କାର ଦୁର୍ଘଟଣାର ଶିକାର ହେଲେ ପ୍ରବୀଣ ଦବାସ୍, ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି
ମୁମ୍ଵାଇ ୨୧।୦୯: ବଲିଉଡ ଅଭିନେତା ପ୍ରବୀଣ ଦବାସ। ବର୍ତ୍ତମାନ ତାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସୁଛି। ଶନିବାର ସକାଳେ କାର ଦୁର୍ଘଟଣାରେ ଅଭିନେତା ଗୁରୁତର ଆହତ ହୋଇଥିଲେ। ଏହି ଦୁର୍ଘଟଣା ପରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଏକ ଡାକ୍ତରଖାନାରେ ୫୦ ବର୍ଷିୟ ପ୍ରବୀଣ ଦବାସଙ୍କୁ ଭର୍ତ୍ତି କରାଯାଇଛି।ଏବେ ତାଙ୍କୁ ଡାକ୍ତରମାନେ ଚିକିତ୍ସା କରୁଛନ୍ତି।ଅଭିନେତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛିଏକ ସୋର୍ସରୁ ଜଣାପଡିଛି ଯେ ଏହି ସମୟରେ ପ୍ରବୀଣ ଦବାସଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀତ। ଦୁର୍ଘଟଣା ସମୟରେ ପ୍ରବୀଣ ନିଜେ କାର୍ ଚଳାଉଥିଲେ। କେଉଁ ସମୟରେ ଏବଂ କେଉଁଠାରେ ଦୁର୍ଘଟଣା ଘଟିଛି ତାହା ଜଣା ପଡିନାହିଁ। ହୋଲି କ୍ରସ୍ ହସ୍ପିଟାଲ୍ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ଡାକ୍ତରୀ ବୁଲେଟିନ୍ ଜାରି କରାଯାଇ ନାହିଁ।View this post on InstagramA post shared by Preeti Jhangiani (@jhangianipreeti)ପ୍ରବୀଣ ଦବାସଙ୍କ ପତ୍ନୀ ପ୍ରୀତି ଝାଙ୍ଗିଆନି ଏକ ବିବୃତ୍ତି ଦେଇଛନ୍ତିପ୍ରବୀଣ ଦବାସଙ୍କ ପତ୍ନୀ ପ୍ରୀତି ଝାଙ୍ଗିଆନି କହିଛନ୍ତି, "ଏହି ଦୁର୍ଘଟଣା ପରେ ମୁଁ ଏବଂ ମୋ ପରିବାର ଅତ୍ୟଧିକ ଚକିତ ହୋଇପଡିଛୁ। ମେଡିକାଲ ଅପଡେଟ୍ ଅନୁଯାୟୀ ସେ ଗୁରୁତର ଅବସ୍ଥାରେ ଅଛନ୍ତି। ସେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି କି ନାହିଁ, ତାହା ଡାକ୍ତର କିଛି ଟେଷ୍ଟ ପରେ କହିବେ । ସେ ବର୍ତ୍ତମାନ ସମୟରେ ଅଧିକ ମୁଭ୍ କରି ପାରୁ ନାହାନ୍
ମୁମ୍ଵାଇ ୨୧।୦୯: ବଲିଉଡ ଅଭିନେତା ପ୍ରବୀଣ ଦବାସ। ବର୍ତ୍ତମାନ ତାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସୁଛି। ଶନିବାର ସକାଳେ କାର ଦୁର୍ଘଟଣାରେ ଅଭିନେତା ଗୁରୁତର ଆହତ ହୋଇଥିଲେ। ଏହି ଦୁର୍ଘଟଣା ପରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଏକ ଡାକ୍ତରଖାନାରେ ୫୦ ବର୍ଷିୟ ପ୍ରବୀଣ ଦବାସଙ୍କୁ ଭର୍ତ୍ତି କରାଯାଇଛି।ଏବେ ତାଙ୍କୁ ଡାକ୍ତରମାନେ ଚିକିତ୍ସା କରୁଛନ୍ତି।
ଅଭିନେତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି
ଏକ ସୋର୍ସରୁ ଜଣାପଡିଛି ଯେ ଏହି ସମୟରେ ପ୍ରବୀଣ ଦବାସଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀତ। ଦୁର୍ଘଟଣା ସମୟରେ ପ୍ରବୀଣ ନିଜେ କାର୍ ଚଳାଉଥିଲେ। କେଉଁ ସମୟରେ ଏବଂ କେଉଁଠାରେ ଦୁର୍ଘଟଣା ଘଟିଛି ତାହା ଜଣା ପଡିନାହିଁ। ହୋଲି କ୍ରସ୍ ହସ୍ପିଟାଲ୍ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ଡାକ୍ତରୀ ବୁଲେଟିନ୍ ଜାରି କରାଯାଇ ନାହିଁ।
ପ୍ରବୀଣ ଦବାସଙ୍କ ପତ୍ନୀ ପ୍ରୀତି ଝାଙ୍ଗିଆନି ଏକ ବିବୃତ୍ତି ଦେଇଛନ୍ତି
ପ୍ରବୀଣ ଦବାସଙ୍କ ପତ୍ନୀ ପ୍ରୀତି ଝାଙ୍ଗିଆନି କହିଛନ୍ତି, "ଏହି ଦୁର୍ଘଟଣା ପରେ ମୁଁ ଏବଂ ମୋ ପରିବାର ଅତ୍ୟଧିକ ଚକିତ ହୋଇପଡିଛୁ। ମେଡିକାଲ ଅପଡେଟ୍ ଅନୁଯାୟୀ ସେ ଗୁରୁତର ଅବସ୍ଥାରେ ଅଛନ୍ତି। ସେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି କି ନାହିଁ, ତାହା ଡାକ୍ତର କିଛି ଟେଷ୍ଟ ପରେ କହିବେ । ସେ ବର୍ତ୍ତମାନ ସମୟରେ ଅଧିକ ମୁଭ୍ କରି ପାରୁ ନାହାନ୍ତି। କହିବାକୁ ଗଲେ ସେ କାମକୁ ନେଇ ବହୁତ ଅଧିକ ବ୍ୟସ୍ତ ଥିଲେ। ସକାଳେ କାର ଚଳାଉଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ।
ପ୍ରବୀଣ ଦିଲ୍ଲଗି, ମନସୁନ୍ ୱେଡିଂ ସୁମୀ , ଖୋସଲା କା ଘୋନ୍ସଲା, ହିରୋ:ଲଭ ଷ୍ଟୋରୀ ଅଫ୍ ସ୍ପାଇ, ମେନେଁ ଗାନ୍ଧୀ କୋ ନାହି ମାରା, ୟେ ହେଁ ଜିନ୍ଦଗି, କୁଛ ମିଠା ହୋ ଜାଏ, ଇନ୍ଦୁ ସରକାର, ରାଗିଣୀ ଏମଏମଏସ ୨ ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ। ନିକଟରେ ତାଙ୍କୁ ସିଧାସଳଖ OTT (ଆମାଜନ ପ୍ରାଇମ) ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଶର୍ମା ଜୀ କି ବେଟି'ରେ ମଧ୍ୟ ଦେଖିବାକୁ ମିଳିଥିଲା।