ମାତୃ ଦିବସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ସ୍ବତନ୍ତ୍ର ଉପହାର

ନୂଆଦିଲ୍ଲୀ: ମାତୃ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ହୁଗୁଳିରେ ହୋଇଥିବା ଏକ ନିର୍ବାଚନ ରାଲିରେ ଏକ ସ୍ବତନ୍ତ୍ର ଉପହାର ପାଇଛନ୍ତି। ମୋଦୀଙ୍କୁ ତାଙ୍କ ସ୍ବର୍ଗତ ମା’ଙ୍କ ପୋଟ୍ରେଟ୍ ଉପହାର ମିଳିଛି। ଏହି ଉପହାର ଦେଇଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇ ମୋଦୀ କହିଛନ୍ତି, ପାଶ୍ଚାତ୍ୟ ରାଷ୍ଟ୍ର ଆଜି ମାତୃ ଦିବସ ପାଳୁଛନ୍ତି କିନ୍ତୁ ଆମେ ଭାରତରେ ବର୍ଷ ସାରା ମା’ଙ୍କ ପାଇଁ ପୁଜା କରୁଛେ। ଭଗବତୀ କାଳୀ, ଦୁର୍ଗା ଓ ଭାରତ ମାତାଙ୍କୁ ଆମେ […]

ମାତୃ ଦିବସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ସ୍ବତନ୍ତ୍ର ଉପହାର

ନୂଆଦିଲ୍ଲୀ: ମାତୃ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ହୁଗୁଳିରେ ହୋଇଥିବା ଏକ ନିର୍ବାଚନ ରାଲିରେ ଏକ ସ୍ବତନ୍ତ୍ର ଉପହାର ପାଇଛନ୍ତି। ମୋଦୀଙ୍କୁ ତାଙ୍କ ସ୍ବର୍ଗତ ମା’ଙ୍କ ପୋଟ୍ରେଟ୍ ଉପହାର ମିଳିଛି। ଏହି ଉପହାର ଦେଇଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇ ମୋଦୀ କହିଛନ୍ତି, ପାଶ୍ଚାତ୍ୟ ରାଷ୍ଟ୍ର ଆଜି ମାତୃ ଦିବସ ପାଳୁଛନ୍ତି କିନ୍ତୁ ଆମେ ଭାରତରେ ବର୍ଷ ସାରା ମା’ଙ୍କ ପାଇଁ ପୁଜା କରୁଛେ। ଭଗବତୀ କାଳୀ, ଦୁର୍ଗା ଓ ଭାରତ ମାତାଙ୍କୁ ଆମେ ବର୍ଷା ସାିରା ପୁଜା କରୁଛେ ବୋଲି ମୋଦୀ କହିଛନ୍ତି। ମୋଦୀଙ୍କୁ ୨ଟି ପୋଟ୍ରେଟ୍ ମିଳିଛି। ଗୋଟିଏ ପୋଟ୍ରେଟରେ ମୋଦୀ ଚଟାଣରେ ବସିଥିବାବେଳେ ତାଙ୍କ ହାତ ତାଙ୍କ ମା’ଙ୍କ କୋଳରେ ଥିଲା ଅନ୍ୟପକ୍ଷେ ଅନ୍ୟ ଏକ ପୋଟ୍ରେଟରେ ତାଙ୍କ ମା’ଙ୍କ ହାତ ତାଙ୍କ କାନ୍ଧ ଉପରେ ଥିଲା। ଉଲ୍ଲେଖଯୋଗ୍ୟ ଯେ ମୋଦୀଙ୍କ ମା’ ହୀରାବେନଙ୍କର ୨୦୨୨ ଡିସେମ୍ବର ୩୦ ତାରିଖରେ ମୃତ୍ୟୁ ହୋଇଛି। ଗୁଜରାଟର ଅହମଦାବାଦ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ନିକଟରେ ମୋଦୀ ଅହମଦାବାଦର ଏକ ଭୋଟିଂ ବୁଥରେ ଭୋଟ୍ ଦେବା ସମୟରେ ତାଙ୍କ ମା’ଙ୍କ କଥା ମନେ ପକାଇ ଭାବପ୍ରବଣ ହୋଇଯାଇଥିଲେ।