ମାଡ଼ ମରା ଘଟଣା ପଛର ଗୁମର ଖୋଲିଲେ କଏଦୀ ,ଜେଲ ବିଭାଗର ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ
କନକବ୍ୟୁରୋ: ଜେଲ ଭିତରେ ଗ୍ୟାଙ୍ଗଷ୍ଟରଙ୍କ ଗୁଣ୍ଡାରାଜକୁ ନେଇ ଯେତେବେଳେ ତଦନ୍ତ ଚାଲିଛି ସେତେବେଳେ ଜେଲ ଭିତରର ପୋଲ ଖୋଲିଛି ଭାଇରାଲ ଅଡିଓ। ଯେଉଁଥିରେ ଜଣେ ବିଚାରାଧୀନ କଏଦୀ ତାଙ୍କ ସଂପର୍କୀୟଙ୍କ ସହ କଥା ହେଉଥିବା କୁହାଯାଉଛି। ଜେଲ ଭିତରେ ଥିବା ସୁଧାର ଗୃହରେ କିଭଳି ବିଭିନ୍ନ ମାଦକଦ୍ରବ୍ୟର ବ୍ୟବହାର ଖୁଲମଖୁଲା ହୁଏ , ସେନେଇ ଫୋନରେ କହିଛନ୍ତି ଉକ୍ତ ଯୁବକ । ଏପରିକି ଗଂଜେଇ ଭଳି ନିଶାଦ୍ରବ୍ୟର ବ୍ୟବହାରକୁ ବିରୋଧ କରିବାରୁ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତା ସହଯୋଗୀଙ୍କ ଦ୍ବାରା ଆକ୍ରମଣ ଶିକାର ହୋଇଥିବା ଶୁଣିବାକୁ ମିଳିଛି ଏହି ଭାଇରାଲ ଅଡିଓରେ । ଆକ୍ରମଣର ଶିକାର ହେବାପରେ ମଧ୍ୟ ଅପରାଧୀ କିଭଳି ଆରାମରେ ଜେଲ ଭିତରେ ବୁଲୁଛନ୍ତି ଓ ତାଙ୍କୁ ଗାଳିମନ୍ଦ କରୁଛନ୍ତି ସେକଥା ବି ଶୁଣିବାକୁ ମିଳିଛି। ଅଭିଯୋଗ ପରେ ଜେଲ ବିଭାଗର ତଦନ୍ତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

କନକବ୍ୟୁରୋ: ଜେଲ ଭିତରେ ଗ୍ୟାଙ୍ଗଷ୍ଟରଙ୍କ ଗୁଣ୍ଡାରାଜକୁ ନେଇ ଯେତେବେଳେ ତଦନ୍ତ ଚାଲିଛି ସେତେବେଳେ ଜେଲ ଭିତରର ପୋଲ ଖୋଲିଛି ଭାଇରାଲ ଅଡିଓ। ଯେଉଁଥିରେ ଜଣେ ବିଚାରାଧୀନ କଏଦୀ ତାଙ୍କ ସଂପର୍କୀୟଙ୍କ ସହ କଥା ହେଉଥିବା କୁହାଯାଉଛି। ଜେଲ ଭିତରେ ଥିବା ସୁଧାର ଗୃହରେ କିଭଳି ବିଭିନ୍ନ ମାଦକଦ୍ରବ୍ୟର ବ୍ୟବହାର ଖୁଲମଖୁଲା ହୁଏ , ସେନେଇ ଫୋନରେ କହିଛନ୍ତି ଉକ୍ତ ଯୁବକ ।
ଏପରିକି ଗଂଜେଇ ଭଳି ନିଶାଦ୍ରବ୍ୟର ବ୍ୟବହାରକୁ ବିରୋଧ କରିବାରୁ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତା ସହଯୋଗୀଙ୍କ ଦ୍ବାରା ଆକ୍ରମଣ ଶିକାର ହୋଇଥିବା ଶୁଣିବାକୁ ମିଳିଛି ଏହି ଭାଇରାଲ ଅଡିଓରେ । ଆକ୍ରମଣର ଶିକାର ହେବାପରେ ମଧ୍ୟ ଅପରାଧୀ କିଭଳି ଆରାମରେ ଜେଲ ଭିତରେ ବୁଲୁଛନ୍ତି ଓ ତାଙ୍କୁ ଗାଳିମନ୍ଦ କରୁଛନ୍ତି ସେକଥା ବି ଶୁଣିବାକୁ ମିଳିଛି। ଅଭିଯୋଗ ପରେ ଜେଲ ବିଭାଗର ତଦନ୍ତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।