ଚୋରି ସାମଗ୍ରୀ ଫେରିପାଇଲେ ମାଲିକ, ପୋଲିସ ପକ୍ଷରୁ ଫେରସ୍ତ ମେଳା ଆୟୋଜିତ

ଭୁବନେଶ୍ୱର ୧୦।୦୮ : ଚୋରି ସାମଗ୍ରୀ ଫେରିପାଇଲେ । ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସ ପକ୍ଷରୁ ହୋଇଥିବା ସଂପତ୍ତି ଫେରସ୍ତ ମେଳାରେ ଏହି ସବୁ ସାମଗ୍ରୀ ସମସ୍ତ ମାଲିକଙ୍କୁ ଫେରସ୍ତ ହୋଇଛି । ଫେରସ୍ତ ହୋଇଥିବା ସାମଗ୍ରୀ ମଧ୍ୟରେ ୧୦୩ଟି ମୋବାଇଲ୍‌, ୧୨ଟି ବାଇକ୍‌, ଗୋଟିଏ ଇନୋଭା କାର୍‌ ସହ କିଛି ସୁନା ସାମଗ୍ରୀ । ଖବର ଅନୁଯାୟୀ, କମିଶନକରେଟ୍‌ ପୋଲିସ ଅଞ୍ଚଳରେ ବିଭିନ୍ନ ସମୟରେ ଲୁଟ୍‌ ହୋଇଥିଲା । ଯାହାର ମାଲିକମାନେ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବିଭିନ୍ନ ଚୋରି ସାମଗ୍ରୀକୁ ଜବତ କରିଥିଲା । ପରେ ତଦନ୍ତ କରି ଚୋରି ସାମଗ୍ରୀର ପ୍ରକୃତ ମାଲିକଙ୍କୁ ଖୋଜି ବାହାର କରିଥିଲା ପୋଲିସ । ଆଉ ଶେଷରେ କମିଶନରେଟ୍‌ ପୋଲିସ ପକ୍ଷରୁ ସାମଗ୍ରୀ ଫେରସ୍ତ ମେଳାର ଅନୁଷ୍ଠିତ ହୋଇଛି । ଏହି ମେଳାରେ ପ୍ରକୃତ ତଥ୍ୟ ଏବଂ ପ୍ରମାଣପତ୍ର ସହ ପ୍ରକୃତ ମାଲିକଙ୍କୁ ସେମାନଙ୍କ ଚୋରି ଯାଇଥିବା ସାମଗ୍ରୀକୁ ଫେରସ୍ତ କରିଛନ୍ତି । ଏହି ଫେରସ୍ତ ସାମଗ୍ରୀ ମଧ୍ୟରେ ୧୦୩ଟି ମୋବାଇଲ୍‌, ୧୨ଟି ବାଇକ୍‌, ଗୋଟିଏ ଇନୋଭା କାର୍‌ ସହ କିଛି ସୁନା ଜିନିଷ ରହିଛି । 

ଚୋରି ସାମଗ୍ରୀ ଫେରିପାଇଲେ ମାଲିକ, ପୋଲିସ ପକ୍ଷରୁ ଫେରସ୍ତ ମେଳା ଆୟୋଜିତ

ଭୁବନେଶ୍ୱର ୧୦।୦୮ : ଚୋରି ସାମଗ୍ରୀ ଫେରିପାଇଲେ । ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସ ପକ୍ଷରୁ ହୋଇଥିବା ସଂପତ୍ତି ଫେରସ୍ତ ମେଳାରେ ଏହି ସବୁ ସାମଗ୍ରୀ ସମସ୍ତ ମାଲିକଙ୍କୁ ଫେରସ୍ତ ହୋଇଛି । ଫେରସ୍ତ ହୋଇଥିବା ସାମଗ୍ରୀ ମଧ୍ୟରେ ୧୦୩ଟି ମୋବାଇଲ୍‌, ୧୨ଟି ବାଇକ୍‌, ଗୋଟିଏ ଇନୋଭା କାର୍‌ ସହ କିଛି ସୁନା ସାମଗ୍ରୀ । 

ଖବର ଅନୁଯାୟୀ, କମିଶନକରେଟ୍‌ ପୋଲିସ ଅଞ୍ଚଳରେ ବିଭିନ୍ନ ସମୟରେ ଲୁଟ୍‌ ହୋଇଥିଲା । ଯାହାର ମାଲିକମାନେ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବିଭିନ୍ନ ଚୋରି ସାମଗ୍ରୀକୁ ଜବତ କରିଥିଲା । ପରେ ତଦନ୍ତ କରି ଚୋରି ସାମଗ୍ରୀର ପ୍ରକୃତ ମାଲିକଙ୍କୁ ଖୋଜି ବାହାର କରିଥିଲା ପୋଲିସ । ଆଉ ଶେଷରେ କମିଶନରେଟ୍‌ ପୋଲିସ ପକ୍ଷରୁ ସାମଗ୍ରୀ ଫେରସ୍ତ ମେଳାର ଅନୁଷ୍ଠିତ ହୋଇଛି । ଏହି ମେଳାରେ ପ୍ରକୃତ ତଥ୍ୟ ଏବଂ ପ୍ରମାଣପତ୍ର ସହ ପ୍ରକୃତ ମାଲିକଙ୍କୁ ସେମାନଙ୍କ ଚୋରି ଯାଇଥିବା ସାମଗ୍ରୀକୁ ଫେରସ୍ତ କରିଛନ୍ତି । ଏହି ଫେରସ୍ତ ସାମଗ୍ରୀ ମଧ୍ୟରେ ୧୦୩ଟି ମୋବାଇଲ୍‌, ୧୨ଟି ବାଇକ୍‌, ଗୋଟିଏ ଇନୋଭା କାର୍‌ ସହ କିଛି ସୁନା ଜିନିଷ ରହିଛି ।