ଛତର ଯାତ୍ରାରେ ରାସ୍ତା ଜାମ:ଅଟକିଲା ଆମ୍ବୁଲାନ୍ସ
ଭବାନୀପାଟଣା,୧୨। ୧୦ (ଉତ୍ତମ କୁମାର ଦାଶ): ମା’ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଉପଲକ୍ଷେ ଶୁକ୍ରବାର ଭବାନୀପାଟଣା ସହରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଏତେ ସଂଖ୍ୟକ ଲୋକ ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଜାମ ହୋଇଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ଭବାନୀପାଟଣା ସହରର ପୁରୁଣା ପଡ଼ା ଛକ ଠାରେ ପୋଲିସ ଉପସ୍ଥିତ ଥିବା ସତ୍ତ୍ୱେ ମଧ୍ୟ ରାସ୍ତା ଜାମ ହୋଇଥିଲା। ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରିକି ଜିଲା ମୁଖ୍ୟ ଚିକିତ୍ସାଳୟକୁ […] The post ଛତର ଯାତ୍ରାରେ ରାସ୍ତା ଜାମ:ଅଟକିଲା ଆମ୍ବୁଲାନ୍ସ appeared first on Dharitri Odia News.
ଭବାନୀପାଟଣା,୧୨। ୧୦ (ଉତ୍ତମ କୁମାର ଦାଶ): ମା’ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଉପଲକ୍ଷେ ଶୁକ୍ରବାର ଭବାନୀପାଟଣା ସହରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଏତେ ସଂଖ୍ୟକ ଲୋକ ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଜାମ ହୋଇଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ଭବାନୀପାଟଣା ସହରର ପୁରୁଣା ପଡ଼ା ଛକ ଠାରେ ପୋଲିସ ଉପସ୍ଥିତ ଥିବା ସତ୍ତ୍ୱେ ମଧ୍ୟ ରାସ୍ତା ଜାମ ହୋଇଥିଲା। ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରିକି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ଆମ୍ବୁଲାନ୍ସ ସମେତ ଖୋଦ ଜିଲାପାଳ ମଧ୍ୟ ରାସ୍ତା ଜାମ ଯୋଗୁ ଅଟକି ରହିଥିଲା। ଟ୍ରାଫିକ ନିୟନ୍ତ୍ରଣର ତଦାରଖ ସ୍ଥାନୀୟ ଡିଏସପି ଅଳକା ନନ୍ଦ ଦାସ କରୁଥିବା ବେଳେ ମଧ୍ୟ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଦୀର୍ଘ ସମୟ ଧରି ଏଠାରେ ଟ୍ରାଫିକ ଜାମ ହେବା ପୋଲିସ ଉପସ୍ଥିତ ଥାଇ ମଧ୍ୟ ନ ଥିଲା ବୋଲି ମନେ ହେଉଥିଲା।
The post ଛତର ଯାତ୍ରାରେ ରାସ୍ତା ଜାମ:ଅଟକିଲା ଆମ୍ବୁଲାନ୍ସ appeared first on Dharitri Odia News.