ଚୋରଙ୍କୁ ଧରିବାରେ ପୋଲିସ ବିଫଳ, ଥାନା ଘେରାଉ କଲେ ଗ୍ରାମବାସୀ
ତିହିଡ଼ି,୫ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଜାମଯୋଡ଼ି ପଞ୍ଚାୟତ ଅଧୀନ ସାମନ୍ତରାୟପୁର ଗ୍ରାମର ଅଧିବାସୀମାନେ ଗୁରୁବାର ପୀରହାଟ ଥାନା ଘେରାଉ କରିବା ସହିତ ଥାନା ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗ୍ରାମର ବ୍ରହ୍ମାନନ୍ଦ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଗତ କିଛି ଦିନ ପୂର୍ବେ ୮୦ହଜାର ଟଙ୍କା ଚୋରି ହୋଇଥିବା ଘଟଣାରେ ପୋଲିସ ଚୋରଙ୍କୁ ଧରିବାରେ ବିଫଳ ହୋଇଥିବାରୁ ଏହାର ପ୍ରତିବାଦରେ ଗ୍ରାମବାସୀଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଗ୍ରାମବାସୀ ପୀରହାଟ […] The post ଚୋରଙ୍କୁ ଧରିବାରେ ପୋଲିସ ବିଫଳ, ଥାନା ଘେରାଉ କଲେ ଗ୍ରାମବାସୀ appeared first on Dharitri Odia News.
ତିହିଡ଼ି,୫ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଜାମଯୋଡ଼ି ପଞ୍ଚାୟତ ଅଧୀନ ସାମନ୍ତରାୟପୁର ଗ୍ରାମର ଅଧିବାସୀମାନେ ଗୁରୁବାର ପୀରହାଟ ଥାନା ଘେରାଉ କରିବା ସହିତ ଥାନା ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗ୍ରାମର ବ୍ରହ୍ମାନନ୍ଦ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଗତ କିଛି ଦିନ ପୂର୍ବେ ୮୦ହଜାର ଟଙ୍କା ଚୋରି ହୋଇଥିବା ଘଟଣାରେ ପୋଲିସ ଚୋରଙ୍କୁ ଧରିବାରେ ବିଫଳ ହୋଇଥିବାରୁ ଏହାର ପ୍ରତିବାଦରେ ଗ୍ରାମବାସୀଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଗ୍ରାମବାସୀ ପୀରହାଟ ବଜାରରୁ ଏକ ଶୋଭାଯାତ୍ରାରେ ବାହାରି ଥାନା ପାଖରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରପଞ୍ଚ ପ୍ରଶାନ୍ତ ବିଶ୍ୱାଳ, ପୂର୍ବତନ ସରପଞ୍ଚ ସୁଦର୍ଶନ ବିଶ୍ୱାଳଙ୍କ ସମେତ ସନ୍ଥଚରଣ ବିଶ୍ୱାଳ, ନୀଳମାଧବ ନାୟକ, କାହ୍ନୁଚରଣ ସେଠୀ, ବସନ୍ତ ନାୟକ, ବିଚିତ୍ର ବଳ, ତିଳୋତ୍ତମା ନାୟକ, ଭାରତୀ ତ୍ରିପାଠୀ ପ୍ରମୁଖଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇଥିବା ଜଣାଯାଇଛି।
The post ଚୋରଙ୍କୁ ଧରିବାରେ ପୋଲିସ ବିଫଳ, ଥାନା ଘେରାଉ କଲେ ଗ୍ରାମବାସୀ appeared first on Dharitri Odia News.