ଚୋରାଚାଲାଣ ବେଳେ ୫୦୦ କେଜିରୁ ଉର୍ଦ୍ଧ୍ବ ଗଂଜେଇ ଜବତ
କୋରାପୁଟ : କୋରାପୁଟ ମାଛକୁଣ୍ଡ ପୋଲିସକୁ ବଡ ସଫଳତା । ଚୋରାଚାଲାଣ କରାଯାଉଥିବାବେଳେ ୫ କ୍ୱିଣ୍ଟାଲ ଗଞ୍ଜେଇକୁ ଜବତ କରିଛି ପୋଲିସ । ଜବତ ହୋଇଥିବା ଗଛିତ ଗଞ୍ଜେଇର ପରିମାଣ ପ୍ରାୟ ୫୦୫ କେଜି ବୋଲି ସୂଚନା ମିଳିଛି । ଯାହାର ଆନୁମାନିକ ମୂଲ୍ୟ ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ସୂଚନା ଦେଇଛି I କିନ୍ତୁ ଘଟଣା ସ୍ଥଳରୁ ଗଞ୍ଜେଇ ମାଫିଆମାନେ ଫେରାର ହୋଇଯାଇଛନ୍ତି । ସୂଚନା ଅନୁଯାୟୀ,ଗଞ୍ଜେଇ ମାଫିଆମାନେ ବିପୁଳ […]

କୋରାପୁଟ : କୋରାପୁଟ ମାଛକୁଣ୍ଡ ପୋଲିସକୁ ବଡ ସଫଳତା । ଚୋରାଚାଲାଣ କରାଯାଉଥିବାବେଳେ ୫ କ୍ୱିଣ୍ଟାଲ ଗଞ୍ଜେଇକୁ ଜବତ କରିଛି ପୋଲିସ । ଜବତ ହୋଇଥିବା ଗଛିତ ଗଞ୍ଜେଇର ପରିମାଣ ପ୍ରାୟ ୫୦୫ କେଜି ବୋଲି ସୂଚନା ମିଳିଛି । ଯାହାର ଆନୁମାନିକ ମୂଲ୍ୟ ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ସୂଚନା ଦେଇଛି I କିନ୍ତୁ ଘଟଣା ସ୍ଥଳରୁ ଗଞ୍ଜେଇ ମାଫିଆମାନେ ଫେରାର ହୋଇଯାଇଛନ୍ତି ।
ସୂଚନା ଅନୁଯାୟୀ,ଗଞ୍ଜେଇ ମାଫିଆମାନେ ବିପୁଳ ପରିମାଣରେ ଗଞ୍ଜେଇ ଗଛିତ କରି ରଖିଥିବା କୌଣସି ବିଶେଷ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା । ଏହି ଖବର ଜାଣିବା ପରେ ମାଛକୁଣ୍ଡ ଥାନା ଅଧୀନ ହନୁମାଳ ଗ୍ରାମ ନିକଟ କାଜୁ ଜଙ୍ଗଲରେ ପୋଲିସ୍ ଏକ ଟିମ ଚଢାଉ କରିଥିଲା। ଚଢ଼ଉବେଳେ ୧୫ଟି ଜରି ବସ୍ତାରେ ଗଚ୍ଛିତ ଗଞ୍ଜେଇ ପୋଲିସ ଜବତ କରିଥିଲା । ସବୁ ଗଞ୍ଜେଇକୁ ଓଜନ କରିବାରୁ ୫୦୫ କେଜି ୨୦୦ ସହ ଗ୍ରାମ ଥିବା ଜଣାପଡିଛି। କିନ୍ତୁ ପୋଲିସକୁ ଦେଖି ଘଟଣା ସ୍ଥଳରୁ ମାଫିଆ ମାନେ ଫେରାର ହୋଇଯାଇଥିଲେ । ଏହି ଘଟଣାରେ ପୋଲିସ ତଦନ୍ତକୁ ଜୋରଦାର କରିଛି I