ଛତିଶଗଡରେ ପୁଣି ଏନକାଉଣ୍ଟର: ଦକ୍ଷିଣ ବସ୍ତର ଜିଲ୍ଲାରେ ସୁରକ୍ଷା ବଳଙ୍କ ସହ ସଂଘର୍ଷରେ ୧୨ ନକ୍ସଲ ମୃତ ନିପାତ
କନକ ବ୍ୟୁରୋ : ଛତିଶଗଡ଼ରେ ବଡ଼ ଧରଣର ମାଓ ଅପରେସନ । ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ । ଦକ୍ଷିଣ ବସ୍ତର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ସୁକୁମା, ବିଜାପୁର ଓ ତେଲେଙ୍ଗାନା ସୀମାରେ ବଡ଼ ଅପରେସନ ଚଳାଇଛନ୍ତି ଭାରତୀୟ ଯବାନ । ଏହି ଅପରେସନରେ ଡିଆରଜି, କୋବ୍ରା ଓ ସିଆରପିଏଫ ଯବାନ ସାମିଲ ଅଛନ୍ତି । ନିକଟରେ ଆଇଇଡି ବିସ୍ଫୋରଣ କରି ଯବାନଙ୍କ ଗାଡ଼ି ଉଡ଼ାଇଥିଲେ ମାଓବାଦୀ । ଯେଉଁଥିରେ ୮ ଜଣ ଯବାନଙ୍କ ସହ ଜଣେ ଡ୍ରାଇଭର ସହିଦ ହୋଇଯାଇଥିଲେ । ଏହି ଘଟଣା ପରେ ରକ୍ତମୁଖା ହୋଇ ଉଠିଛି ଭାରତୀୟ ସେନା । ପ୍ରତିଦିନ ଜଙ୍ଗଲରେ ମାଓ ଅପରେସନ କରାଯାଇଛି । ଖୋଜି ଖୋଜି ଜଙ୍ଗଲରୁ ମାଓବାଦୀଙ୍କୁ ନିପାତ କରାଯାଉଛି । ଏହି ଅପରେସନରେ କିଛି ମାଓବାଦୀ ଆତ୍ମସମର୍ପଣ ମଧ୍ୟ କରିଛନ୍ତି । ବିପୁଳ ପରିମାଣର ମାରଣାସ୍ତ୍ର ଓ ମାଓ ସାମଗ୍ରୀ ମଦ୍ୟ ଜବତ ହୋଇଛି । ତେବେ ଆଜି ବଡ଼ ସଫଳତା ମିଳିଛି । ୧୨ ଜଣ ମାଓବାଦୀଙ୍କୁ ନିପାତ କରିଛନ୍ତି ଭାରତୀୟ ଯବାନ ।