ଛକା ମାରି ଗୁଜରାଟ ଟାଇଟାନ୍ସକୁ ଜିତାଇଲେ ମିଲର
ଅହମ୍ମଦାବାଦ୍,୩୧।୩: ଗୁଜରାଟ ଟାଇଟାନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୭ ଉଇକେଟରେ ପରାସ୍ତ କରିଛି। ଡେଭିଡ ମିଲର ଛକା ମାରି ଦଳକୁ ବିଜୟ ସ୍ଥାନରେ ପହଞ୍ଚାଇଥିଲେ। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୬୨ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଗୁଜରାଟ ୧୯.୧ ଓଭରରେ ୩ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଛି। ଅଭିଷେକ ଶର୍ମା ହାଇଦ୍ରାବାଦ ପାଇଁ ୨୯ ରନ ଖେଳିଥିଲେ। ଅବଦୁଲ ସମଦ ମଧ୍ୟ ୧୯ ରନରେ ସହଯୋଗ କରିଥିଲେ। ହାଇଦ୍ରାବାଦ ପାଇଁ ପ୍ୟାଟ କମିନ୍ସ, ମୟଙ୍କ […] The post ଛକା ମାରି ଗୁଜରାଟ ଟାଇଟାନ୍ସକୁ ଜିତାଇଲେ ମିଲର appeared first on Dharitri Odia News.
ଅହମ୍ମଦାବାଦ୍,୩୧।୩: ଗୁଜରାଟ ଟାଇଟାନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୭ ଉଇକେଟରେ ପରାସ୍ତ କରିଛି। ଡେଭିଡ ମିଲର ଛକା ମାରି ଦଳକୁ ବିଜୟ ସ୍ଥାନରେ ପହଞ୍ଚାଇଥିଲେ। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୬୨ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଗୁଜରାଟ ୧୯.୧ ଓଭରରେ ୩ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଛି। ଅଭିଷେକ ଶର୍ମା ହାଇଦ୍ରାବାଦ ପାଇଁ ୨୯ ରନ ଖେଳିଥିଲେ। ଅବଦୁଲ ସମଦ ମଧ୍ୟ ୧୯ ରନରେ ସହଯୋଗ କରିଥିଲେ। ହାଇଦ୍ରାବାଦ ପାଇଁ ପ୍ୟାଟ କମିନ୍ସ, ମୟଙ୍କ ମାର୍କଣ୍ଡେୟ ଏବଂ ଶାହାବାଦ ଅହମ୍ମଦ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଗୁଜରାଟ ପାଇଁ ଡେଭିଡ ମିଲର ୪୪ ରନର ଚମତ୍କାର ଇନିଂସ ଖେଳିଥିଲେ। ୧୭ ବଲର ସମ୍ମୁଖୀନ ହୋଇ ସେ ୪ ଚୌକା ଓ ୨ ଛକା ମାରିଥିଲେ। ସାଇ ସୁଦର୍ଶନ ୪୫ ରନର ଇନିଂସ ଖେଳିଥିଲେ। ୩୬ ଟି ବଲକୁ ସାମ୍ନା କରି ସେ ୪ ଚୌକା ଓ ଗୋଟିଏ ଛକା ମାରିଥିଲେ। ବିଜୟ ଶଙ୍କର ୧୪ ରନ ସ୍କୋର କରିବା ପରେ ଅପରାଜିତ ରହିଥିଲେ।
The post ଛକା ମାରି ଗୁଜରାଟ ଟାଇଟାନ୍ସକୁ ଜିତାଇଲେ ମିଲର appeared first on Dharitri Odia News.