସୂଚନା ଅନୁସାରେ, ରାମମେଶ୍ବରପୁର ଗାଁର ସୁରେଶ ନାୟକଙ୍କ ଘରେ ପଶି ଗହଣାଗାଣ୍ଠି ସହିତ କିଛି ଟଙ୍କା ଚୋରି କରିଥିଲେ ଜଣେ ନାବାଳକ ସହ ଜଣେ ଯୁବକ। ଯାହାକୁ ସନ୍ଦେହ କରି ଦୁଇ ଦିନ ତଳେ ସୁରେଶଙ୍କ ପରିବାର ଜଣକୁ ଧରିଥିଲେ । ସଂପୃକ୍ତ ଯୁବକ ଜଣ ଚୋରି କରିଥିବା ମାନିବା ପରେ ଅନ୍ୟ ଜଣେ ସାମିଲ ଥିବା କହିଥିଲା। ତେବେ ଅନ୍ୟ ଜଣକୁ ଧରିବା ସହ, ଦୁଇ ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରି ଏକ ଅଙ୍ଗନବାଡି ଘର ଭିତରେ ବନ୍ଦୀ କରିଥିଲେ। ବନ୍ଧା ହେବାର ଦୁଇ ଦିନ ପରେ କୌଣସି ସୂତ୍ରରୁ ଖବର ପାଇ ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଛି।
The post ଚୋରି ଅଭିଯୋଗରେ କଙ୍ଗାରୁ କୋର୍ଟ: ଦୁଇଜଣଙ୍କୁ ଉଦ୍ଧାର କଲା ପୋଲିସ appeared first on .