ଛତିଶଗଡ଼ରେ ବାଲି ଖଣିକୁ ବସ୍ ଖସି ୧୨ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ମଙ୍ଗଳବାର ରାତିରେ ଏକ ବାଲି ଖଣିକୁ ବସ୍ ଖସି ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। କୁମହାରି ଥାନା ଅଧୀନସ୍ଥ ଖପ୍ରି ଗ୍ରାମରେ ଗତକାଲି ରାତି ପ୍ରାୟ ୮.୩୦ ସମୟରେ ଏହି ଦୁର୍ଘଟଣା ହୋଇଛି ବୋଲି ଦୁର୍ଗ ଏସପି ଜିତେନ୍ଦ୍ର ଶୁକ୍ଳା କହିଛନ୍ତି। ପ୍ରାଥମିକ ସୂଚନାନୁଯାୟୀ ବସରେ ୩୦ରୁ ଅଧିକ ଲୋକ ଥିଲେ। ବସଟି ରାସ୍ତା ଉପରୁ ୪୦ ଫୁଟ୍ ଗଭୀର ଖାଇକୁ ଖସି […]

ନୂଆଦିଲ୍ଲୀ : ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ମଙ୍ଗଳବାର ରାତିରେ ଏକ ବାଲି ଖଣିକୁ ବସ୍ ଖସି ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। କୁମହାରି ଥାନା ଅଧୀନସ୍ଥ ଖପ୍ରି ଗ୍ରାମରେ ଗତକାଲି ରାତି ପ୍ରାୟ ୮.୩୦ ସମୟରେ ଏହି ଦୁର୍ଘଟଣା ହୋଇଛି ବୋଲି ଦୁର୍ଗ ଏସପି ଜିତେନ୍ଦ୍ର ଶୁକ୍ଳା କହିଛନ୍ତି। ପ୍ରାଥମିକ ସୂଚନାନୁଯାୟୀ ବସରେ ୩୦ରୁ ଅଧିକ ଲୋକ ଥିଲେ। ବସଟି ରାସ୍ତା ଉପରୁ ୪୦ ଫୁଟ୍ ଗଭୀର ଖାଇକୁ ଖସି ପଡ଼ିଥିଲା। ୩ ମହିଳାଙ୍କ ସମେତ ୧୨ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଗ ଜିଲ୍ଲାପାଳ ରିଚା ପ୍ରକାଶ ଚୌଧୁରୀ କହିଛନ୍ତି, ଉକ୍ତ ଘଟଣାରେ ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କୁମହାରି ଅଞ୍ଚଳରେ କେଦିୟା ଡିଷ୍ଟିଲେରିଜ୍ କର୍ମଚାରୀମାନେ ବସରେ ଯାଉଥିଲେ। ଏଯାବତ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି। ୧୪ ଆହତଙ୍କ ମଧ୍ୟରୁ ୧୨ ଜଣଙ୍କୁ ରାୟପୁର ଏମ୍ସ ନିଆଯାଇଛି। ଅନ୍ୟ ୨ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଇଛି।