ଭାଙ୍ଗିଗଲା ଶ୍ରୀ ମନ୍ଦିର ଅକ୍ଷୟ ଦଣ୍ଡ
ପୁରୀ : ଶ୍ରୀମନ୍ଦିରରେ ଚୂଡ଼ାରେ ଅଘଟଣ। ଭାଙ୍ଗିଗଲା ନୀଳଚକ୍ର ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡ । ଶ୍ରୀମନ୍ଦିର ନୀଳଚକ୍ରରେ ମୁଖ୍ୟ ବାନାକୁ ଧରି ରଖୁଥିବା ବାଉଁଶରେ ପ୍ରସ୍ତୁତ ଅକ୍ଷୟ ଦଣ୍ଡଟି ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ଗତକାଲି ସନ୍ଧ୍ୟାରେ ବାନା ପରିବର୍ତ୍ତନ କରିବାକୁ ଶ୍ରୀମନ୍ଦିର ଚୂଡ଼ାକୁ ଚଢ଼ିଥିଲେ ସେବାୟତ । ଏହି ସମୟରେ ଦଣ୍ଡଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ଅପରାହ୍ନରେ ବାନା ପରିବର୍ତ୍ତନ ହୁଏ। ତେବେ ଆଜି […]

ପୁରୀ : ଶ୍ରୀମନ୍ଦିରରେ ଚୂଡ଼ାରେ ଅଘଟଣ। ଭାଙ୍ଗିଗଲା ନୀଳଚକ୍ର ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡ । ଶ୍ରୀମନ୍ଦିର ନୀଳଚକ୍ରରେ ମୁଖ୍ୟ ବାନାକୁ ଧରି ରଖୁଥିବା ବାଉଁଶରେ ପ୍ରସ୍ତୁତ ଅକ୍ଷୟ ଦଣ୍ଡଟି ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ଗତକାଲି ସନ୍ଧ୍ୟାରେ ବାନା ପରିବର୍ତ୍ତନ କରିବାକୁ ଶ୍ରୀମନ୍ଦିର ଚୂଡ଼ାକୁ ଚଢ଼ିଥିଲେ ସେବାୟତ । ଏହି ସମୟରେ ଦଣ୍ଡଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା ।
ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ଅପରାହ୍ନରେ ବାନା ପରିବର୍ତ୍ତନ ହୁଏ। ତେବେ ଆଜି ଚୁନରା ସେବାୟତ ବାନା ପରିବର୍ତ୍ତନ କରିବାକୁ ଗଲାବେଳେ ହଠାତ୍ ଏହି ବାଉଁଶର ଅକ୍ଷୟ ଦଣ୍ଡଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା।