ଚୋରି ପାଇଁ ହତ୍ୟା ନା ଅନ୍ୟ କିଛି କାରଣ ? ବିହାର ଦରଭଙ୍ଗାରେ ହାଇ-ପ୍ରୋଫାଇଲ୍ ମର୍ଡର

ପାଟଣା: ବିହାର ବିକାଶଶୀଳ ଇନସାନ୍ ପାର୍ଟିର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ମୁକେଶ ସାହାଣୀଙ୍କ ବାପା ଜିତନ ସାହାଣୀଙ୍କୁ ହତ୍ୟା ଅଭିଯୋଗ । ଦରଭଙ୍ଗାର ବିରୌଲୀରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ସୂଚନା ରହିଛି । ମୁକେଶ ସାହାଣୀଙ୍କ ବାସଭବନରେ ଦୁର୍ବୃତ୍ତମାନେ ପଶି ଧାରୁଆ ଅସ୍ତ୍ରରେ ଜିତନଙ୍କୁ ହମଲା କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ପରେ ପରିବାର ଲୋକ କ୍ଷତବିକ୍ଷତ ମୃତଦେହକୁ ଜବତ କରି ପୋଲିସକୁ ଖବର ଦେଇଥିଲେ ।  ହତ୍ୟା ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଏଭଳି ଲାଗୁଥିଲା ଚୋରି ଉଦ୍ଦେଶ୍ୟ ରଖି ଜିତନ୍ ସାହାଣୀଙ୍କୁ ହତ୍ୟା କରାଯାଇଛି । ମାତ୍ର ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତାକ୍ତ ଚିହ୍ନ ରହିଥିବାରୁ ଅନ୍ୟ କିଛି ଉଦ୍ଦେଶ୍ୟ ରଖି ଭିଆଇପି ନେତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।  ଜିତନ ସାହାଣୀଙ୍କୁ ହତ୍ୟାର ନିରପେକ୍ଷ ତଦନ୍ତ ପାଇଁ ଦରଭଙ୍ଗା ଏସପି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି ଗଠନ କରିଛନ୍ତି । ଦରଭଙ୍ଗା ଗ୍ରାମାଞ୍ଚଳ ଅରକ୍ଷୀ ଅଧିକ୍ଷକଙ୍କ ନେତୃତ୍ବରେ ତିନି ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ବାପାଙ୍କ ହତ୍ୟା ଖବର ମିଳିବା ପରେ ମୁକେଶ ସାହାଣୀ ମୁମ୍ବାଇରୁ ପଟାଣ ଗସ୍ତ କରିଛନ୍ତି । ଏହି ହାଇ-ପ୍ରୋଫାଇଲ୍ ମର୍ଡରକୁ ନେଇ ବିରୌଲୀ ଏସଡିପିଓ  ମନୀଷ ଚନ୍ଦ୍ର ଚୌଧୁର

ଚୋରି ପାଇଁ ହତ୍ୟା ନା ଅନ୍ୟ କିଛି କାରଣ ? ବିହାର ଦରଭଙ୍ଗାରେ ହାଇ-ପ୍ରୋଫାଇଲ୍ ମର୍ଡର

ପାଟଣା: ବିହାର ବିକାଶଶୀଳ ଇନସାନ୍ ପାର୍ଟିର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ମୁକେଶ ସାହାଣୀଙ୍କ ବାପା ଜିତନ ସାହାଣୀଙ୍କୁ ହତ୍ୟା ଅଭିଯୋଗ । ଦରଭଙ୍ଗାର ବିରୌଲୀରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ସୂଚନା ରହିଛି । ମୁକେଶ ସାହାଣୀଙ୍କ ବାସଭବନରେ ଦୁର୍ବୃତ୍ତମାନେ ପଶି ଧାରୁଆ ଅସ୍ତ୍ରରେ ଜିତନଙ୍କୁ ହମଲା କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ପରେ ପରିବାର ଲୋକ କ୍ଷତବିକ୍ଷତ ମୃତଦେହକୁ ଜବତ କରି ପୋଲିସକୁ ଖବର ଦେଇଥିଲେ ।  

ହତ୍ୟା ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଏଭଳି ଲାଗୁଥିଲା ଚୋରି ଉଦ୍ଦେଶ୍ୟ ରଖି ଜିତନ୍ ସାହାଣୀଙ୍କୁ ହତ୍ୟା କରାଯାଇଛି । ମାତ୍ର ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତାକ୍ତ ଚିହ୍ନ ରହିଥିବାରୁ ଅନ୍ୟ କିଛି ଉଦ୍ଦେଶ୍ୟ ରଖି ଭିଆଇପି ନେତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।  

ଜିତନ ସାହାଣୀଙ୍କୁ ହତ୍ୟାର ନିରପେକ୍ଷ ତଦନ୍ତ ପାଇଁ ଦରଭଙ୍ଗା ଏସପି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି ଗଠନ କରିଛନ୍ତି । ଦରଭଙ୍ଗା ଗ୍ରାମାଞ୍ଚଳ ଅରକ୍ଷୀ ଅଧିକ୍ଷକଙ୍କ ନେତୃତ୍ବରେ ତିନି ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ବାପାଙ୍କ ହତ୍ୟା ଖବର ମିଳିବା ପରେ ମୁକେଶ ସାହାଣୀ ମୁମ୍ବାଇରୁ ପଟାଣ ଗସ୍ତ କରିଛନ୍ତି । ଏହି ହାଇ-ପ୍ରୋଫାଇଲ୍ ମର୍ଡରକୁ ନେଇ ବିରୌଲୀ ଏସଡିପିଓ  ମନୀଷ ଚନ୍ଦ୍ର ଚୌଧୁରୀ କହିଛନ୍ତି, ମଙ୍ଗଳବାର ସକାଳୁ ସକାଳୁ ହତ୍ୟା ଖବର ମିଳିଥିଲା । ବିହାରର ପୂର୍ବତନ ମନ୍ତ୍ରୀ ମୁକେଶ ସାହାଣୀଙ୍କ ପିତାଙ୍କୁ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ପୋଲିସ୍ ଟିମ୍ ପହଞ୍ଚି ମୃତଦେହକୁ ଜବତ୍ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଚୋରଙ୍କୁ ବିରୋଧ କରିବାକୁ ଏହି ହତ୍ୟା ହୋଇଛି । ହେଲେ ମୃତଦେହର କ୍ଷତବିକ୍ଷତ ଶରୀରରୁ ସନ୍ଦେହ ହେଉଛି ଯେ ଏହି ମର୍ଡର ଚୋରି ନୁହେଁ ବରଂ କୌଣସି ଅନ୍ୟ ଉଦ୍ଦେଶ୍ୟରେ ହତ୍ୟା କରାଯାଇଛି । ଘଟଣାର ପୋଲିସ ତଦନ୍ତ କରୁଛି । ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ।...