ବୁଧବାର ପବିତ୍ର ପଙ୍କୋଦ୍ଧାର ଏକାଦଶୀ, ଲୋକନାଥ ଦେବଙ୍କ ପୀଠରେ ପ୍ରବଳ ଭିଡ
ପୁରୀ ୦୬।୦୩ : ବୁଧବାର ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ପୁରୀର ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ଆଜି ଦିନର ବିଶେଷ ମହତ୍ୱ ରହିଛି। ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ବିଳମ୍ୱିତ ରାତିରୁ ଦ୍ୱାରଫିଟା ପରେ ବିଭିନ୍ନ ନୀତି କାନ୍ତି ବଢ଼ି ପଙ୍କ ଉଦ୍ଧାର ଓ ମାଘ ସ୍ନାନ କରାଯାଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ମନ୍ଦିର ଗମ୍ଭୀରାରେ ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର, ପୁଷ୍ପ, ଫଳ, ସୁନା, ରୂପା ଓ ନୈବେଦ୍ୟକୁ କଢାଯାଇଛି। ପ୍ରାୟ ଏକବର୍ଷ ପରେ ଆଜି ପ୍ରଭୁ ଶ୍ରୀ ଲୋକନାଥଦେବଙ୍କ ସମ୍ପୁର୍ଣ୍ଣ ଲିଙ୍ଗ ଦର୍ଶନ କରିବାର ସୌଭାଗ୍ୟ ମିଳିଛି ଭକ୍ତଙ୍କୁ। ପ୍ରଖ୍ୟାତ ଦେବ ଭାବେ ପରିଚିତ ଦେବ ଦେବ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ପ୍ରତିଷ୍ଠା ପ୍ରଭୁ ଶ୍ରୀରାମଚନ୍ଦ୍ର କରିଥିବାର କିମ୍ୱଦନ୍ତୀରୁ ଜଣାଯାଏ। ଲକ୍ଷେ ଶିବଲିଙ୍ଗ ପୂଜା କଲେ ଯେଉଁ ଫଳ ପ୍ରାପ୍ତି ମିଳିଥାଏ ଆଜିର ଦିନରେ ଯଦି ଶ୍ରୀ ଲୋକନାଥଙ୍କୁ ଦର୍ଶନ ସହିତ ପୂଜାର୍ଚ୍ଚନା କଲେ ସମପରିମାଣର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ତେବେ ପଙ୍କୋଦ୍ଧାର ଏକାଦଶୀ ପାଇଁ ଲୋକନାଥ ମନ୍ଦିର ରେ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା, ପୋଲିସ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। wp:embed {"url":"https://www.prameyanews7.com/pulkit-samrat-and-kriti-kharbanda-wedding-c
ପୁରୀ ୦୬।୦୩ : ବୁଧବାର ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ପୁରୀର ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ଆଜି ଦିନର ବିଶେଷ ମହତ୍ୱ ରହିଛି। ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ବିଳମ୍ୱିତ ରାତିରୁ ଦ୍ୱାରଫିଟା ପରେ ବିଭିନ୍ନ ନୀତି କାନ୍ତି ବଢ଼ି ପଙ୍କ ଉଦ୍ଧାର ଓ ମାଘ ସ୍ନାନ କରାଯାଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି।
ମନ୍ଦିର ଗମ୍ଭୀରାରେ ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର, ପୁଷ୍ପ, ଫଳ, ସୁନା, ରୂପା ଓ ନୈବେଦ୍ୟକୁ କଢାଯାଇଛି। ପ୍ରାୟ ଏକବର୍ଷ ପରେ ଆଜି ପ୍ରଭୁ ଶ୍ରୀ ଲୋକନାଥଦେବଙ୍କ ସମ୍ପୁର୍ଣ୍ଣ ଲିଙ୍ଗ ଦର୍ଶନ କରିବାର ସୌଭାଗ୍ୟ ମିଳିଛି ଭକ୍ତଙ୍କୁ। ପ୍ରଖ୍ୟାତ ଦେବ ଭାବେ ପରିଚିତ ଦେବ ଦେବ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ପ୍ରତିଷ୍ଠା ପ୍ରଭୁ ଶ୍ରୀରାମଚନ୍ଦ୍ର କରିଥିବାର କିମ୍ୱଦନ୍ତୀରୁ ଜଣାଯାଏ। ଲକ୍ଷେ ଶିବଲିଙ୍ଗ ପୂଜା କଲେ ଯେଉଁ ଫଳ ପ୍ରାପ୍ତି ମିଳିଥାଏ ଆଜିର ଦିନରେ ଯଦି ଶ୍ରୀ ଲୋକନାଥଙ୍କୁ ଦର୍ଶନ ସହିତ ପୂଜାର୍ଚ୍ଚନା କଲେ ସମପରିମାଣର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ତେବେ ପଙ୍କୋଦ୍ଧାର ଏକାଦଶୀ ପାଇଁ ଲୋକନାଥ ମନ୍ଦିର ରେ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା, ପୋଲିସ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
wp:embed {"url":"https://www.prameyanews7.com/pulkit-samrat-and-kriti-kharbanda-wedding-card-viral/","type":"wp-embed","providerNameSlug":"prameya-news-7"}