ଚୋରି କରିବାକୁ ଆସି ସୁନା ବ୍ୟବସାୟୀଙ୍କ ବେକ କାଟି ଦେଲା ଚୋର
ଗତକାଲି ରାତିରେ ଗ୍ରୀଲ କାଟି ଜଣେ ଚୋର ଘରେ ପଶିବାକୁ ଉଦ୍ୟମ କରିଥିଲା।
ଘରେ ଚୋରି କରିବାକୁ ଆସି ସୁନା ବ୍ୟବସାୟୀ କାଟି ଦେଲେ ଚୋର। ତାଙ୍କ ପତ୍ନୀ ମଧ୍ୟ ଚୋର ଆକ୍ରମଣରେ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଗୌଡ଼ସାହିରେ। ଆହତ ଦମ୍ପତି ସତୀଶ କୁମାର ଓ ତାଙ୍କ ସ୍ତ୍ରୀଙ୍କୁ MKCG ମେଡିକାଲରେ ଭର୍ତ୍ତି କରାଯାଇଛି।
ଗତକାଲି ରାତିରେ ଗ୍ରୀଲ କାଟି ଜଣେ ଚୋର ଘରେ ପଶିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ସତୀଶଙ୍କର ନିଦ ଭାଙ୍ଗି ଯାଇଥିଲା। ସତୀଶ ଚୋରକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଚୋରଟି ସତୀଶଙ୍କୁ ବେକକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲା। ସେହି ସମୟରେ ସତୀଶଙ୍କ ସ୍ତ୍ରୀ ଆସି ଚୋରକୁ ଅଟକାଇଥିଲେ। ତାଙ୍କୁ ମଧ୍ୟ ଚୋରଟି ଆକ୍ରମଣ କରିଥିଲା। ଦମ୍ପତି ରକ୍ତଜୁଡ଼ୁବୁଡ଼ୁ ଅବସ୍ଥରେ ପଡ଼ିଥିବା ବେଳେ ସେଠାରୁ ଚୋରଟି ଚମ୍ପଟ ମାରିଥିଲା।
ପାଖ ପଡ଼ୋଶୀ ରକ୍ତାକ୍ତ ଅବସ୍ଥାରେ ସତୀଶ ଓ ତାଙ୍କ ସ୍ତ୍ରୀକୁ MKCG ମେଡିକାଲରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। ଚୋରକୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଛି।