ଚୌଦ୍ଵାର ବ୍ଲକ ସଭାଗୃହଠାରେ ଜିଲ୍ଲାପାଳଙ୍କ ଜନ ଶୁଣାଣି
କଟକ: ଟାଙ୍ଗୀ ଚୌଦ୍ଵାର ବ୍ଲକ ସଭାଗୃହଠାରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣି ଶିବିରରେ ବ୍ଲକର ୨୩ଟି ଗ୍ରାମ ପଞ୍ଚାୟତର ଜନସାଧାରଣମାନେ ନିଜ ନିଜର ସମସ୍ୟା ଲିଖିତ ଭାବରେ ଜଣାଇଥିଲେ। ବ୍ଲକର ପ୍ରାୟ ୪ଶହ୧୪ ଜଣଙ୍କ ଅଭିଯୋଗ ଶୁଣାଣି ହୋଇଥିବା ବେଳେ ଆବାସ ଘର, ବୃଦ୍ଧ ,ବୃଦ୍ଧା ଓ ଦିବ୍ୟାଙ୍ଗ ମାନଙ୍କ ଭତ୍ତା, ତହସିଲ ସମ୍ପର୍କୀୟ ଜମିବାଡ଼ି ମାମଲା,ପାନୀୟ ଜଳ, ଜଙ୍ଗଲ ଜମିର ପଟା ସମେତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ ଲାଗି ରହିଥିବା ବିବାଦ ବିଷୟରେ ଲିଖିତ ଭାବରେ ଅଭିଯୋଗ ଆସିଥିବାର ଜଣାପଡ଼ିଛି । ଶିବିରରେ କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଅତିରିକ୍ତ ଜିଲ୍ଲାପାଳ, କଟକ ଜୋନ ୧ ଏସପି, ବ୍ଲକ ଉପାଧ୍ୟକ୍ଷା,ବିଡ଼ିଓଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
କଟକ: ଟାଙ୍ଗୀ ଚୌଦ୍ଵାର ବ୍ଲକ ସଭାଗୃହଠାରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣି ଶିବିରରେ ବ୍ଲକର ୨୩ଟି ଗ୍ରାମ ପଞ୍ଚାୟତର ଜନସାଧାରଣମାନେ ନିଜ ନିଜର ସମସ୍ୟା ଲିଖିତ ଭାବରେ ଜଣାଇଥିଲେ।

ବ୍ଲକର ପ୍ରାୟ ୪ଶହ୧୪ ଜଣଙ୍କ ଅଭିଯୋଗ ଶୁଣାଣି ହୋଇଥିବା ବେଳେ ଆବାସ ଘର, ବୃଦ୍ଧ ,ବୃଦ୍ଧା ଓ ଦିବ୍ୟାଙ୍ଗ ମାନଙ୍କ ଭତ୍ତା, ତହସିଲ ସମ୍ପର୍କୀୟ ଜମିବାଡ଼ି ମାମଲା,ପାନୀୟ ଜଳ, ଜଙ୍ଗଲ ଜମିର ପଟା ସମେତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ ଲାଗି ରହିଥିବା ବିବାଦ ବିଷୟରେ ଲିଖିତ ଭାବରେ ଅଭିଯୋଗ ଆସିଥିବାର ଜଣାପଡ଼ିଛି ।
ଶିବିରରେ କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଅତିରିକ୍ତ ଜିଲ୍ଲାପାଳ, କଟକ ଜୋନ ୧ ଏସପି, ବ୍ଲକ ଉପାଧ୍ୟକ୍ଷା,ବିଡ଼ିଓଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।